ରାସ୍ତାରେ ଗଡ଼ିଲା ମାଛ ପେଟି

ଫୁଲନଖରା,୨୬।୪(ଡି.ଏନ.ଏ.): କଟକ-ଭୁବନେଶ୍ୱର ୧୬ ନଂ ଜାତୀୟ ରାଜପଥ ପାହାଳ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମାଛ ବୋଝଇ ଟ୍ରକ ଓଲଟି ପଡିଥିଲା। ଟ୍ରକଟି ଆନ୍ଧ୍ର ପ୍ରଦେଶରୁ ମାଛ ଆଣି କୋଲକାତା ଅଭିମୁଖେ ଯାଉଥିବା ସମୟରେ ପାହାଳ ନିକଟରେ ଓଲଟି ପଡିଥିଲା । ଫଳରେ ଗାଡ଼ିରେ ଥିବା ମାଛ ପେଟି ଗୁଡିକ ରାସ୍ତାରେ ବିଛାଡି ହୋଇ ପଡିଥିଲା। ଏହାକୁ ନେଇ କିଛି ସମୟ ଧରି ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା ।ଖବର ପାଇ ଘଟଣାସ୍ଥଳରେ ଜାତୀୟ ରାଜପଥ ଟ୍ରାଫିକ ପୋଲିସ ପହଞ୍ଚି ଗାଡିଟିକୁ ରାସ୍ତାପାର୍ଶ୍ୱକୁ ନେବା ସହ ଟ୍ରାଫିକ ସମସ୍ୟା ଦୂର କରିଥିଲେ ।