ବ୍ୟବସାୟ କରିବାକୁ ଯାଉଥିଲେ, ସକାଳୁ ଘଟିଲା ବଡ଼ ଦୁର୍ଘଟଣା

ଭଞ୍ଜନଗର,୧୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଛକ ନିକଟରେ ରବିବାର ସକାଳେ ଏକ ଡାଲା ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଚାଳକ ଗୋପାଳ କୃଷ୍ଟ ପାତ୍ର ଆହତ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳବାସୀ ଗୋପାଳଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଆସିକା ନିକଟସ୍ଥ ମୁଣ୍ଡମରାଇ କେଶପୂରଶାସନ ଗ୍ରାମବାସୀ ଗୋପାଳ ଡାଲା ଅଟୋରେ ଗାଁ କୁ ଗାଁ ବୁଲି ପିଆଜ, ରସୁଣ, ଆଳୁ ବ୍ୟବସାୟ କରନ୍ତି। ଏଥିସହ ରୋଷେଇ କାର୍ଯ୍ୟ ମଧ୍ୟ କରନ୍ତି। ସଂକ୍ରାନ୍ତି ଥିବା ଯୋଗୁ ଗୋପାଳ ରାତିରୁ ଗାଁ ରୁ ଜିନିଷ ନିଜ ଅଟୋରେ ଧରି ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଅଭିମୁଖେ ଆସୁଥିଲେ। ଭେରାରୁ  ଗୋପାଳଙ୍କ ଆଖି  ଲାଗିଯିବାରୁ  ବଡକୋଦଣ୍ଡା ଛକ ନିକଟରେ ଘର ସମ୍ମୁଖରେ
ଥିବା ବାବୁଲି ଗୌଡଙ୍କ କାର ପଛରେ ଅଟୋ  ଧକ୍କା କରିଥିଲା। ଫଳରେ ଅଟୋ ଏବଂ କାର ଗାଡି ଉଭୟ ବିଶେଷ କ୍ଷତି ହୋଇଛି। ଭଞ୍ଜନଗର ପୋଲିସ ଘଟଣସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି? ଆମେରିକା ଆଖି ଆଗରେ ଖାମେନେଇଙ୍କୁ ନେଇଗଲା ରୁଷିଆ!

ମସ୍କୋ,୧୫।୩: ଏପର୍ଯ୍ୟନ୍ତ, ସମ୍ଭାବ୍ୟ ଇରାନ-ଆମେରିକା ସଂଘର୍ଷରେ ରୁଷିଆର ଭୂମିକା ସମ୍ପର୍କରେ ଆଲୋଚନା କେବଳ କଳ୍ପନାଜଳ୍ପନା ହୋଇ ରହିଥିଲା; ତଥାପି, ଏକ ନୂତନ ରିପୋର୍ଟ ଏବେ ସାମ୍ନାକୁ ଆସିଛି…

ତଳଆମ୍ବପଦରରେ ରକ୍ତାକ୍ତ ସଂଘର୍ଷ: ୨୧ ଜଣ ଗିରଫ, ବିଧାନସଭାରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ

ଥୁଆମୂଳ ରାମପୁର,୧୫।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ତଳଆମ୍ବପଦର ଗ୍ରାମରେ ସିଜିମାଳି ଖଣି ଖନନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଉଗ୍ର…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ସ୍ତ୍ରୀ, ବୋହୂ ,ନାତୁଣୀଙ୍କୁ ହତ୍ୟା ଘଟଣା : ମେଡିକାଲରେ ଅଭିଯୁକ୍ତଙ୍କ ମୃତ୍ୟୁ 

ଦେବଗଡ଼,୧୫।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ସେ ବିଷ ଖାଇ ଗୁରୁତର ଥିବାରୁ ବୁର୍ଲା ମେଡିକାଲରେ …

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଆମେରିକା ସାମରିକ ଘାଟି ନିକଟରେ ଉ.କୋରିଆର ୧୦ ମିସାଇଲ ମାଡ଼, ଥରିଲେ ଟ୍ରମ୍ପ!

ସିଓଲ,୧୫ା୩: ଇରାନ୍‌ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼…

ସେନା ପଠାଇଲା ଆମେରିକା, ଏବେ ବିଶ୍ୱଯୁଦ୍ଧ ଥୟ!

ଓ୍ୱାଶିଂଟନ୍‌ ,୧୫ା୩: ଇରାନ୍‌ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଆକ୍ରମଣ ପରେ ଇରାନ୍‌ ଆହୁରି ପ୍ରତିଶୋଧ ପରାୟଣ ହୋଇପଡ଼ିଛି। ପୂର୍ୱରୁ ଆମେରିକା ଉପରେ ପରୋକ୍ଷରେ ଚାପ ସୃଷ୍ଟି…

ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri