ଏନ୍‌ଏଚ୍‌ଏଆଇ ଅବହେଳାରୁ ଦୁର୍ଘଟଣା ବୃଦ୍ଧି

ଯାଜପୁର ଅଫିସ,୧୬।୫: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ସାଲିସ ଯୋଗୁ ରାଜପଥ ନିର୍ମାଣରେ ବ୍ୟାପକ ହରିଲୁଟ ହେଉଛି। ଏଥିଯୋଗୁ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହେଉ ନ ଥିବାବେଳେ ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ୁଛି। ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ପ୍ରାୟ ୪୫ ହଜାର ଲୋକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭାରତ ସରକାରଙ୍କ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅସହଯୋଗ ଏବଂ ଅବହେଳା କାରଣରୁ ଅଧିକାଂଶ ଦୁର୍ଘଟଣା ବିଭିନ୍ନ ଜାତୀୟ ରାଜପଥରେ ଘଟୁଛି ବୋଲି ଦାୟୀ କରାଯାଇଛି। ଏହିକ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସଡ଼କ ସୁରକ୍ଷା ଅଭିଯାନରେ ଉପଯୁକ୍ତ ଭାବେ ସାମିଲ ହୋଇ ସହଯୋଗ କରିବାକୁ ଏନଏଚ୍‌ଏଆଇର ଚିଫ୍‌ ଜେନେରାଲ ମ୍ୟାନେଜର (ସିଜିଏମ) ଏବଂ ରିଜିଓନାଲ ଅଫିସର(ଆର୍‌ଓ)ଙ୍କୁ ପତ୍ର ଲେଖିଛନ୍ତି।
ଓଡ଼ିଶାର ସିଆଇଡି ଓ କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୨୦୨୦ ଅପେକ୍ଷା ୨୦୨୧ରେ ଦୁର୍ଘଟଣାଜନିତ ମୃତ୍ୟୁହାର ୭.୨୪% ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ୧୦,୯୮୪ଟି ଦୁର୍ଘଟଣା ହୋଇଥିବାବେଳେ ୫୦୮୧ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ ୯୮୧୭ଟି ଦୁର୍ଘଟଣାରେ ୪୭୩୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ରୋଡ ସେଫ୍ଟି କମିଟି(ଡିଆର୍‌ଏସ୍‌ସି) ଗଠନ କରାଯାଇଛି। କିନ୍ତୁ ଏହି ଡିଆରଏସ୍‌ସି ବୈଠକକୁ ଏନ୍‌ଏଚ୍‌ଏଆଇ ବାଲେଶ୍ୱର ପ୍ରୋଜେକ୍ଟ ଡାଇରେକ୍ଟର(ପିଡି) ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରି ଆସୁଛନ୍ତି। ଏହିମର୍ମରେ ସଚିବ ସେଠୀ ତାଙ୍କ ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ସଡ଼କ ଦୁର୍ଘଟଣା ମୃତ୍ୟୁହାର ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଦୁର୍ଘଟଣା ମୃତକଙ୍କ ମଧ୍ୟରୁ ଅଧିକାଂଶ ଯୁବକ ଏବଂ ପ୍ରାୟତଃ ସେମାନେ ପରିବାରର ରୋଜଗାରକ୍ଷମ ବ୍ୟକ୍ତି। ବାଲେଶ୍ୱର ଏନ୍‌ଏଚ୍‌ଏଆଇ ପିଡିଙ୍କ ଅଧୀନରେ ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲା ଦେଇ ଯାଇଥିବା ୪୯, ୧୬ ଓ ୧୮ ନମ୍ବର ଜାତୀୟ ରାଜପଥ ରହିଛି। ସଡ଼କ ସୁରକ୍ଷା ଦୃଷ୍ଟିରୁ ମୟୂରଭଞ୍ଜ ହେଉଛି ଅନ୍ୟତମ ଅସୁରକ୍ଷିତ ଜିଲା। ୨୦୨୧ରେ ଏହି ଜିଲାରେ ୫୪୦ ଦୁର୍ଘଟଣାରେ ୩୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ତଥ୍ୟ ଅନୁଯାୟୀ ଏହି ଜିଲାର ୧୩ଟି ବ୍ଲାକ ସ୍ପଟ୍‌ ଅଛି। ସେଥିମଧ୍ୟରୁ ଦ୍ୱାରସୁନିଘାଟ ଜିଲାର ଏକ ବିପଜ୍ଜନକ ସ୍ଥାନ। ଏଠାରେ ପ୍ରତି ମାସରେ ୨/୩ ଦୁର୍ଘଟଣା ଘଟେ। ଏହି ପ୍ରସଙ୍ଗ ଡିଆରଏସ୍‌ସି ବୈଠକରେ ନିୟମିତ ଆଲୋଚନା କରାଯାଇଥାଏ। କିନ୍ତୁ ବାଲେଶ୍ୱର ଏନ୍‌ଏଚ୍‌ଏଆଇ ପିଡି ଏହି ବୈଠକରେ ଯୋଗଦେବା ଆବଶ୍ୟକ ବୋଲି ଅନୁଭବ କରନ୍ତି ନାହିଁ। ଏହା ସଡ଼କ ସୁରକ୍ଷା ପ୍ରତି ଅବହେଳା ମନୋଭାବ ବୋଲି ସ୍ପଷ୍ଟ ମନେହେଉଛି ବୋଲି ସଚିବ କହିଛନ୍ତି। ପୂର୍ବରୁ ଯାଜପୁର ଜିଲାରେ ହେଉଥିବା ବୈଠକରେ ମଧ୍ୟ ଏନଏଚ୍‌ଏଆଇ କର୍ତ୍ତୃପକ୍ଷ ଯୋଗ ଦେଇ ନ ଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ୧୬ ନମ୍ବର ଏନ୍‌ଏଚ୍‌ ସମ୍ପ୍ରସାରଣ ଶେଷ କରିବାରେ ବିଳମ୍ବ ଏବଂ ଗୋଟିଏ ରାସ୍ତାରେ ଉଭୟ ପାର୍ଶ୍ୱରୁ ଗମନାଗମନ ଦୁର୍ଘଟଣା ବୃଦ୍ଧିର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ତେଣୁ ଉପଯୁକ୍ତ ଯୋଜନାରେ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉ ନ ଥିବା ଅଭିଯୋଗ ହେଉଛି।
ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏଆଇ ବାଲେଶ୍ୱର ପିଡି ଜେ.ପି. ବର୍ମାଙ୍କୁ ପଚାରିବାରେ ସେ କହିଛନ୍ତି, ତାଙ୍କ ବିଭାଗ ଅଧୀନରେ ତାଙ୍କୁ ମିଶାଇ ମାତ୍ର ୨ ଜଣ ଅଧିକାରୀ ରହିଛନ୍ତି। ଏଥିରେ ରାଜପଥ ନିର୍ମାଣ ପରିଚାଳନା ସହ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ରହିଛି। ଇତିମଧ୍ୟରେ ମୟୂରଭଞ୍ଜ ଜିଲାରେ ଅନୁଷ୍ଠିତ ୯ଟି ବୈଠକରୁ ୨ ବୈଠକରେ ସେ ଯୋଗ ଦେଇଛନ୍ତି। ବିଭାଗୀୟ କାର୍ଯ୍ୟରେ ବ୍ୟସ୍ତତାରୁ ସମସ୍ତ ବୈଠକରେ ଯୋଗଦେବା ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାରରେ ତ୍ରୁଟି: ମହିଳାଙ୍କ ଚାଲିଗଲା ଜୀବନ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନରେ ଥିବା ଜାରକାସ୍ଥିତ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିଜନିତ ଅସ୍ତ୍ରୋପଚାର ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ଗାଧୋଇବାକୁ ଯାଇ ଘରକୁ ଫେରିଲେନି ବ୍ୟକ୍ତି, ଆଜି ନଦୀରୁ…

ଧର୍ମଶାଳା,୪ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଲକ୍ଷ୍ମୀସାହି ଗ୍ରାମ ନିକଟ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡ଼ି...

ଥାନାରେ IIC-ASI ହାତାହାତି: ଆକ୍ସନ ନେଲେ ଏସ୍‌ପି

ଯାଜପୁର,୪।୧୨: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ଝିଅ-ପୁଅ ମାମଲାର ଚାର୍ଜସିଟ ରିପୋର୍ଟକୁ ନେଇ ଥାନା ଭିତରେ ତୁମୁଳକାଣ୍ଡ...

ଛାତ୍ରଙ୍କୁ ଧକ୍କାଦେଲା ହାଇଓ୍ବା: ଗୋଟିଏ ନୁହେଁ  ଚାଚିଚାରିଟି ହାଇଓ୍ବା ଜାଳିଲେ ଗ୍ରାମବାସୀ, ଦୃଶ୍ୟ ଉତ୍ତୋଳନ କରୁଥିବା  ଗଣମାଧ୍ୟମ ପ୍ରତିନିଧିଙ୍କୁ….. 

ଧର୍ମଶାଳା,୨।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା କୁରିକଣା ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି।  ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏ...

ବାଇକ୍‌ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ

ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ...

ଅଞ୍ଚଳବାସୀଙ୍କ ନିଦ ହଜାଇଛନ୍ତି ଚୋର: ପୁଣି ଦେଓଡା ଅଞ୍ଚଳରୁ ସିରିଜ ଚୋରି… 

ଧର୍ମଶାଳା,୨୬।୧୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଡା ଗାଁର ତିନି ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହି ଗାଁର ଗୁରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri