ବେଆଇନ ପାର୍କିଂରୁ ବଢୁଛି ଦୁର୍ଘଟଣା

ଅନୁଗୋଳ ଅଫିସ, ୬ା୮: ଶିଳ୍ପବହୁଳ ଅନୁଗୋଳରେ ଜନସଂଖ୍ୟା ସହ ବଢ଼ିଚାଲିଛି ଯାନବାହନ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାର ପ୍ରଶସ୍ତୀକରଣ କରାଯାଉଛି। କିନ୍ତୁ ରାସ୍ତାପାର୍ଶ୍ୱରେ ବେଆଇନ ପାର୍କିଂ କାରଣରୁ ଏହି ପ୍ରଶସ୍ତୀକରଣର ଲାଭ ମିଳିପାରୁ ନ ଥିବାବେଳେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ସହରରେ ଭାରିଯାନ ପାର୍କିଂ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି। ଏହାଛଡ଼ା ଅଫ୍‌-ରୋଡ୍‌ ପାର୍କିଂ ପାଇଁ ପରିବହନ ବିଭାଗର ଅନୁମତି ଆବଶ୍ୟକ। ବେଆଇନ ଅନ୍‌-ରୋଡ୍‌ ପାର୍କିଂ ହୋଇଥିଲେ ଗାଡ଼ି ମାଲିକଙ୍କଠାରୁ ଜରିମାନା ଆଦାୟ କରାଯିବାର ନିୟମ ରହିଛି। କିନ୍ତୁ ଏସବୁ ନୀତିନିୟମକୁ ଅନୁଗୋଳରେ ଅଣଦେଖା କରାଯାଇ ନୋ ପାର୍କିଂ ସ୍ଥାନଗୁଡ଼ିକରେ ବହୁ ସଂଖ୍ୟାରେ ଗାଡ଼ି ପାର୍କିଂ କରାଯାଉଛି।
ଅନୁଗୋଳ ସହର ମଧ୍ୟ ଦେଇ ଯାଇଥିବା ରାଜପଥ ଯୋଗୁ ସର୍ବଦା ଟ୍ରାଫିକ୍‌ ଜାମ ପରିସ୍ଥିତି ସୃଷ୍ଟି ହେଉଛି। ବିଭିନ୍ନ ଶିଳ୍ପାଞ୍ଚଳକୁ ଭାରିଯାନର ଲାଇନ ଲାଗୁଥିବା ବେଳେ ଶତାଧିକ ବସ୍‌ ଯାତ୍ରୀ ପରିବହନରେ ନିୟୋଜିତ ରହୁଛି। ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲୋକ କମ୍ପାନୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ଆସୁଥିବାରୁ କାର୍‌, ବାଇକ୍‌ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ପୂଜାପାର୍ବଣ ସମୟରେ ସହର ପ୍ରବେଶ କିମ୍ବା ପ୍ରସ୍ଥାନ କଷ୍ଟକର ହୋଇପଡ଼ୁଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ସହରର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରାଯାଉଛି। କିନ୍ତୁ ବେଆଇନ ପାର୍କିଂ ଏହାର ସମାଧାନ କରିବାକୁ ଦେଉନାହିଁ। ବିଶେଷକରି ରାଜପଥର ନାଲ୍‌କୋଠାରୁ ଅନୁଗୋଳ ଟାଉନ ଯାଏ ରାସ୍ତା ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ବେଆଇନ ପାର୍କିଂ କରାଯାଉଛି। ସେହିପରି ଅଗ୍ନିଶମ ଅଫିସ ବାଇପାସ୍‌ ପାଖରୁ ଆରମ୍ଭ କରି ହୁଲୁରିସିଂହା ରାସ୍ତାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳୁଛି। ଜାତୀୟ ରାଜପଥକୁ ବାଦ୍‌ଦେଲେ ଏହି ଦୁଇଟି ରାସ୍ତା ବାଇପାସ୍‌ ଭାବେ ବ୍ୟବହାର ହୋଇଥାଏ। ବସ୍‌ଷ୍ଟାଣ୍ଡରୁ ମହୀଧରପୁର ରୋଡ୍‌କୁ ପ୍ରଶସ୍ତ କରାଯାଇଛି। ମାତ୍ର ରାସ୍ତା ପାର୍ଶ୍ୱରେ ବସ୍‌, ଟ୍ରକ୍‌ ଓ ଚାରିଚକିଆ ଯାନ ପାର୍କିଂ ଜାରି ରହିଛି। ବସ୍‌ଷ୍ଟାଣ୍ଡରୁ ଡିଆସି ଛକ ରାସ୍ତା, ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତା, ଷ୍ଟେଶନ ଛକରୁ ଟାଉନ୍‌ ହାଇସ୍କୁଲ ଛକ ପାର୍ଶ୍ୱରେ ସେହି ଏକା ଦୃଶ୍ୟ ଦେଖିବାକୁ ମିଳୁଛି। ଅଫ୍‌-ରୋଡ୍‌ ବା ଯେଉଁ ଗାଡ଼ିଗୁଡ଼ିକ ନ ଗଡ଼ି କୌଣସି କାରଣରୁ ଅଟକି ରହିବେ ସେଥିପାଇଁ ମାଲିକମାନଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରୁ ପ୍ରଥମେ ଅନୁମତି ଆଣିବାକୁ ପଡ଼ିବ। ଏହାଛଡ଼ା ଗାଡ଼ି ରଖିବା ସ୍ଥାନ ପାର୍କିଂ ପାଇଁ ଉଦ୍ଦିଷ୍ଟ କି ନୁହେଁ, ତାହା ମଧ୍ୟ ଦର୍ଶାଇବେ। ସେହିପରି ଅନ୍‌-ରୋଡ୍‌ ବା ଚଳପ୍ରଚଳ ହେଉଥିବା ଗାଡ଼ିଗୁଡ଼ିକ ପାର୍କିଂସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ନିୟମିତ ପାର୍କିଂ କରିପାରିବେ ନାହିଁ। ଯଦି ଏହାର ଉଲ୍ଲଂଘନ ହୁଏ ତା’ହେଲେ ଗାଡ଼ି ମାଲିକଙ୍କୁ ନୋଟିସ ଦେଇ କାର୍ଯ୍ୟାନୁଷ୍ଠାନ ଆରଟିଓ ନେବା କଥା। କିନ୍ତୁ ଅନୁଗୋଳରେ ଏହି ନିୟମ ପାଳନ କରାଯାଉ ନ ଥିବାରୁ ରାସ୍ତା ସଙ୍କୁଚିତ ହୋଇଯାଉଛି। ଫଳରେ ସହର ମଧ୍ୟରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧିପାଉଛି।

ବସ୍‌ଷ୍ଟାଣ୍ଡରେ ଜାଗା ନାହିଁ
ସହରରୁ ଯାତାୟାତ କରୁଥିବା ବସ୍‌ଗୁଡ଼ିକ ରହିବା ପାଇଁ ଅନୁଗୋଳରେ ବସ୍‌ଷ୍ଟାଣ୍ଡ ନାହିଁ। ଅତ୍ୟାଧୁନିକ ବସ୍‌ ଟର୍ମିନାଲ କାର୍ଯ୍ୟ ୭ ବର୍ଷ ହେଲା ଶେଷ ହୋଇପାରୁ ନାହିଁ। ସଡ଼କ ସୁରକ୍ଷା ବୈଠକରେ ଏ ନେଇ ବାରମ୍ବାର ଅଗବତ କରାଯାଉଥିଲେ ମଧ୍ୟ ପ୍ରଶାସନ ଆନ୍ତରିକତା ଦେଖାଉ ନ ଥିବାରୁ ବାଧ୍ୟ ହୋଇ ରାସ୍ତାକଡ଼ରେ ବସ୍‌ଗୁଡ଼ିକ ପାର୍କିଂ କରାଯାଉଛି।
– ରାଜୁ ମିଶ୍ର, ସମ୍ପାଦକ, ଅନୁଗୋଳ ଜିଲା ବସ୍‌ ମାଲିକ ସଂଘ

ଆଲୋଚନାରେ ସୀମିତ ପଦକ୍ଷେପ
ଜିଲା ପ୍ରଶାସନ, ପୋଲିସ ଓ ପୌରପ୍ରଶାସନକୁ ନେଇ ବହୁବାର ପାର୍କିଂ ସମସ୍ୟା ଉପରେ ବୈଠକ ହୋଇଛି। ଏଥିରେ ୪ରୁ ୫ଟି ସ୍ଥାନ ନିରୂପଣ ସହ କେଉଁଠି କେଉଁ ଗାଡ଼ି ରହୁଛି ତାହା ଉପରେ ମଧ୍ୟ ଆଲୋଚନା କରାଯାଇଛି। କିନ୍ତୁ ପଦକ୍ଷେପ ଆଲୋଚନାରେ ହିଁ ଅଟକିଯାଇଛି।
– ବିଶ୍ୱରଞ୍ଜନ ପଟ୍ଟନାୟକ

କର୍ଣ୍ଣପାତ କରୁନି ପ୍ରଶାସନ
ସହରର ଅନେକ ସ୍ଥାନରେ ବେଆଇନ ଭାବେ ପାର୍କିଂ କରାଯାଉଛି। ଏଥିଯୋଗୁ ଦୁର୍ଘଟଣା ବଢ଼ୁଛି। ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଗଲେ କେହି କର୍ଣ୍ଣପାତ କରୁନାହାନ୍ତି। ବର୍ଷ ବର୍ଷ ଧରି ଏପରି ଚାଲିଥିଲେ ମଧ୍ୟ ପ୍ରଶାସନର ଚେତା ପଶୁନାହିଁ।
– ସ୍ବରୂପ କୁମାର ପାଢ଼ୀ

କାର୍ଯ୍ୟାନୁଷ୍ଠାନ ନିଆଯାଉ
ସହରର ବିଭିନ୍ନ ସ୍ଥାନରେ ଟ୍ରକ୍‌, ବସ୍‌ ଓ ଚାରି ଚକିଆ ଯାନ ପାର୍କିଂ କରାଯାଉଛି। ପରିବହନ ବିଭାଗ ଏସବୁ ଦେଖୁଥିଲେ ବି ନ ଦେଖିଲା ଭଳି ରହୁଛି। ବେଆଇନ୍‌ ଭାବେ ପାର୍କିଂ କରୁଥିବା ଗାଡ଼ି ମାଲିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
– ଅସିତ୍‌ ସାହୁ

କରୋନା ପାଇଁ ଧ୍ୟାନ ଦେଇପାରିନୁ
କରୋନା ମୁକାବିଲା କାର୍ଯ୍ୟରେ ପ୍ରଶାସନ ଲାଗିଥିବାରୁ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇ ନାହିଁ। ଏ ନେଇ ଅନୁଧ୍ୟାନ କରାଯିବା ସହ ଯେଉଁମାନେ ଅନ୍‌-ରୋଡ୍‌ କି ଅଫ୍‌-ରୋଡ୍‌ ନିୟମ ଉଲ୍ଲଂଘନ କରି ଗାଡ଼ି ରଖୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
– ଜିତେନ୍ଦ୍ର କୁମାର ଭୋଇ, ଆରଟିଓ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri