ଟେନ୍‌ଶନ ଦେଉଛିି ଆବାସ ଯୋଜନା

ନୟାଗଡ଼,୩।୭(ଲୋକନାଥ ମିଶ୍ର): ଆଉ କିଛି ମାସ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ କାର୍ଯ୍ୟାଦେଶ ବଣ୍ଟନ ଶାସକ ଓ ବିରୋଧିଙ୍କୁ ଅଡୁଆରେ ପକାଇଛି। ଯୋଜନାରେ ନୂଆ ହିତାଧିକାରୀ ଯୋଡି ହୋଇ ପାରୁନାହାନ୍ତି। ତେବେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶା ଯାଇ କଟା ଚାଲିଛି। କିଏ ଯୋଗ୍ୟ କିଏ ଅଯୋଗ୍ୟ ବାଛିବା କାଠିକର ପାଠ ହୋଇପଡିଥିବାବେଳେ ଜିଲା ସାରା ଅସନ୍ତୋଷର ନିଅଁା ଜଳୁଛି।
ଜିଲାରେ ୧୬ ହଜାର ୨୭୮ ଜଣ ହିତାଧିକାରୀ ଜଣ ହିତାଧିକାରୀ କାର୍ଯ୍ୟାଦେଶ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରୁ ୧୧ ହଜାର ୭୮୧ ଜଣଙ୍କ ନଁାରେ କାର୍ଯ୍ୟାଦେଶ ବଣ୍ଟନ ରବିବାର ସୁଦ୍ଧା ହୋଇ ସାରିଲାଣି। ଅବଶିଷ୍ଟ ଯେଉଁମାନେ ରହିଲେ ସେମାନେ ଖୁବଶୀଘ୍ର କାର୍ଯ୍ୟାଦେଶ ପାଇବେ ବୋଲି ଜିଲା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। ଗତ ଜାନୁୟାରୀ ୨୫ରେ ଜିଲା ଉନ୍ନୟନ କୋଡିନେଶନ ଆଣ୍ଡ ମନିଟରିଂ କମିଟି(ଦିିଶା)ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)କୁ ନେଇ ଝଡ ସୃଷ୍ଟି ହୋଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆବାସ ଯୋଜନାରେ ପଞ୍ଚାୟତ ସ୍ତରରେ ପ୍ରକାଶ ପାଇଥିବା ତାଲିକାରେ ଅଧିକାଂଶ ସ୍ବଚ୍ଛଳ ବର୍ଗର ନଁା ରହିଥିବାବେଳେ ବହୁ ଗରିବ ଲୋକ ବାଦ୍‌ ପଡିଛନ୍ତି। ଏଣୁ ପ୍ରତି ଗଁାରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। ଲୋକ ବୁଝିବା ସ୍ଥିତିରେ ନାହାନ୍ତି। ସ୍ବଚ୍ଛଳବର୍ଗଙ୍କୁ କାଟି ପ୍ରକୃତ ହିତାଧିକାରୀଙ୍କୁ ଦେବା କାଠିକର ପାଠ ହୋଇ ପଡିଛି। ଲୋକଙ୍କ ପ୍ରଶ୍ନର ଉତ୍ତର ପ୍ରଶାସନିକସ୍ତରରେ ମିଳୁନି। ଏଣୁ ଲୋକ ପ୍ରତିନିଧିମାନେ ଖଣ୍ଡାଧାରରେ ଝୁଲୁଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ ଉଠିଥିଲା। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏବେଠାରୁ ଲୋକମାନେ ଆବାସ ପ୍ରସଙ୍ଗ ଉଠାଇ ସାରିଲେଣି ବୋଲି ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରସଙ୍ଗ ଉଠାଇ ସମାଧାନର ମାର୍ଗ ଲୋଡିଥିଲେ। ବୈଠକର ୬ମାସ ପରେ ପୁଣି ଆବାସ ଯୋଜନାର ଝଡ ଆସିଛି। କେତେଜଣ ସ୍ବଚ୍ଛଳ ଲୋକ କଟୁଥିବାର କୁହାଯାଉଥିଲେ ହେଁ ରାଜନେତାମାନେ ହଇରାଣ ହେବା ଆରମ୍ଭ ହୋଇଛି।
ହାତଗୁଞ୍ଜା ନ ଦେଲେ ନଁା କଟୁଛି
ହାତଗୁଞ୍ଜା ନ ଦେଲେ ଆବାସ ଯୋଜନାରୁ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶାଇ ବାଦ୍‌ ଦିଆଯାଉଥିବାର ଅଭିଯୋଗ ହୋଇଆସୁଛି। ଏଭଳି ଅଭିଯୋଗ ଜିଲା ସାରା ହେଉଥିବାବେଳେ ଭାପୁର ବ୍ଲକ ଚର୍ଚ୍ଚାକୁ ଆସିଛି। ଭାପୁର ବିଡିଓଙ୍କୁ ପଦ୍ମାବତୀର ୧୫ରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଭିଯୋଗ କରି ଆବାସ ଯୋଜନାରେ ଲାଞ୍ଚ କାରବାରର ଗୁମର ଖୋଲିଥିଲେ। ଅଭିଯୋଗ ଅନୁସାରେ ଆବାସ ଯୋଜନାରେ ଯୋଗ୍ୟ ବବେଚିତ ହୋଇ ସରକାରୀ ତାଲିକାରେ ନଁା ଥିଲା। ୩୦ ହଜାର ଲାଞ୍ଚ ନ ଦେବାରୁ କନିଷ୍ଠ ଯନ୍ତ୍ରୀ ସୁପରଭିଜନରେ ନଁା କାଟି ଦେଇଛନ୍ତି। କେତେଜଣ ଜଣ ବ୍ୟକ୍ତି ଲାଞ୍ଚ ଦେବାରୁ ସେମାନଙ୍କ ନଁା ଯୋଜନାରେ ରହିଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ୬ରୁ ଊର୍ଦ୍ଧ୍ୱ ଦିନ ବିତି ଯାଇଥିଲେ ବି ଏଯାବତ ତଦନ୍ତ ହେଉ ନାହିଁ କି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଅଭିଯୋଗ ଉଠିଛି। ବରଂ ସୁରକ୍ଷା ଯୋଗାଇ ଦିଆଯାଉଛି।
ମହିଳାଙ୍କ ଧାରଣା ୪ର୍ଥ ଦିନରେ
ଆବାସ ଯୋଜନାରେ ନଁା କଟି ଯାଇଥିବା କେତେଜଣ ମହିଳା ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠାଇ ନୂଆଗଁା ବ୍ଲକ ବେରୁଅଁାବାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗତ ଗୁରୁବାର ଠାରୁ ଧାରଣା ଦେଇଛନ୍ତି। ଧାରଣା ଦେବାରୁ ୪ ଦିନ ବିତି ଯିବାକୁ ବସିଥିବାବେଳେ ସେମାନଙ୍କର ଅଭିଯୋଗକୁ ପ୍ରଶାସନ ଶୁଣୁ ନ ଥିବା ଅଭିଯୋଗ ରହିଛି। ଆବାସ ଯୋଜନାରେ ନଁା ସାମିଲ କରି କାର୍ଯ୍ୟାଦେଶ ନ ମିଳିଲେ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ସେମାନେ ସରକାରଙ୍କ ସବୁ ମାନଦଣ୍ଡକୁ ପୂରଣ କରିଥିବାବେଳେ ଜିଆରଏସ୍‌ଙ୍କୁ ଲାଞ୍ଚ ନ ଦେବାରୁ ଅଯୋଗ୍ୟ କରାଯାଇଥିବା ଅଭିଯୋଗ ରହିଛି।
ଆକାଉଣ୍ଟ ମିସ୍‌ ମ୍ୟାଚିଂରୁ କାର୍ଯ୍ୟାଦେଶ ବାହାରୁନି
ଆଧାରକାର୍ଡ ଲିଙ୍କ ଆକାଉଣ୍ଟରେ ଆବାସ ଯୋଜନାରେ ସରକାରୀ ଅନୁଦାନ ଆସୁଛି। ତେବେ ଅଧିକାଂଶ ଆକାଉଣ୍ଟ ମିସ୍‌ ମ୍ୟାଚିଂ ଯୋଗୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉ ନାହିଁ। ଏଣୁ ଯୋଗ୍ୟ ବିବେଚିତ ହେଲେ ବି ହିତାଧିକାରୀ କାର୍ଯ୍ୟାଦେଶ ପାଇ ପାରୁ ନାହାନ୍ତି। କାର୍ଯ୍ୟାଦେଶ ପାଇବାକୁ ବିଭିନ୍ନ ଅଫିସରକୁ ଯାଇ ହଟହଟା ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri