ଆବାସ ଅପେକ୍ଷାର ହେଉନି ଅନ୍ତ

ଆଠମଲ୍ଲିକ,୧୨ା୮: ଦରିଦ୍ର ବୋଲି ଦୂରରୁ ଜଳ ଜଳ ଦିଶୁଛି। ମାଟି କାନ୍ଥ ଭାଙ୍ଗି ମାଟିରେ ଲୋଟୁଛି। ଭଙ୍ଗା ଛପର ଉପରେ ଜରିପାଲ ଭିଡ଼ାଯାଇଛି। ହେଲେ ଏପରି ଗରିବଙ୍କ ଆବାସ ଆବେଦନକୁ ବର୍ଷ ବର୍ଷ ଧରି ଦିଆଯାଉନି ଗୁରୁତ୍ୱ। ଦୂର କରାଯାଉନି ଦଦରା ଘରେ ମୁଣ୍ଡ ଗୁଞ୍ଜିଥିବା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା। ଆବାସ ଅପେକ୍ଷାର ଅନ୍ତ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତ ଅନ୍ତରସିଙ୍ଗା ଓ ହରିହରପୁର ଗ୍ରାମର ୬ ପରିବାର।
ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାଠାରୁ ବେଶି ଦୂର ନୁହେଁ ନଅଗାଁ ପଞ୍ଚାୟତ। ହେଲେ ଦୀପ ତଳ ଅନ୍ଧାର ପରି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି ଏହି ପଞ୍ଚାୟତର ଅନ୍ତରସିଙ୍ଗାବାସୀ ରଞ୍ଜନ ସେଠୀ (୪୦), ଶେଷଦେବ ରଣା (୩୬), ମିତ୍ରୁ ରଣା (୪୦), ହରିହରପୁର ଗ୍ରାମର ରତ୍ନା ଦେହୁରୀ (୪୦), ସୁଶୀଳ ନାଏକ (୫୦) ଓ ରବୀନ୍ଦ୍ର ରଣା (୫୦)ଙ୍କ ପରିବାର। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏହି ୬ ପରିବାର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛନ୍ତି। ଅର୍ଥାଭାବରୁ ଘର ଛପର ମରାମତି କରିପାରୁ ନାହାନ୍ତି। କାନ୍ଥ ଭାଙ୍ଗି ଯାଇଥିଲେ ମଧ୍ୟ ନୂଆ କରି ଠିଆକରିପାରୁ ନାହାନ୍ତି। ମୂଲମଜୁରି ଉପରେ ନିର୍ଭର କରୁଥିବା ଏହି ଲୋକମାନେ କରୋନା ପରଠାରୁ ଅତ୍ୟନ୍ତ ଅସହାୟ ହୋଇପଡ଼ିଛନ୍ତି। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଏକମାତ୍ର ଭରସା ବୋଲି ସମ୍ପୃକ୍ତ ହିତାଧିକାରୀମାନେ କହିଛନ୍ତି। ଅନ୍ତରସିଙ୍ଗା ଗ୍ରାମର ରଞ୍ଜନ ସେଠୀ କହିଛନ୍ତି, ସ୍ତ୍ରୀ, ତିନି ଝିଅ ଓ ଗୋଟିଏ ପୁଅଙ୍କୁ ନେଇ ତାଙ୍କ ସଂସାର। କାମଧନ୍ଦା ଅଭାବରୁ ୩ ବର୍ଷ ହେଲା ଘର ଛପର ମରାମତି କରିପାରି ନାହାନ୍ତି। ଫଳରେ ବର୍ଷା ପାଣି ପଡି ମାଟି କାନ୍ଥ ଅଧା ଭାଙ୍ଗିଯାଇଛି। ଶେଷଦେବ ରଣା କହିଛନ୍ତି, ଘର ଭାଙ୍ଗି ଯାଇଥିବାରୁ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ନେଇ ବଡ଼ କଷ୍ଟରେ ଚଳୁଛନ୍ତି। ବାରଣ୍ଡାରେ କାଠ ଚୁଲିରେ ରୋଷେଇ କରୁଛନ୍ତି। ମିତ୍ରୁ ରଣା କହିଛନ୍ତି, ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ପୁଅ। ଯକ୍ଷ୍ମା ରୋଗ ଭଲ ହୋଇଯାଇଥିଲେ ବି ମୂଲମଜୁରି ପାଇଁ ବଳ ପାଉନାହିଁ। ସେଥିପାଇଁ ଭାଙ୍ଗିଯାଇଥିବା ଘର ମରାମତି କରିପାରୁନାହାନ୍ତି। ହରିହରପୁର ଗ୍ରାମର ରତ୍ନା ଦେହୁରୀ କହିଛନ୍ତି, ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗିଯାଇଛି। ଖଟିପାରୁ ନ ଥିବାରୁ ପରିବାର ଚଳାଇବାକୁ ଅସମର୍ଥ। ଏପରି ଅବସ୍ଥାରେ ଘର ସଜାଡ଼ିବାକୁ ସମ୍ବଳ ପାଉନାହାନ୍ତି। ଗ୍ରାମର ସୁଶୀଳ ନାଏକ ଓ ରବୀନ୍ଦ୍ର ରଣା କହିଛନ୍ତି, ସେମାନଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଟଙ୍କିକିଆ ଚାଉଳରେ ପରିବାରର ପେଟ ପୂରୁଛି। ତେଣୁ ଘର ମରାମତି କଥା ଭାବିପାରୁ ନାହାନ୍ତି। ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ।

(ଉଦିପ୍ତ କୁମାର ପୁରୋହିତ)


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri