ଆବାସ ଅପେକ୍ଷାର ହେଉନି ଅନ୍ତ

ଆଠମଲ୍ଲିକ,୧୨ା୮: ଦରିଦ୍ର ବୋଲି ଦୂରରୁ ଜଳ ଜଳ ଦିଶୁଛି। ମାଟି କାନ୍ଥ ଭାଙ୍ଗି ମାଟିରେ ଲୋଟୁଛି। ଭଙ୍ଗା ଛପର ଉପରେ ଜରିପାଲ ଭିଡ଼ାଯାଇଛି। ହେଲେ ଏପରି ଗରିବଙ୍କ ଆବାସ ଆବେଦନକୁ ବର୍ଷ ବର୍ଷ ଧରି ଦିଆଯାଉନି ଗୁରୁତ୍ୱ। ଦୂର କରାଯାଉନି ଦଦରା ଘରେ ମୁଣ୍ଡ ଗୁଞ୍ଜିଥିବା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା। ଆବାସ ଅପେକ୍ଷାର ଅନ୍ତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଅନ୍ତରସିଙ୍ଗା ଓ ହରିହରପୁର ଗ୍ରାମର ୬ ପରିବାର।
ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାଠାରୁ ବେଶି ଦୂର ନୁହେଁ ନଅଗାଁ ପଞ୍ଚାୟତ। ହେଲେ ଦୀପ ତଳ ଅନ୍ଧାର ପରି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି ଏହି ପଞ୍ଚାୟତର ଅନ୍ତରସିଙ୍ଗାବାସୀ ରଞ୍ଜନ ସେଠୀ (୪୦), ଶେଷଦେବ ରଣା (୩୬), ମିତ୍ରୁ ରଣା (୪୦), ହରିହରପୁର ଗ୍ରାମର ରତ୍ନା ଦେହୁରୀ (୪୦), ସୁଶୀଳ ନାଏକ (୫୦) ଓ ରବୀନ୍ଦ୍ର ରଣା (୫୦)ଙ୍କ ପରିବାର। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ୬ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି। ଅର୍ଥାଭାବରୁ ଘର ଛପର ମରାମତି କରିପାରୁ ନାହାନ୍ତି। କାନ୍ଥ ଭାଙ୍ଗି ଯାଇଥିଲେ ମଧ୍ୟ ନୂଆ କରି ଠିଆକରିପାରୁ ନାହାନ୍ତି। ମୂଲମଜୁରି ଉପରେ ନିର୍ଭର କରୁଥିବା ଏହି ଲୋକମାନେ କରୋନା ପରଠାରୁ ଅତ୍ୟନ୍ତ ଅସହାୟ ହୋଇପଡ଼ିଛନ୍ତି। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଏକମାତ୍ର ଭରସା ବୋଲି ସମ୍ପୃକ୍ତ ହିତାଧିକାରୀମାନେ କହିଛନ୍ତି। ଅନ୍ତରସିଙ୍ଗା ଗ୍ରାମର ରଞ୍ଜନ ସେଠୀ କହିଛନ୍ତି, ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ସଂସାର। କାମଧନ୍ଦା ଅଭାବରୁ ୩ ବର୍ଷ ହେଲା ଘର ଛପର ମରାମତି କରିପାରି ନାହାନ୍ତି। ଫଳରେ ବର୍ଷା ପାଣି ପଡି ମାଟି କାନ୍ଥ ଅଧା ଭାଙ୍ଗିଯାଇଛି। ଶେଷଦେବ ରଣା କହିଛନ୍ତି, ଘର ଭାଙ୍ଗି ଯାଇଥିବାରୁ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ବଡ଼ କଷ୍ଟରେ ଚଳୁଛନ୍ତି। ବାରଣ୍ଡାରେ କାଠ ଚୁଲିରେ ରୋଷେଇ କରୁଛନ୍ତି। ମିତ୍ରୁ ରଣା କହିଛନ୍ତି, ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ। ଯକ୍ଷ୍ମା ରୋଗ ଭଲ ହୋଇଯାଇଥିଲେ ବି ମୂଲମଜୁରି ପାଇଁ ବଳ ପାଉନାହିଁ। ସେଥିପାଇଁ ଭାଙ୍ଗିଯାଇଥିବା ଘର ମରାମତି କରିପାରୁନାହାନ୍ତି। ହରିହରପୁର ଗ୍ରାମର ରତ୍ନା ଦେହୁରୀ କହିଛନ୍ତି, ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗିଯାଇଛି। ଖଟିପାରୁ ନ ଥିବାରୁ ପରିବାର ଚଳାଇବାକୁ ଅସମର୍ଥ। ଏପରି ଅବସ୍ଥାରେ ଘର ସଜାଡ଼ିବାକୁ ସମ୍ବଳ ପାଉନାହାନ୍ତି। ଗ୍ରାମର ସୁଶୀଳ ନାଏକ ଓ ରବୀନ୍ଦ୍ର ରଣା କହିଛନ୍ତି, ସେମାନଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଟଙ୍କିକିଆ ଚାଉଳରେ ପରିବାରର ପେଟ ପୂରୁଛି। ତେଣୁ ଘର ମରାମତି କଥା ଭାବିପାରୁ ନାହାନ୍ତି। ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ।

(ଉଦିପ୍ତ କୁମାର ପୁରୋହିତ)


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri