ପରିତ୍ୟକ୍ତ ସରନାଳକୁ ନେଇ ଚିନ୍ତା

ଖଣ୍ଡପଡ଼ା,୩ା୭(ଅଜୟ କୁମାର ମହାରଣା): ଦୀର୍ଘବର୍ଷରୁ ଅକୁରାବନ୍ଧ ଗାଁ ମୁଣ୍ଡରେ ଥିବା ସରନାଳ ରକ୍ଷଣାବେକ୍ଷଣ ଅଭାବରୁ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ପାଣି ଉପରେ ଦଳ, ଘାସ ଓ ମେଘଡ଼ମ୍ବରୁ ଗଛର ଏକ ଆସ୍ତରଣ ଜମି ଏହା ଏକ ଖେଳ ପଡ଼ିଆର ଭ୍ରମ ସୃଷ୍ଟି କରୁଛି। ଦିନଥିଲା ଏହି ସରନାଳ ଉପରେ ଅକୁରାବନ୍ଧ, ବଳରାମପ୍ରସାଦ, ଘୋଡାମାରିଦ୍ୱାର ଓ ସିଧାମୂଳାବାସୀ ସ୍ନାନ ଶୌଚାଦି ପାଇଁ ନିର୍ଭର କରୁଥିଲେ। ଏବେ ସେହି ନାଳ ମଶା ଡ଼ାଉଁଶଙ୍କ ଏନ୍ତୁଡ଼ିଶାଳ ପାଲଟିଛି। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ସରନାଳ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି।
ସିଧାମୂଳା ପଞ୍ଚାୟତ ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର୧୪୧୪ ପ୍ଲଟରେ ୧୭.୬୩ ଏକର, ୬୨୯ ଖାତା ୬୯୫ ନଂ. ପ୍ଲଟରେ ଥିବା ୧୧.୫୬ ଏକର ପରିମିତରେ ଅକୁରାବନ୍ଧ ସରନାଳ ରହିଛି। ସିଧାମୂଳା ପଞ୍ଚାୟତ ସରହଦରେ ଥିବା ଏହି ବୃହତ୍‌ ଜଳାଶୟରେ ଗ୍ରାମରେ କୌଣସି ବନ୍ଧ କିମ୍ବା ପୋଖରୀ ନ ଥିବାରୁ ସିଧାମୂଳା, ଘୋଡାମାରୀଦ୍ୱାର ଓ ବଳରାମ ପ୍ରସାଦ ଗ୍ରାମର ୩ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ସ୍ନାନ,ଶୌଚାଦି ପାଇଁ ଏହି ନାଳ ଉପରେ ନିର୍ଭର କରିଥାନ୍ତି। ଏହାଛଡା ସଂପୃକ୍ତ ଅଞ୍ଚଳର ଗାଈ, ଗୋରୁ, ମେଣ୍ଢା, ମଇଁଷି ଆଦି ଗୃହପାଳିତ ପଶୁ ମଧ୍ୟ ପାଣି ପିଇବା ଓ ଗାଧୋଇବା ଆଦି କାଯର୍‌ୟ ପାଇଁ ଏହା ଉପରେ ନିର୍ଭର କରୁଥିଲେ। ଚାଷୀମାନେ ଜମିବାଡ଼ିରେ କାମ ସାରି ଏହି ସରରେ ଗାଧୋଉ ଥିଲେ। ମାତ୍ର ସରନାଳଟି କ୍ରମଶଃ ମେଘଡ଼ମ୍ବରୁ ଦଳ ଓ ବିଭିନ୍ନ ଅନାବନା ଗଛରେ ଭରପୁର ହୋଇଯିବାରୁ ଏହା ଭିତରକୁ ପଶିବା ଅସମ୍ଭବ ହୋଇପଡୁଛି। ଏହି ଦଳପୂର୍ଣ୍ଣ ସରନାଳରେ ଏବେ ସ୍ନାନ ଶୌଚାଦି ସମ୍ପନ୍ନ କରିବା ବିପଦପୂର୍ଣ୍ଣ ହୋଇଛି। ସନ୍ଧ୍ୟା ହେଲେ ସ୍ଥାନୀୟ ଲୋକେ ଅଧିକ ଭୟ କରୁଛନ୍ତି। ଏହି ସର ମଶା, ଡାଉଁଶ ଓ ସରୀସୃପଙ୍କ ବୋଲି ଗ୍ରାମର ବିଜୟ କୁମାର ସାହୁ, ଜୟକୃଷ୍ଣ ସ୍ବାଇଁ, ଗୋଲଖ ଲେଙ୍କା, ନାରାୟଣ ରାଉତ, ସନାତନ ଲେଙ୍କା, ଘନଶ୍ୟାମ ମିଶ୍ର, ସିଧାମୂଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ଷଡ଼ଙ୍ଗୀ, ମହେଶ୍ୱର ରଣା, ସୁଦର୍ଶନ ମନ୍ତ୍ରୀ ପ୍ରମୁଖ କ୍ଷୋଭର ସହିତ କୁହନ୍ତି। ଏବେ କିଛି ବର୍ଷ ହେବ ମେଘ ଡ଼ମ୍ବରୁ ଦଳ ଓ ବିଭିନ୍ନ ଅନାବନା ଘାସର ଏକ ଆସ୍ତରଣ ସରନାଳକୁ ଆବୃତ କରି ରଖିଛି। ଫଳରେ ଜଳାଶୟ ମଧ୍ୟକୁ ସାଧାରଣ ମଣିଷ କ’ଣ ଗୋରୁ ଗାଈ ମଧ୍ୟ ପଶିବାକୁ ଭୟ କରୁଛନ୍ତି। ଫଳରେ ଉକ୍ତ ସରନାଳଟି ଲୋକ କିମ୍ବା ଗୃହ ପାଳିତ ପଶୁମାନଙ୍କ ବ୍ୟବହାରରେ ଆସି ପାରୁନାହଁି। ଉକ୍ତ ଜଳାଶୟର ପୁନରୁଦ୍ଧାର ଉପରେ ବୁଦ୍ଧିଜୀବୀ ଗୁରୁତ୍ୱାରୋପ କରିଛନ୍ତି। ଏହାର ପ୍ରତିକାର ତଥା ପୁନରୁଦ୍ଧାର ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?