ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଚଞ୍ଚକତା

ରସୁଲପୁର,୨୬।୬ (ଡି.ଏନ୍‌.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ(ଏମ୍‌ଜିଏନ୍‌ଆର୍‌ଇଜିଏ) ଜରିଆରେ ଜବକାର୍ଡଧାରୀଙ୍କ ପରିବାରକୁ ବର୍ଷକୁ ଅନ୍ୟୂନ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦିଆଯିବା ପାଇଁ ସରକାରୀ ନିୟମ ରହିଛି। ହେଲେ ଅନେକ ସ୍ଥାନରେ ପ୍ରଶାସନିକ ଅଧିକାରୀ, ଠିକାଦାରଙ୍କ ସଲାସୁତରା ଯୋଗୁ ପ୍ରକୃତ ଶ୍ରମିକ କାମ ନ ପାଇ ହାତ ବାନ୍ଧି ଘରେ ବସିଥିବା ବେଳେ ସ୍ବଳ୍ପ ମଜୁରି ଦେଇ ବାହାର ଶ୍ରମିକଙ୍କୁ କାମରେ ଲଗାଯାଉଛି। ଯାଜପୁର ଜିଲା ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତରେ ଏଭଳି ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟରେ ଚଞ୍ଚକତା କରାଯାଉଥିବା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅବଗତ ଥାଇ ବି ଏ ନେଇ କୌଣସି ପଦକ୍ଷେପ ନେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ଉକ୍ତ ପଞ୍ଚାୟତ ଅଧୀନ ଘେରିବନ୍ଧ ରାସ୍ତା ଉନ୍ନତୀକରଣ ପାଇଁ ୨ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ମାତ୍ର ସୂଚନା ଫଳକରେ ବ୍ୟୟବରାଦ ୫ଲକ୍ଷ ଉଲ୍ଲେଖ କରାଯାଇଥିବା ବେଳେ ଘେରି ବନ୍ଧଠାରୁ ନଦୀ ଆଡକୁ ରାସ୍ତା ତିଆରି ହୋଇଥିବା ବେଳେ ପ୍ରକଳ୍ପର ନାମ ଘେରିବନ୍ଧଠାରୁ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ବୋଲି ଉଲ୍ଲେଖ କରାଯାଇଛି। ଅନ୍ୟପଟେ ରାସ୍ତା ନିର୍ମାଣରେ ମାଟି ବ୍ୟବହାର କରାଯାଇଥିବା ଆଧାରରେ ବିଲ୍‌ କରାଯାଇଥିବା ବେଳେ ପ୍ରକୃତରେ ବାଲି ପକାଯାଇ କାମ କରାଯାଇଥିବା ଦେଖାଯାଇଛି। ରାସ୍ତା ପାର୍ଶ୍ୱରେ ମାଟି ଉପଲବ୍ଧ ନ ହେବାରୁ ନଦୀରୁ ଟ୍ରାକ୍ଟର ଯୋଗେ ବାଲି ପରିବହନ କରାଯାଇଥିଲା। ମାତ୍ର ଟ୍ରାକ୍ଟର ଲୋଡ୍‌ କରିବାକୁ ବାହାର ଶ୍ରମିକଙ୍କୁ ନିୟୋଜିତ କରାଯାଇଥିବା ବେଳେ ଜବକାର୍ଡଧାରୀଙ୍କୁ ଏଥିରେ ସାମିଲ କରାଯାଇନାହିଁ। ପ୍ରକଳ୍ପ କାର୍ଯ୍ୟ ୨୦୨୦ ଫେବୃୟାରୀ ୧୩ରୁ ଆରମ୍ଭ ହୋଇ୨୦୨୦ଜୁନ୍‌ ୫ରେ ଶେଷ ହୋଇଛି। ବାଲି ପରିବହନରେ ଟ୍ରାକ୍ଟର ବ୍ୟବହାର ହୋଇଛି, ହେଲେ ବିଲ୍‌ରେ ସେ ସମ୍ପର୍କରେ ଦର୍ଶାଯାଇନାହିଁ। ଏ ଦିଗରେ ତଦନ୍ତ କରାଯାଇ ଅନିୟମିତାରେ ସମ୍ପୃକ୍ତ ଅଧିକାରୀ, ଜବକାର୍ଡଧାରୀ, ଜନପ୍ରତିନିଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅନିଲ କୁମାର ବିଶ୍ୱାଳଙ୍କୁ ପଚାରିବାରେ ରାସ୍ତା କାମ ପାଇଁ ୨ଲକ୍ଷ ବ୍ୟୟବରାଦ ହୋଇଥିଲା। ସୂଚନାଫଳକରେ ଭୁଲବଶତଃ ୫ଲକ୍ଷ ଉଲ୍ଲେଖ କରାଯାଇଛି ବୋଲି କହିଛନ୍ତି। ତେବେ କାର୍ଯ୍ୟରେ ଅନିୟମିତତା କରାଯାଇଥିବା ସତ୍ତ୍ୱେ ବିଲ୍‌ ପୈଠ ବେଳେ ସେ ସମ୍ପର୍କରେ ଉଲ୍ଲେଖ ନ ଥିବା ନେଇ ପଚାରିବାରେ ଯନ୍ତ୍ରୀଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିପାରି ନ ଥିଲା।
ସୂଚନାଥାଉ କି, ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏରେ ଅନିୟମିତତା କରାଯାଇ ଜବକାର୍ଡଧାରୀଙ୍କ ନାଁରେ ଅନ୍ୟମାନେ କାର୍ଯ୍ୟ କରୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri