ରାସ୍ତାରେ ପାର୍କିଂରୁ ବଢୁଛି ଦୁର୍ଘଟଣା

ବଲାଙ୍ଗୀର,୧୬ା୬(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର-ବରଗଡ଼ ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ସହର ଉପକଣ୍ଠ ବୀରମୁଣ୍ଡା ଛକ ନିକଟରେ ମଙ୍ଗଳବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ପୁଣି ଥରେ ବଲାଙ୍ଗୀର ବାଇପାସ୍‌ ନିର୍ମାଣ ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଛି। ବଲାଙ୍ଗୀର ସହରରେ ବାଇପାସ୍‌ ରାସ୍ତା ନ ଥିବାରୁ ଭାରିଯାନଗୁଡିକ ଯିବା ଆସିବା କରିବାରେ ଅସୁବିଧା ହେଉଛି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହୋଇଛି। ବଲାଙ୍ଗୀରବାସୀ ବାଇପାସ୍‌ ରାସ୍ତା ତିଆରି ପାଇଁ ବାରମ୍ବାର ଦାବି ଓ ଆନ୍ଦୋଳନ କରିଆସିଛନ୍ତି। ଦୀର୍ଘବର୍ଷର ବ୍ୟବଧାନ ପରେ ବଲାଙ୍ଗୀର-ଭବାନୀପାଟଣା ରାସ୍ତାରେ ଏନ୍‌ଏଚ୍‌ ବାଇପାସ୍‌ ଏବଂ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାରେ ପିଡବ୍ଳ୍ୟୁଡି ବାଇପାସ୍‌ ରାସ୍ତା କାମ ଆରମ୍ଭ ହୋଇଛି। ତେବେ ଏହି ଦୁଇ ବାଇପାସ୍‌ ରାସ୍ତା କାମ ମନ୍ଥର ଗତିରେ ଚାଲିଛି। ବାଇପାସ୍‌ ରାସ୍ତା ତିଆରି ହୋଇ ନ ଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନହାନି ପରେ ବଲାଙ୍ଗୀରବାସୀଙ୍କ ଦାବିକୁ ଗ୍ରହଣ କରି ଜିଲା ପ୍ରଶାସନ ସକାଳ ୬ଟାରୁ ରାତି ୧୧ଟା ମଧ୍ୟରେ ବଲାଙ୍ଗୀର ସହର ଭିତରକୁ ଭାରିଯାନ ପ୍ରବେଶ ଉପରେ ନିଷେଧାଜ୍ଞ ଜାରି କରିଛି। ଅର୍ଥାତ୍‌ ରାତି ୧୧ଟାରୁ ୬ଟା ମଧ୍ୟରେ ଭାରୀଯାନଗୁଡିକ ବଲାଙ୍ଗୀର ସହର ମଧ୍ୟଦେଇ ଯିବା ଆସିବା କରୁଛି। ଫଳରେ ସହର ଉପକଣ୍ଠରେ ଭାରୀଯାନଗୁଡିକର ଲମ୍ବାଲାଇନ୍‌ ଲାଗୁଛି। ରାସ୍ତାର ଉଭୟ କଡରେ ଭାରିଯାନଗୁଡିକର ଲମ୍ବାଲାଇନ୍‌ ଯୋଗୁ ସହର ଉପକଣ୍ଠରେ ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣା ଘଟୁଛି। ଗତ ମଙ୍ଗଳବାର ରାତିରେ ବଲାଙ୍ଗୀର-ବରଗଡ ଜାତୀୟ ରାଜପଥ କଡରେ ଠିଆ ହୋଇଥିବା ଏଭଳି ଏକ ଭାରିଯାନରେ କାର୍‌ ପିଟି ହୋଇ ୫ ଜଣଙ୍କ ଜୀବନ ଦୀପ ଲିଭି ଯାଇଥିଲା।
ସହର ଉପକଣ୍ଠ ଭାରିଯାନ ସମ୍ପର୍କିତ ଟ୍ରାଫିକ୍‌ ସମସ୍ୟା ଓ ଦୁର୍ଘଟଣା ଏଡାଇବା ପାଇଁ ଜିଲା ସଡ଼କ ସୁରକ୍ଷା କମିଟି ପକ୍ଷରୁ ଗତ ଜାନୁୟାରୀ ୧୧ତାରିଖରେ ଜିଲାସ୍ତରୀୟ ବୈଠକ ବସିଥିଲା। ଉକ୍ତ ବୈଠକରେ ସହର ଉପକଣ୍ଠ ଭିରୀଯାନ ସମ୍ପର୍କିତ ଟ୍ରାଫିକ ସମସ୍ୟା, ଦୁର୍ଘଟଣା ପ୍ରସଙ୍ଗ ଉଠିବା ପରେ କମିଟି ଅଧ୍ୟକ୍ଷ ତଥା ଜିଲାପାଳ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଥିଲେ। ସମସ୍ୟାର ସମାଧାନ ପାଇଁ ବଲାଙ୍ଗୀର-ବରଗଡ଼-ଭାବାନୀପାଟଣା ୨୬ନମ୍ବର ଏବଂ ବଲାଙ୍ଗୀର-ସୋନପୁର ୫୭ନମ୍ବର ଜାତୀୟ ରାଜପଥ କଡ ସରକାରୀ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଜମିରେ ଭାରୀଯାନଗୁଡିକର ଅସ୍ଥାୟୀ ପାର୍କିଂ କରାଯିବ ବୋଲି ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ରାସ୍ତା ଓ କୋଠା ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପୃକ୍ତ ତହସିଲଦାରଙ୍କ ସହ ଏଦିଗରେ ଆଲୋଚନା କରିବାକୁ କହିଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଇନାହିଁ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ଚାରିଚକିଆ ଗାଡିଗୁଡିକର ହାଲୋଜେନ୍‌ ଲାଇଟ୍‌ ଏବଂ କ୍ଷିପ୍ରତା ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏଭଳି ଦୁର୍ଘଟଣା ବୃଦ୍ଧି ପାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ନାୟକଙ୍କୁ ପଚାରିବାରୁ ପାର୍କିଂସ୍ଥଳ ପାଇଁ ଉପଯୁକ୍ତ ଜମି ଖୋଜା ଚାଲିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri