Posted inଜାତୀୟ

କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି…

ନୂଆଦିଲ୍ଲୀ,୨୫।୧୦: ସମଲିଙ୍ଗୀ ବିବାହ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତିି ଯେ, କେବଳ ସ୍ତ୍ରୀ-ପୁରୁଷଙ୍କ ମଧ୍ୟରେ ହୋଇଥିବା ବିବାହକୁ ସ୍ବୀକୃତି ମିଳିବ। ଏହା ସହିତ ଏଭଳି ବିବାହକୁ ପଞ୍ଜିକରଣ ମଧ୍ୟ କରାଯାଇ ପାରିବ।
ବିଚାରପତି ଡି.ଏନ୍‌. ପଟେଲ ଏବଂ ଜ୍ୟୋତି ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଚୂଡ଼ାନ୍ତ ଶୁଣାଣି ପୂର୍ବରୁ ସମସ୍ତ ପକ୍ଷକାରଙ୍କୁ ନିଜ ନିଜର ଆବେଦନ ପ୍ରସ୍ତୁତି ଶେଷ କରିବା ଲାଗି ସମୟ ପ୍ରଦାନ କରିଛନ୍ତି।

ଆଇନଜୀବୀ ଅଭିଜିତ୍‌ ଆୟର ମିତ୍ରା, ବୈଭବ ଜୈନ୍‌, ଡ. କବିତା ଆରୋରାଙ୍କ ଦ୍ୱାରା ଡିସିଆଇ କାର୍ଡ ଧାରକ ଜୟଦୀପ୍‌ ସେନଗୁପ୍ତା ଏବଂ ତାଙ୍କ ସାଥୀ ରୁସେଲ ବ୍ଲାଇନ୍‌ ଷ୍ଟିଫେନ୍ସ୍‌ଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିଶନ୍‌ର ବିଚାର କରି କୋର୍ଟ ଏଭଳି କହିଛନ୍ତି।

ଆଇନଜୀବୀ କରୁଣା ନୁଣ୍ଡିଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା ଯେ, ସେନଗୁପ୍ତା ଏବଂ ଷ୍ଟିଫେନ୍ସ ନ୍ୟୁୟର୍କରେ ବିବାହ କରିଥିଲେ। ଏହା ନାଗରିକତ୍ୱ ଆକ୍ଟ ୧୯୫୫, ବୈଦେଶିକ ବିବାହ ଆକ୍ଟ ୧୯୬୯ ଏବଂ ସ୍ବତନ୍ତ୍ର ବିବାହ ଆକ୍ଟ ୧୯୫୪ ଅନ୍ତର୍ଗତ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ନାଗରିକତ୍ୱ ଆକ୍ଟ ୧୯୫୫ର ଧାରା ୭-ଏ(୧)(ଡି) ଅନ୍ତର୍ଗତ ହେଟ୍ରୋ ସେକ୍ସୁଆଲ୍‌, ସେମ୍‌- ସେକ୍ସ୍‌ ଅବା କ୍ୱୁୟର ସ୍ପାଉଜ୍‌ ମଧ୍ୟରେ ଭିନ୍ନତା ଉଲ୍ଲେଖ କରୁ ନ ଥିବା ସେ କହିଥିଲେ। ଏହା ଅନୁସାରେ ଜଣେ ଲୋକ ଭାରତୀୟ ବିଦେଶୀଙ୍କୁ ବିବାହ କରିବା କ୍ଷେତ୍ରରେ ପଞ୍ଜିକରଣ ହୋଇ ପାରିବ। ଓସିଆଇ କାର୍ଡ ବ୍ୟବହାର କରି ଦମ୍ପତି ଭାବେ ଆବେଦନ କରିପାରିବେ।

ତେବେ ଖଣ୍ଠପୀଠଙ୍କ ସମ୍ମୁଖରେ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଦମ୍ପତି କହିଲେ କେବଳ ସ୍ତ୍ରୀ ଏବଂ ସ୍ବାମୀଙ୍କୁ ହିଁ ବୁଝାଏ। ଉଭୟ ବିପରୀତ ଲିଙ୍ଗୀ। ସେମାନଙ୍କ ମଧ୍ୟରେ ବିବାହ ସ୍ବୀକୃତ। ଏପରିସ୍ଥଳେ ନାଗରିକତ୍ୱ ଆକ୍ଟ ଅନ୍ତର୍ଗତ ଆବେଦନ ଦାଖଲର କୌଣସି ଆବଶ୍ୟକତା ନାହିଁ।

ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ନଭେମ୍ବର ୩୦ ହେବ ବୋଲି ଶୀର୍ଷ କୋର୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?