ହୋଲିରେ ଦୁର୍ଘଟଣା: ୨ ଜୀବନ ଗଲା

ସମ୍ବଲପୁର,୩୧ା୩(ବ୍ୟୁରୋ): ସମ୍ବଲପୁର ଜିଲାରେ ହୋଲିରେ ଏକ ଅଘଟଣ ଘଟିଛି। ଶାସନ ଥାନା ନୂଅଁାମୁଣ୍ଡା ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ସେମାନେ ହେଲେ ପରମାଣପୁର ଗ୍ରାମର ଚିଣ୍ଟୁ ସାହୁ (୨୪) ଓ ଦୁଲ୍ଲଭ ମରେଇ (୨୩)।
ପରମାଣପୁରର ଏକ ଗ୍ୟାରେଜରେ କାମ କରୁଥିବା ଦୁଇସାଙ୍ଗ ଦୁଲ୍ଲଭ ଓ ଚିଣ୍ଟୁ ସୋମବାର ହୋଲି ଖେଳିବାକୁ ନୂଅଁାମୁଣ୍ଡା ଗ୍ରାମକୁ ଯାଇଥିଲେ। ସେଠାରୁ ବାଇକ୍‌ (ଓଡି୧୫ଜି-୪୪୯୨)ରେ ନିଜ ଗ୍ରାମ ପରମାଣପୁର ଫେରୁଥିବାବେଳେ ସମ୍ମୁଖରୁ ଆସୁଥିବା ଟ୍ରେଲର (ଓଡି୨୩କେ-୮୨୧୫) ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ୭୮/୨୧ରେ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଦୁର୍ଘଟଣା ଘଟାଇଥିବା ଟ୍ରେଲରକୁ ପୋଲିସ ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।