ରାଜ୍‌ ଇଲେକ୍‌ଟ୍ରୋନିକ୍ସରେ ଏସି ମହାସେଲ୍‌ ଅଫର

ଭୁବନେଶ୍ୱର,୧୨।୨ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ରିଟେଲ ଚେନ୍‌ ଷ୍ଟୋର ‘ରାଜ୍‌ ଇଲେକଟ୍ରୋନିକ୍ସ’ ପକ୍ଷରୁ ଏୟାର କଣ୍ଡିଶନର(ଏସି) ମହାସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷର ଗ୍ରୀଷ୍ମ ପ୍ରଭାବ (ଖରାଦିନ) ପୂର୍ବରୁ ଏହି ମହାସେଲ୍‌ ଗ୍ରାହକଙ୍କୁ ବେଶ୍‌ ସହାୟକ ହେବ। ଏପରିକି ଖରାଦିନ ଆରମ୍ଭ ହେବା ସଙ୍ଗେ ସଙ୍ଗେ ଇଲେକଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ ଅହେତୁକ ବୃଦ୍ଧିର ପ୍ରଭାବ ବଜାର ଉପରେ ପଡ଼ିବାର ସମ୍ଭାବନା ରହିଛି, ଆକଳନ ଅନୁଯାୟୀ ବିଗତ ୧୦ବର୍ଷ ଧରି ୧ଡିଗ୍ରୀରୁ ଅଧିକ ସେଲସିୟସର ଅନୁପାତରେ ତାପମାତ୍ରା ବୃଦ୍ଧି ପାଇଚାଲିଛି।

ଏଥିସହିତ ଚଳିତ ବର୍ଷ ଥଣ୍ଡାର ମାତ୍ରା କମ୍‌ ରହିବା ସହିତ ଆଗକୁ ଉତ୍ତାପର ମାତ୍ରା ଅଧିକ ବୃଦ୍ଧି ପାଇବ। ସେଥିପାଇଁ ଏସିର ଚାହିଦା ବୃଦ୍ଧି ପାଇବା ଆରମ୍ଭ ହୋଇଯାଇଛି। ଏପରିକି ମାର୍ଚ୍ଚ ଶେଷ ବେଳକୁ ମୂଲ୍ୟ ୧୦୦୦ରୁ ୩୦୦୦ ମୂଲ୍ୟ ପର୍ଯ୍ୟନ୍ତ ବଢ଼ିଯିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ବର୍ତ୍ତମାନ କମ୍ପାନିଗୁଡ଼ିକ ଦ୍ୱାରା ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇନାହିଁ, କିନ୍ତୁ ଜଣାଯାଉଛି ଆଗାମୀ କିଛି ଦିନ ମଧ୍ୟରେ କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ଉପରେ ବିଚାର କରିପାରନ୍ତି। ମାର୍କେଟରେ କପର, ଆଲୁମିନିୟମର ମୂଲ୍ୟ ଉଲ୍ଲେଖନୀୟ ଭାବେ ବଢିବା ସହିତ କଞ୍ଚାମାଲର ମୂଲ୍ୟ ବଢିବା ଓ ପେଣ୍ଟ୍‌ ପ୍ଲାଷ୍ଟିକ ଭଳି ଉତ୍ପାଦ ପ୍ରତ୍ୟକ୍ଷ ଭାବେ ମୂଲ୍ୟ ବୃଦ୍ଧି ହୋଇଛି।

କମ୍ପାନୀମାନଙ୍କର ଉତ୍ପାଦନ ଖର୍ଚ୍ଚ ବଢିବାର ପ୍ରଭାବ ଉପଭୋକ୍ତାଙ୍କ ଉପରେ ପଡ଼ିବାକୁ ଯାଉଛି। ଏହି ଦରବୃଦ୍ଧିର ସମ୍ଭାବନା ରହୁଥିବାରୁ ସବୁବେଳେ ଗ୍ରାହକଙ୍କ ସାଥିରେ ଥିବା ରାଜ୍‌ ଇଲେକ୍ଟ୍ରୋନିକ୍ସ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଏସି ଯୋଗାଇଦେବା ପାଇଁ ମହାସେଲ୍‌ ଘୋଷଣା କରିଛି। ଏ ସମ୍ପର୍କରେ ରାଜ୍‌ ଇଲେକ୍ଟ୍ରୋନିକ୍ସର ସ୍ବତ୍ୱାଧିକାରୀ ପ୍ରକାଶ କୁମାର ବିଶ୍ୱାଳ କହିଛନ୍ତି, ଏସି ଏକ ଦୀର୍ଘସ୍ଥାୟୀ ଉପଭୋକ୍ତା ସାମଗ୍ରୀ ହୋଇଥିବା ଯୋଗୁ ଜଣେ ଗ୍ରାହକ ଏହାକୁ ବର୍ଷେ କିମ୍ବା ଦୁଇବର୍ଷ ପାଇଁ କିଣି ନ ଥାନ୍ତି, ୮ରୁ ୧୦ବର୍ଷର ଆବଶ୍ୟକତା ପୂରଣ ପାଇଁ କ୍ରୟ କରିଥାନ୍ତି। ତେଣୁ ମୂଲ୍ୟ ବୃଦ୍ଧି ପାଇବା ପୂର୍ବରୁ ଗ୍ରାହକମାନେ ବର୍ତ୍ତମାନ ମୂଲ୍ୟରେ ଏସି କିଣି ଘରେ ଲଗାଇବା ସହିତ ଖରାଦିନେ ତାତିରୁ ଆରାମ ପାଇପାରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri