ଗ୍ରାମାଞ୍ଚଳ ସଡ଼କ ନିର୍ମାଣରେ ଚଞ୍ଚକତା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ):ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ଓ୍ବାଇ) ଅଧୀନ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଛି। ନିର୍ଦ୍ଧାରିତ ସମୟରେ କାମ ଶେଷ ନ ହେବା ଏବଂ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଯୋଗୁ ରାଜକୋଷ ଉପରେ ଆର୍ଥିକ ବୋଝ ପଡୁଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନଙ୍କ ଦାୟିତ୍ୱହୀନତା ଯୋଗୁ ଲୋକମାନେ ରାସ୍ତା ପାଇବାରୁ ବଞ୍ଚିତ ହେବା ସହ ଠିକାଦାର ମାଲାମାଲ ହେଉଛନ୍ତି। କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରାସ୍ତା ନିର୍ମାଣରେ ହେଉଥିବା ଏଭଳି ଚଞ୍ଚକତାର ପର୍ଦ୍ଦାଫାଶ କରିଛନ୍ତି।
ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି ଯେ, ନିର୍ବାହୀ ଯନ୍ତ୍ରୀମାନେ ଠିକାଦାରଙ୍କ ଠାରୁ କାର୍ଯ୍ୟ ବିଳମ୍ବ ପାଇଁ ଜରିମାନା ଆଦାୟ ନ କରିବାରୁ ୯ କୋଟି ଟଙ୍କା ହରାଇବାକୁ ପଡିଛି। କେବଳ ସେତିକି ନୁହେଁ, ଯନ୍ତ୍ରୀମାନଙ୍କ ଅପାରଗତା ଯୋଗୁ ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ନିର୍ମାଣ କାର୍ଯ୍ୟ ମଧ୍ୟ ବର୍ଷ ବର୍ଷ ଲାଗିଯାଉଛି। ଗ୍ରାମାଞ୍ଚଳରେ ରାସ୍ତା ନିର୍ମାଣ ଗ୍ରାମ୍ୟ ଉନ୍ନୟନ ବିଭାଗ କରିଥାଏ। ଯଦି ଜଣେ ଠିକାଦାର ସାଧାରଣ ଚୁକ୍ତିନାମାର ଧାରା ୫୨ ଅନୁଯାୟୀ ବିନା ଅନୁମତିରେ ୨୮ ଦିନ କାର୍ଯ୍ୟ ବନ୍ଦ ରଖିବେ ତେବେ ସମ୍ପୃକ୍ତ ଠିକାଦାରଙ୍କୁ ଅବଶିଷ୍ଟ କାର୍ଯ୍ୟ ମୂଲ୍ୟର ୨୦ ପ୍ରତିଶତ ଜରିମାନା ଆକାରରେ ଦେବାକୁ ପଡିଥାଏ। ତେବେ ଅଡିଟ୍‌ରୁ ଜଣାପଡିଛି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ୨୦୦୮ରୁ ୨୦୧୧ ମଧ୍ୟରେ ୯ ଜଣ ଠିକାଦାରଙ୍କୁ ୫୧.୬୭ କୋଟି ଟଙ୍କା ମୂଲ୍ୟର ୧୭ଟି ରାସ୍ତା ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦେଇଥିଲେ। ୨୦୦୯ରୁ ଅକ୍ଟୋବର ୨୦୧୧ ମଧ୍ୟରେ ଉକ୍ତ କାର୍ଯ୍ୟ ଶେଷ ହେବା କଥା। ଠିକାଦାରମାନେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରି ନ ଥିଲେ। ସେମାନଙ୍କର ଚୁକ୍ତି ରଦ୍ଦ ହୋଇଥିଲେ ମଧ୍ୟ ସରକାରଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିଥିଲା। ଠିକାଦାରଙ୍କ ଅବହେଳା ଯୋଗୁ ବାକି ରହିଥିବା ୩୫.୦୯ କୋଟି ଟଙ୍କାର ରାସ୍ତା ପାଇଁ ପୁନଶ୍ଚ ୨୦୧୩ ଅଗଷ୍ଟରୁ ୨୦୧୬ ନଭେମ୍ବର ମଧ୍ୟରେ ୪୮.୦୪ କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯାଇ ରାସ୍ତା ନିର୍ମାଣ ହୋଇଥିଲା। ଅନ୍ୟପକ୍ଷରେ ଠିକାଦାରଙ୍କ ଠାରୁ ୨୦୧୮ ପର୍ଯ୍ୟନ୍ତ ଜରିମାନା ବାବଦରେ ୯ କୋଟି ଆଦାୟ କରାଯାଇ ନ ଥିଲା। ଯନ୍ତ୍ରୀମାନେ ଏହି ଅର୍ଥ ଆଦାୟ କରିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
କେବଳ ସେତିକି ନୁହେଁ, ରାସ୍ତା ନିର୍ମାଣ ପାଇଁ ଜମି ଯୋଗାଇ ନ ଦେବା ଏବଂ ଅଧାରୁ କାର୍ଯ୍ୟ ବନ୍ଦହେବା ଯୋଗୁ ସରକାରଙ୍କୁ ୫.୩୧ କୋଟି ଟଙ୍କା ହରାଇବାକୁ ପଡିଛି। ପିଏମ୍‌ଜିଏସ୍‌ଓ୍ବାଇ ଗାଇଡ୍‌ଲାଇନ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ ପୂର୍ବରୁ ଜମି ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ହେବା କଥା। ମାତ୍ର ନିର୍ବାହୀ ଯନ୍ତ୍ରୀମାନେ ୫୫ଟି କାର୍ଯ୍ୟରୁ ୧୫ଟି କାର୍ଯ୍ୟରେ କୌଣସି ବିଭାଗ କିମ୍ବା ସର୍ବେକ୍ଷଣ/ତଦନ୍ତ କରାଇ ନ ଥିଲେ। ଫଳରେ ୨୦୧୮ ସୁଦ୍ଧା ୫.୩୧ କୋଟି ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ୧୬.୯୯୫ କି.ମି ରାସ୍ତା ନିର୍ମାଣ ଶେଷ ହୋଇପାରି ନ ଥିଲା। ଏଥିଯୋଗୁ ୪,୮୩୪ ଲୋକଙ୍କ ପାଇଁ ରାସ୍ତା ସଂଯୋଗ ହୋଇପାରି ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri