ବାହାନଗା ରେଳ ଦୁର୍ଘଟଣ: ୨ ରେଳ କର୍ମଚାରୀଙ୍କୁ ନୋଟିସ

ବାଲେଶ୍ୱର,୯।୭: ବାହାନଗା ରେଳ ଦୁର୍ଘଟଣା  ଘଟଣାରେ ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ  ମଧ୍ୟ ନୋଟିସ କରାଯାିଛି। ଅନ୍ୟପକ୍ଷେ ଏହି ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ଡରେ ନେଇ ସିବିଆଇର ସ୍ବତନ୍ତ୍ର ଟିମ ମାରାଥନ ଜେରା କରୁଛି ।
ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡଯନ୍ତ୍ର ରହିଛି କି ନାହିଁ, ଏସବୁ ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି।