ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର ଥାନା ଅଧୀନ ଗଁାଅମର୍ଦା ପଞ୍ଚାୟତ ଅନ୍ତର୍ଗତ ଆମ୍ବଶୁଳି ଗଁାର ଖେଲାରାମ କିସ୍କୁଙ୍କ ଘର ଭିତରକୁ ଏକ ଡମ୍ପର ଭାରସ୍ୟାମ ହରାଇ ମାଡ଼ି ଯାଇଥିଲା। ଏଥିରେ କାହାରି କୌଣସି କ୍ଷତି ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ସେହିପରି ଗୁରୁବାର ରାତି ୮ଟା ସମୟରେ ମୋରଡ଼ା ଥାନା ଅଧୀନ ମାଳିହତା ଗ୍ରାମରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ବେତନଟୀ ଥାନା ଅଧୀନ ବାହାନଡ଼ା ଉପଖଣ୍ଠ ମଉଦା ଗ୍ରାମର ମଙ୍ଗଲ ମହାନ୍ତ(୪୦)। ପୋଲିସ ପହଞ୍ଚତ୍ ମଙ୍ଗଲଙ୍କୁ ଉଦ୍ଧାର କରି ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ସ୍କୁଟିକୁ ଜବତ କରିଛି। ସେହିପରି ବିଳମ୍ବିତ ରାତିରେ ଏକ କାର୍ ଭାରସ୍ୟାମ ହରାଇ ମୋରଡ଼ା-ପାଞ୍ଚଗୋଚ୍ଛିଆ ମୁଖ୍ୟ ରାସ୍ତା କଡ଼ରେ ଥିବା କେନାଲ ଭିତରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

