ଭଦ୍ରକ,୨୭।୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ବନ୍ତ ଛକ ଓଭର ବ୍ରିଜ ନେହେରୁ ଷ୍ଟାଡିଅମ ନିକଟରେ ରବିବାର ପୂର୍ବାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି। ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳର ୩ ଯୁବକ ଏକ ବାଇକ (ନଂ ଡବ୍ଲ୍ୟୁବି ୩୨ ଆର ୨୮୪୦) ଯୋଗେ ଯାଜପୁର ଯାଉଥିଲେ । କୌଣସି କାରଣରୁ ଚାଳକ ନିୟନ୍ତ୍ରଣ ହରାଇ ଓଭର ବ୍ରିଜର ସୁରକ୍ଷା ପାଚେରୀରେ ଲଗାତାର ୩ ଥର ବାଡେଇ ହୋଇ ତଳେ ଛିଟିକି ପଡ଼ିଥିଲେ । ଦୁଇ ଜଣ ଯୁବକଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।ମଝିରେ ବସିଥିବା ଯୁବକର ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଯୁବକ ମାନେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଟୁଆଁ ପୋଲିସ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ବାଇକ ଜବତ କରି ଥାନାକୁ ଆଣିଛି ।ତେବେ ଯୁବକ ମାନଙ୍କର ପରିଚୟ ମିଳିପାରିନାହିଁ l ଜାତୟ ରାଜପଥରେ ରାସ୍ତା ଦବି ଯାଇଥିବାରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଯୁବକ ମାନେ ପ୍ରକାଶ କରିଛନ୍ତି।


