ବଜାରରୁ କାମସାରି ଘରକୁ ଫେରୁଥିଲେ ରାସ୍ତାରେ ଛକି ବସିଥିଲା ଯମ

ଭଞ୍ଜନଗର,୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ମୁଜାଗଡ ରାସ୍ତାର ଗଣ୍ଡିଶୁଲା ନିକଟରେ ରବିବାର ମଧ୍ୟାହ୍ନରେ ଏକ ପିକ୍ଅପ୍ ଭ୍ୟାନ୍ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଗଣ୍ଡିସୁଲାର ଭାସ୍କର ଦଳେଇ (୮୨) ।

ଘଟଣାରୁ ପ୍ରକାଶ ଯେ ଭାସ୍କର ଆଜି ବଜାରକୁ କିଛି କାମରେ ଆସିଥିଲେ। କାମ ସରିବା ପରେ ନିଜ ଏକ୍ସେଲ ଗାଡିରେ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ପିକ୍ ଅପ୍ ଭ୍ୟାନ୍ ଗାଡି ଧକ୍କା ଦେବାରୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ଲୋକେ ଆଣିଥିଲେ। ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Dharitri – Odisha’s No.1 Odia Daily

Share