Video: ନାଲକୋ ପ୍ଲାଣ୍ଟରେ ଅଘଟଣ: ଲୁହା ରଡ଼ ପଡ଼ି ଚାଳିଗଲା ୨ ଶ୍ରମିକଙ୍କ ଜୀବନ

କୋରାପୁଟ,୨୭।୨(ଅମିତାଭ ବେହେର): କୋରାପୁଟ ଜିଲା ଦାମନଯୋଡ଼ିରେ ଥିବା ନାଲକୋ ପ୍ଲାଣ୍ଟ ପରିସରରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର ଏକ ଅଘଟଣ ଘଟିଛି। ସାଇଡ୍‌ ବିମ୍‌ କାର୍ଯ୍ୟ ବେଳେ ଲୁହା ରଡ଼ ପଡି ଶ୍ରମିକମାନେ ଚାପି ହୋଇଯାଇଥିଲେ। ଫଳରେ ଘଟଣା ସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତରଙ୍କ ଚିକିତ୍ସା ପାଇଁ ନାଲକୋ ମେଡିକାଲ ପଠାଯାଇଛି।

ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ, ସିଆଇଏସ୍‌ଏଫ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମୃତ ଦୁଇ ଶ୍ରମିକ ବିହାରର ଅଞ୍ଚଳର ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।