ଦୁର୍ଘଟଣାର ବାହକ ଅନ୍‌ଫିଟ୍‌ ଯାନ

ରାଉରକେଲା,୭।୪(ବିପ୍ଳବ ରଞ୍ଜନ ଦାଶ)ସ୍ମାର୍ଟସିଟି ରାଉରକେଲା ସହର ରାସ୍ତାରେ ଯାତାୟାତ କରୁଥିବା ଅଧିକାଂଶ ଯାନବାହନର ଫିଟ୍‌ନେସ୍‌ ନାହିଁ। ଏହାକୁ ଯାଞ୍ଚ ଠିକ୍‌ ଭାବେ ଯାଞ୍ଚ କରାଯାଉ ନ ଥିବାରୁ ସହର ପରିବେଶ ପ୍ରଦୂଷିତ ହେବା ସହ ଦୁର୍ଘଟଣା ବଢୁଛି। ରାଉରକେଲା ପରିବହନ ବିଭାଗ ପକ୍ଷରୁ ଗତ ୬ମାସ ମଧ୍ୟରେ ହୋଇଥିବା କମର୍ସିଆଲ ଯାନବାହନ ଫିଟନେସ ପାସ୍‌ ଫେଲ ପରୀକ୍ଷଣରୁ ଏହା ଜଣାପଡିଛି।
ବିଭାଗୀୟ ସୂଚନା ଅନୁସାରେ, ୨୦୨୩ ଅକ୍ଟୋବରରେ ୧୦୧୩ ଯାନବାହନର ଫିଟନେସ ଯାଞ୍ଚ ହୋଇଥିଲା ବେଳେ ୯୦୮ଟିର ଫିଟନେସ ଠିକ୍‌ ଥିଲା। ଅବଶିଷ୍ଟ ୧୦୫ଟି ଯାନର ଫିଟନେସ ଠିକ୍‌ ନ ଥିବାରୁ ସେଗୁଡିକୁ ଅସିଦ୍ଧ ହୋଇଥିଲା। ନଭେମ୍ବର ମାସରେ ୧୨୨୬ଟି ଯାନର ଫିଟନେସ ଯାଞ୍ଚ ହୋଇଥିବାବେଳେ ୧୧୦୪ଟିର ଫିଟନେସ ଠିକ ଥିବା ଜଣାପଡିଥିଲା। ସେହିପରି ଡିସେମ୍ବରରେ ୧୦୭୨ଟି ଯାନର ଫିଟନେସ ଯାଞ୍ଚ ହୋଇଥିଲା ବେଳେ ୧୩୪ଟିକୁ ଅସିଦ୍ଧ କରାଯାଇଥିଲା। ୨୦୨୪ ଜାନୁୟାରୀରେ ମୋଟ ୧୦୩୮ଟି ଯାନର ଫିଟନେସ ଯାଞ୍ଚ ହୋଇଥିବାବେଳେ ୯୧୫ଟିର ଫିଟନେସ ଠିକ୍‌ ଥିଲା ଏବଂ ୧୨୩ଟି ଯାନ ଅସିଦ୍ଧ ହୋଇଥିଲା। ଫେବୃୟାରୀ ମାସରେ ୧୧୮୦ଟି ଯାନର ଫିଟନେସ ବେଳେ ୧୦୪୩ଟିର ଫିଟନେସ ଠିକ୍‌ ରହିଥିବାବେଳେ ଅବଶିଷ୍ଟ ୧୩୭ଟିକୁ ଅସିଦ୍ଧ କରାଯାଇଥିଲା। ଅନୁରୂପ ଭାବେ ମାର୍ଚ୍ଚ ମାସରେ ୧୦୬୯ଟି ଯାନ ଯାଞ୍ଚ ହୋଇଥିଲା। ସେଥିମଧ୍ୟରୁ ୯୦୮ଟିର ଫିଟନେସ ଠିକ୍‌ ଥିବା ବେଳେ ୧୬୧ଟିର ଫିଟନେସ ନ ଥିବାରୁ ସେଗୁଡିକ ଅସିଦ୍ଧ ହୋଇଥିଲା। ବିଗତ ୬ମାସ ମଧ୍ୟରେ ପରିବହନ ବିଭାଗ ପକ୍ଷରୁ କମର୍ସିଆଲ କ୍ଷେତ୍ରରେ ବ୍ୟବହୃତ ହେଉଥିବା ମୋଟ ୬୫୯୮ଟି ଯାନର ଫିଟନେସ ଯାଞ୍ଚ ହୋଇଥିବା ବେଳେ ୫୮୧୬ଟି ଯାନର ଫିଟନେସ ଠିକ ଥିଲା ଏବଂ ୭୮୨ଟି ଯାନର ଫିଟନେସ ନ ଥିବା ଜଣାପଡିଛି। ତେବେ ସହରରେ ଠିକ୍‌ ଭାବେ ଯାଞ୍ଚ କରାଗଲେ ଏଭଳି ଆହୁରି ଫିଟ୍‌ନେସ ନ ଥିବା କମର୍ସିଆଲ ଯାନଗୁଡିକର ତାଲିକା ଆହୁରି ବଢିବ ବୋଲି ଆଲୋଚନା ହେଉଛି।
ପ୍ରକାଶ ଥାଉକି, ରାଉରକେଲା ସହରରେ ୨୦୧୨ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ ଓଆର ଓ ଓଡି ସିରିଜ୍‌ରେ ୩.୧୮ଲକ୍ଷ ଯାନବାହନ ପଞ୍ଜୀକୃତ ହୋଇଥିଲା। ଯାନବାହନ ବ୍ୟବହାର ଅବଧି ସୀମା ୧୫ବର୍ଷ ଥିବା ବେଳେ ଏହି ସହରରେ ବର୍ଷ ବର୍ଷ ତଳର ପୁରୁଣା ଯାନବାହନ ଚାଲୁଛି। ଫଳରେ ଏହା ପରିବେଶ ପାଇଁ କ୍ଷତିକାରକ ଏବଂ ଦୁର୍ଘଟଣାର ବାହକ ସାଜୁଛି। ଏ ନେଇ ରାଉରକେଲା ଆଞ୍ଚଳିକ ପରିବହନ ପ୍ରବନ୍ଧକ ଭି. ସାମନ୍ତ ସିଂ ରାୟଙ୍କୁ ପଚାରିବାରୁ ସେ କହିଲେ, ପ୍ରତି ମାସରେ ସହରର କମର୍ସିଆଲ ଯାନବାହନଗୁଡିକର ଫିଟନେସ ଯାଞ୍ଚ ହେଉଛି। ଆଗକୁ ଯେଭଳି ଭାବେ ଏ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଅଧିକରୁ ଅଧିକ ଯାନବାହନ ଯାଞ୍ଚ ହୋଇପାରିବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାୟ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri