ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କହି ଠକେଇ; ଯୁବକ ଗିରଫ

ରାଉରକେଲା,୨୭ା୪: ରାଉରକେଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି।

ଅଭିଯୁକ୍ତଙ୍କୁ ଭୁବନେଶ୍ୱରର ସଙ୍କଳ୍ପ ବିହାର ଅଞ୍ଚଳର ବାସିନ୍ଦା ଅମନ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି।
କଳାହାଣ୍ଡି ଜିଲାରୁ ଆସିଥିବା ୨୪ ବର୍ଷୀୟ ଏହି ଯୁବକଙ୍କୁ ଗିରଫ ପରେ ରାଉରକେଲାର ଏକ ସ୍ଥାନୀୟ ଅଦାଲତକୁ ପଠାଇ ଦିଆଯାଇଛି।

ରିପୋର୍ଟ ଅନୁଯାୟୀ, ଅମନ ନିଜକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍ ଅଧିକାରୀ ମନୋଜ କୁମାର ସାହୁ ପରିଚୟ ଦେଇ ଏପ୍ରିଲ ୨୨ ତାରିଖରେ ରାଉରକେଲା ଖଣି ଉପନିର୍ଦେଶକ ବିମ୍ବାଧାର ସେଠୀଙ୍କୁ ଫୋନ କରି ଟଙ୍କା ଦାବି କରିଥିଲେ।

ଏହାକୁ ଏକ ନକଲି କଲ୍ ଭାବି ସେଠୀ ଫୋନ କାଟି ଦେଇଥିଲେ। ପରଦିନ ଅମନ ପୁନର୍ବାର ସେହି ନମ୍ବରରୁ ଅଧିକାରୀଙ୍କୁ ଯୋଗାଯୋଗ କରି ନିଜକୁ ଆଇଏଏସ୍ ମନୋଜ ସାହୁ ବୋଲି ପରିଚୟ ଦେଇ ଟଙ୍କା ମାଗିଥିଲେ।

ଏହାପରେ ସେଠୀ ଉଦିତ ନଗର ଥାନାରେ ଏକ ଅଭିଯୋଗ ଦାୟର କରିଥିଲେ। ପୋଲିସ ରାଉରକେଲା ସାଇବର ପୋଲିସ ଷ୍ଟେସନର ସହାୟତାରେ ଅଭିଯୁକ୍ତଙ୍କ ଠିକଣା ଟ୍ରାକ୍ କରି ତାଙ୍କୁ ଭୁବନେଶ୍ୱରରୁ ଧରିଥିଲେ।

ତାଙ୍କ ବିରୁଦ୍ଧରେ ବିଏନଏସର ଧାରା ୩୫୧(୪)/୩୦୮(୨)/୨୪୨ ଏବଂ ଆଇଟି ଆକ୍ଟର ଧାରା ୬୬(ଡି) ଅଧୀନରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ରଥକାଠ ଭାଙ୍ଗିଲେ ଅଭିମାନିନୀ ମହାଲକ୍ଷ୍ମୀ: ସାନ୍ତ୍ୱନା ଦେଲେ ମହାପ୍ରଭୁ

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କେସିଙ୍ଗା ବ୍ଲକ ଅଧିନସ୍ଥ ସିର୍ଜାପାଲି ଗ୍ରାମରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାଆଡମ୍ବରରେ ହେରାପଞ୍ଚମୀ ସୋମବାର ପାଳିତ ହୋଇଯାଇଛି। ଉକ୍ତ ଗ୍ରାମର ଶ୍ରୀପଦ୍ମନାଭ(ବଳଭଦ୍ର) ପ୍ରମୋଦ କୁମାର…

ଅନଶନରୁ ଓହରିଲେ ସୋନମ ୱାଙ୍ଗଚୁକ: ଜେପି ନଡ୍ଡାଙ୍କୁ ୩ ଦାବି କଲେ CJP ନେତା, ଆଶ୍ଚର୍ଯ୍ୟ ହୋଇଗଲେ…

ନୂଆଦିଲ୍ଲୀ, ୨୦।୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋମବାର ତାଙ୍କର ୨୩ ଦିନିଆ ଭୋକ ହରତାଳ ଶେଷ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ‘କକରୋଚ ଜନତା ପାର୍ଟି’…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ଧମକ ଚମକ ଦେଇ କାମରୁ ବାହାର କରି ଦେବାରୁ ଏସ୍‌ପିଙ୍କ ଦାରସ୍ଥ ହେଲେ ଆର୍ଯ୍ୟପଲ୍ଲୀ ମହିଳା

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ୫୦ ବର୍ଷ ପୂର୍ବରୁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଥିବା ଭାଲିଆ ତୋଟାରେ ଜଗୁଆଳି…

ସ୍ଥାନୀୟ ଯୁବତୀଯୁବକଙ୍କୁ ମିଳୁ ସ୍ଥାୟୀ ନିଯୁକ୍ତି: ଦାବି କଲା କଂଗ୍ରେସ, ପୂରଣ ନ ହେଲେ ଆଗାମୀ ଦିନରେ…

ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ଉପକଣ୍ଠରେ ଥିବା ଆଇ. ଆର୍‌. ଇ. ଏଲ. ଓ ଗୋପାଳପୁର ବନ୍ଦର ଭଳି ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବତୀଯୁବକଙ୍କୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାହିଁ ନାଁ: ଗର୍ଜିଲେ ମହିଳା

କେସିଙ୍ଗା,୨୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଦୋପଡାର ୧୩ ମହିଳା ଜିଲାପାଳଙ୍କ ଜନଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri