ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ

ଭୁବନେଶ୍ୱର/ଯାଜପୁର ଅଫିସ,୨୬।୧: ଓଡ଼ିଶାରେ ୨୦୨୦ ସୁଦ୍ଧା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ୫୦ ପ୍ରତିଶତ ହ୍ରାସ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ଗଠିତ କମିଟି ନିର୍ଦ୍ଦେଶ ଦେଇଥିଲେ। ହେଲେ ସିଆଇଡି ଏବଂ କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଅକ୍ଟୋବର ସୁଦ୍ଧା ରାଜ୍ୟରେ ୧୨.୦୨% ଦୁର୍ଘଟଣା ମୃତ୍ୟୁହାର ବଢ଼ିଛି। ଏଥିରେ ନୂଆପଡ଼ା ଜିଲା ଶୀର୍ଷରେ (୪୦.୭୪%) ରହିଥିବାବେଳେ ଦ୍ୱିତୀୟରେ ଗଜପତି ଓ ରାୟଗଡ଼ା ଜିଲାରେ(୪୦%) ମୃତ୍ୟୁହାର ବୃଦ୍ଧି ପାଇଛି। ସୋନପୁର ଜିଲାରେ ୨୧% ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ ପାଇ ରେକର୍ଡ ସୃଷ୍ଟି ହୋଇଛି। ତେବେ ଶିଳ୍ପ ଓ ଖଣି ସମୃଦ୍ଧ ଝାରସୁଗୁଡ଼ା, ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲାରେ ମଧ୍ୟ ମୃତ୍ୟୁହାର ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି। ଏନେଇ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ମଙ୍ଗଳବାର ସମସ୍ତ ଜିଲାପାଳ, ଏସ୍‌ପି, ଭୁବନେଶ୍ୱର ଓ କଟକ ଡିସିପି, କମିଶନରେଟ ପୋଲିସ(ଟ୍ରାଫିକ୍‌), ଆର୍‌ଟିଓଙ୍କୁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ଦ୍ରୁତ ଗାଡ଼ିଚାଳନା, ରାସ୍ତାପାର୍ଶ୍ୱ ପାର୍କିଂ ଇତ୍ୟାଦି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତି ଜିଲାରେ ଆର୍‌ଟିଓ ଏବଂ ପୋଲିସ ମିଶି ଯୁଗ୍ମ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦେଶରେ ଓଡ଼ିଶା ଦୁର୍ଘଟଣାଜନିତ ମୃତ୍ୟୁରେ ୧୬ରୁ ୧୨ ର଼୍ୟାଙ୍କ୍‌କୁ ବୃଦ୍ଧି ହୋଇ ବଦନାମ ଆଣି ସାରିଛି। ସଡ଼କ ଦୁର୍ଘଟଣାକୁ ହ୍ରାସ କରିବାକୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ପକ୍ଷରୁ ସଡ଼କ ସୁରକ୍ଷା ଉପରେ ଏକ କମିଟି ଗଠନ ହୋଇଛି। ହେଲେ କମିଟି ନିର୍ଦ୍ଦେଶକୁ କେହି ଉପଯୁକ୍ତ ଭାବେ ପାଳନ କରୁ ନ ଥିବାରୁ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ବଦଳରେ ବୃଦ୍ଧି ଘଟିଛି। ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୧୪ରେ ୩,୯୩୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୧୯ରେ ମୃତ୍ୟୁ ସଂଖ୍ୟା ୪,୭୩୮ରେ ପହଞ୍ଚତ୍ଥିଲା, ଯାହାକି ମୃତ୍ୟୁସଂଖ୍ୟା ୨୧% ବୃଦ୍ଧି ପାଇଥିଲା। ପରେ ୨୦୨୦ ପ୍ରଥମ ୪ ମାସ(ଜାନୁୟାରୀ-ଏପ୍ରିଲ) ଅପେକ୍ଷା ୨୦୨୧ର ଜାନୁୟାରୀ-ଏପ୍ରିଲ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୭.୬୦% ବୃଦ୍ଧି ହୋଇଥିଲା। ଏହି ତାଲିକାରେ ମାଲକାନଗିରି ପ୍ରଥମ ଓ ଜଗତ୍‌ସିଂହପୁର ଦ୍ୱିତୀୟ ଏବଂ ଯାଜପୁର ଜିଲା ତୃତୀୟ ସ୍ଥାନରେ ରହିଥିଲା। ଅନୁରୂପ ଭାବେ ୨୦୨୦ (ଜାନୁୟାରୀ-ଅକ୍ଟୋବର)ରେ ୭,୬୧୯ ଦୁର୍ଘଟଣା ହୋଇଥିଲାବେଳେ ୩,୬୩୭ ମୃତ୍ୟୁ ଓ ୬,୯୭୭ ଆହତ ହୋଇଥିଲେ। ୨୦୨୧(ଜାନୁୟାରୀ-ଅକ୍ଟୋବର)ରେ ୮,୯୨୨ ଦୁର୍ଘଟଣାରେ ୪,୦୭୪ ମୃତ୍ୟୁ ଓ ୮,୦୮୭ ଆହତ ହୋଇଥିଲେ। ଏହି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁହାରକୁ ଅବଲୋକନ କଲେ ପୁରୀ, ନୟାଗଡ଼, କୋରାପୁଟ, ଦେବଗଡ଼, କେନ୍ଦ୍ରାପଡ଼ା ଓ ସୋନପୁର ଜିଲାରେ ମୃତ୍ୟୁହାରକୁ ସାମାନ୍ୟ ହ୍ରାସ କରାଯାଇ ପାରିଛି। ଅନ୍ୟପକ୍ଷେ ନୂଆପଡ଼ା, ଗଜପତି, ରାୟଗଡ଼ା, ଜଗତ୍‌ସିଂହପୁର (୩୩.୮୭%), ବୌଦ୍ଧ(୩୨.୦୮%), ମାଲକାନଗିରି (୨୮.୮୯%), ଝାରସୁଗୁଡ଼ା(୨୮.୫୭%), ମୟୂରଭଞ୍ଜ(୨୬.୬୦%), ଭଦ୍ରକ (୨୬.୫୮%), ଯାଜପୁର(୨୫.୬୪%), କନ୍ଧମାଳ(୨୩.୦୮%), ବରଗଡ଼ରେ (୨୧.୮୮%) ବୃଦ୍ଧି ପାଇଛି। ସେହିପରି କଟକରେ(୧୬.୭୪%), ବାଲେଶ୍ୱର(୧୫.୦୯%), ଖୋର୍ଦ୍ଧା (୧୩.୬୧%), ବଲାଙ୍ଗୀର(୧୧.୧୧%), ସୁନ୍ଦରଗଡ଼(୯.୮୬%), ଢେଙ୍କାନାଳ (୬.୫୬%), ସମ୍ବଲପୁର(୬.୨୯%), କଳାହାଣ୍ଡି(୫.୯୮%), ଅନୁଗୋଳ(୪.୮୬%), ନବରଙ୍ଗପୁର(୪.୭୧%), ଗଞ୍ଜାମରେ(୩.୩୮%), କେନ୍ଦୁଝରରେ(୨.୫୯%) ବଢ଼ିଛି। ଅପରପକ୍ଷରେ ପୁରୀରେ (୧.୦୨%), ନୟାଗଡ଼(୧.୪୧%), କୋରାପୁଟ(୩.୧୩%), ଦେବଗଡ଼(୪.୭୬%), କେନ୍ଦ୍ରାପଡ଼ା(୬.୮୨%), ସୋନପୁର(୨୧.୪୩%) ମୃତ୍ୟୁହାର ହ୍ରାସ ପାଇଛି। ଏହି କ୍ରମରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ତପତ୍ରତା ପ୍ରକାଶ କରି ଜିଲା ସଡ଼କ ସୁରକ୍ଷା କମିଟି(ଡିଆର୍‌ଏସ୍‌ସି)ର ନିୟମିତ ବୈଠକ କରି ଆବଶ୍ୟକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟର ଖଣି ଓ ଶିଳ୍ପ ସମୃଦ୍ଧ ଜିଲାଗୁଡ଼ିକରେ ଓଭରଲୋଡିଂ ଗାଡ଼ି ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। କେତେକ ଜିଲାରେ ନକଲି ଟ୍ରାନ୍‌ଜିଟ୍‌ ପାସ୍‌ରେ କ୍ଷମତାଠାରୁ ଅଧିକ ପଥର ଓ ବାଲି ଚାଲାଣ ହେଉଛି। ଭିଡ଼ ସମୟରେ ଖଣି ପରିବହନ ହେଉଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ହେଉଛି। ଏହି କାରବାରରେ ପୋଲିସ ଓ ପରିବହନ ବିଭାଗର କେତେଜଣ ଅଧିକାରୀଙ୍କ ପକେଟ୍‌ ଗରମ ହେଉଥିବାବେଳେ ସାଧାରଣ ଲୋକଙ୍କ ଜୀବନ ଯାଉଥିବା ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri