ଟେନ୍‌ଶନ ଦେଉଛିି ଆବାସ ଯୋଜନା

ନୟାଗଡ଼,୩।୭(ଲୋକନାଥ ମିଶ୍ର): ଆଉ କିଛି ମାସ ପରେ ବିଧାନସଭା ଓ ଲୋକସଭା ନିର୍ବାଚନ। ଏଭଳି ସ୍ଥଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ କାର୍ଯ୍ୟାଦେଶ ବଣ୍ଟନ ଶାସକ ଓ ବିରୋଧିଙ୍କୁ ଅଡୁଆରେ ପକାଇଛି। ଯୋଜନାରେ ନୂଆ ହିତାଧିକାରୀ ଯୋଡି ହୋଇ ପାରୁନାହାନ୍ତି। ତେବେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶା ଯାଇ କଟା ଚାଲିଛି। କିଏ ଯୋଗ୍ୟ କିଏ ଅଯୋଗ୍ୟ ବାଛିବା କାଠିକର ପାଠ ହୋଇପଡିଥିବାବେଳେ ଜିଲା ସାରା ଅସନ୍ତୋଷର ନିଅଁା ଜଳୁଛି।
ଜିଲାରେ ୧୬ ହଜାର ୨୭୮ ଜଣ ହିତାଧିକାରୀ ଜଣ ହିତାଧିକାରୀ କାର୍ଯ୍ୟାଦେଶ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରୁ ୧୧ ହଜାର ୭୮୧ ଜଣଙ୍କ ନଁାରେ କାର୍ଯ୍ୟାଦେଶ ବଣ୍ଟନ ରବିବାର ସୁଦ୍ଧା ହୋଇ ସାରିଲାଣି। ଅବଶିଷ୍ଟ ଯେଉଁମାନେ ରହିଲେ ସେମାନେ ଖୁବଶୀଘ୍ର କାର୍ଯ୍ୟାଦେଶ ପାଇବେ ବୋଲି ଜିଲା ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। ଗତ ଜାନୁୟାରୀ ୨୫ରେ ଜିଲା ଉନ୍ନୟନ କୋଡିନେଶନ ଆଣ୍ଡ ମନିଟରିଂ କମିଟି(ଦିିଶା)ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)କୁ ନେଇ ଝଡ ସୃଷ୍ଟି ହୋଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆବାସ ଯୋଜନାରେ ପଞ୍ଚାୟତ ସ୍ତରରେ ପ୍ରକାଶ ପାଇଥିବା ତାଲିକାରେ ଅଧିକାଂଶ ସ୍ବଚ୍ଛଳ ବର୍ଗର ନଁା ରହିଥିବାବେଳେ ବହୁ ଗରିବ ଲୋକ ବାଦ୍‌ ପଡିଛନ୍ତି। ଏଣୁ ପ୍ରତି ଗଁାରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି। ଲୋକ ବୁଝିବା ସ୍ଥିତିରେ ନାହାନ୍ତି। ସ୍ବଚ୍ଛଳବର୍ଗଙ୍କୁ କାଟି ପ୍ରକୃତ ହିତାଧିକାରୀଙ୍କୁ ଦେବା କାଠିକର ପାଠ ହୋଇ ପଡିଛି। ଲୋକଙ୍କ ପ୍ରଶ୍ନର ଉତ୍ତର ପ୍ରଶାସନିକସ୍ତରରେ ମିଳୁନି। ଏଣୁ ଲୋକ ପ୍ରତିନିଧିମାନେ ଖଣ୍ଡାଧାରରେ ଝୁଲୁଛନ୍ତି ବୋଲି ଖୋଲାଖୋଲି ଅଭିଯୋଗ ଉଠିଥିଲା। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏବେଠାରୁ ଲୋକମାନେ ଆବାସ ପ୍ରସଙ୍ଗ ଉଠାଇ ସାରିଲେଣି ବୋଲି ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରସଙ୍ଗ ଉଠାଇ ସମାଧାନର ମାର୍ଗ ଲୋଡିଥିଲେ। ବୈଠକର ୬ମାସ ପରେ ପୁଣି ଆବାସ ଯୋଜନାର ଝଡ ଆସିଛି। କେତେଜଣ ସ୍ବଚ୍ଛଳ ଲୋକ କଟୁଥିବାର କୁହାଯାଉଥିଲେ ହେଁ ରାଜନେତାମାନେ ହଇରାଣ ହେବା ଆରମ୍ଭ ହୋଇଛି।
ହାତଗୁଞ୍ଜା ନ ଦେଲେ ନଁା କଟୁଛି
ହାତଗୁଞ୍ଜା ନ ଦେଲେ ଆବାସ ଯୋଜନାରୁ ହିତାଧିକାରୀଙ୍କୁ ଅଯୋଗ୍ୟ ଦର୍ଶାଇ ବାଦ୍‌ ଦିଆଯାଉଥିବାର ଅଭିଯୋଗ ହୋଇଆସୁଛି। ଏଭଳି ଅଭିଯୋଗ ଜିଲା ସାରା ହେଉଥିବାବେଳେ ଭାପୁର ବ୍ଲକ ଚର୍ଚ୍ଚାକୁ ଆସିଛି। ଭାପୁର ବିଡିଓଙ୍କୁ ପଦ୍ମାବତୀର ୧୫ରୁ ଊର୍ଦ୍ଧ୍ୱ ହିତାଧିକାରୀ ଅଭିଯୋଗ କରି ଆବାସ ଯୋଜନାରେ ଲାଞ୍ଚ କାରବାରର ଗୁମର ଖୋଲିଥିଲେ। ଅଭିଯୋଗ ଅନୁସାରେ ଆବାସ ଯୋଜନାରେ ଯୋଗ୍ୟ ବବେଚିତ ହୋଇ ସରକାରୀ ତାଲିକାରେ ନଁା ଥିଲା। ୩୦ ହଜାର ଲାଞ୍ଚ ନ ଦେବାରୁ କନିଷ୍ଠ ଯନ୍ତ୍ରୀ ସୁପରଭିଜନରେ ନଁା କାଟି ଦେଇଛନ୍ତି। କେତେଜଣ ଜଣ ବ୍ୟକ୍ତି ଲାଞ୍ଚ ଦେବାରୁ ସେମାନଙ୍କ ନଁା ଯୋଜନାରେ ରହିଛି ବୋଲି ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ୬ରୁ ଊର୍ଦ୍ଧ୍ୱ ଦିନ ବିତି ଯାଇଥିଲେ ବି ଏଯାବତ ତଦନ୍ତ ହେଉ ନାହିଁ କି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ବୋଲି ଅଭିଯୋଗ ଉଠିଛି। ବରଂ ସୁରକ୍ଷା ଯୋଗାଇ ଦିଆଯାଉଛି।
ମହିଳାଙ୍କ ଧାରଣା ୪ର୍ଥ ଦିନରେ
ଆବାସ ଯୋଜନାରେ ନଁା କଟି ଯାଇଥିବା କେତେଜଣ ମହିଳା ସରକାରଙ୍କ ଯୋଜନା ଉପରେ ପ୍ରଶ୍ନ ଉଠାଇ ନୂଆଗଁା ବ୍ଲକ ବେରୁଅଁାବାରୀ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗତ ଗୁରୁବାର ଠାରୁ ଧାରଣା ଦେଇଛନ୍ତି। ଧାରଣା ଦେବାରୁ ୪ ଦିନ ବିତି ଯିବାକୁ ବସିଥିବାବେଳେ ସେମାନଙ୍କର ଅଭିଯୋଗକୁ ପ୍ରଶାସନ ଶୁଣୁ ନ ଥିବା ଅଭିଯୋଗ ରହିଛି। ଆବାସ ଯୋଜନାରେ ନଁା ସାମିଲ କରି କାର୍ଯ୍ୟାଦେଶ ନ ମିଳିଲେ ଧାରଣା ଚାଲୁ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି। ସେମାନେ ସରକାରଙ୍କ ସବୁ ମାନଦଣ୍ଡକୁ ପୂରଣ କରିଥିବାବେଳେ ଜିଆରଏସ୍‌ଙ୍କୁ ଲାଞ୍ଚ ନ ଦେବାରୁ ଅଯୋଗ୍ୟ କରାଯାଇଥିବା ଅଭିଯୋଗ ରହିଛି।
ଆକାଉଣ୍ଟ ମିସ୍‌ ମ୍ୟାଚିଂରୁ କାର୍ଯ୍ୟାଦେଶ ବାହାରୁନି
ଆଧାରକାର୍ଡ ଲିଙ୍କ ଆକାଉଣ୍ଟରେ ଆବାସ ଯୋଜନାରେ ସରକାରୀ ଅନୁଦାନ ଆସୁଛି। ତେବେ ଅଧିକାଂଶ ଆକାଉଣ୍ଟ ମିସ୍‌ ମ୍ୟାଚିଂ ଯୋଗୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉ ନାହିଁ। ଏଣୁ ଯୋଗ୍ୟ ବିବେଚିତ ହେଲେ ବି ହିତାଧିକାରୀ କାର୍ଯ୍ୟାଦେଶ ପାଇ ପାରୁ ନାହାନ୍ତି। କାର୍ଯ୍ୟାଦେଶ ପାଇବାକୁ ବିଭିନ୍ନ ଅଫିସରକୁ ଯାଇ ହଟହଟା ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?