ଭଞ୍ଜନଗର,୨୦।୫(ବାବୁଲା ପ୍ରଧାନ): ସରକାର ଯେତିକି ସଚେତନତା କରୁଛନ୍ତି ଦୁର୍ବୃତ୍ତମାନେ ଆଉ ଟିକେ ଆଗକୁ ଯାଇ ଠକେଇ କରୁଛନ୍ତି । ଲୋକେ ମଧ୍ଯ ବିଭିନ୍ନ ପରିସ୍ଥିତି ଏବଂ କାରଣରୁ ଦୃର୍ବୁତ୍ତ ମାନଙ୍କ କଥାକୁ ହଠାତ ବିଶ୍ୱାସକୁ ନେଇ ଅନଲାଇନରେ ଟଙ୍କା ପଠାଇ ଦେଉଛନ୍ତି। ଠକେଇର ଶିକାର ହେବାପରେ କଥା ପଦାକୁ ଆସୁଛି । ଏହିଭଳି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଶିବାନନ୍ଦ ମେଡିସିନ ଷ୍ଟୋର ନାମରେ ଜଣେ ଦୃର୍ବୁତ୍ତ ଫୋନ୍ କରି ଲୋକଙ୍କୁ ଏ ସି ଶସ୍ତାରେ ବିକ୍ରି ହେଉଛି ବୋଲି କହୁଛନ୍ତି।
ଏହାପରେ ଲୋକେ ମଧ୍ଯ ଉକ୍ତ ନକଲି ଫୋନ୍ ନମ୍ବରରେ ଥିବା ଦୋକାନ ମାଲିକଙ୍କ ଫଟୋକୁ ଦେଖି ଅନଲାଇନରେ ଟଙ୍କା ଦେଇ ଦେଉଛନ୍ତି । ଏହାପରେ ଫୋନ ନମ୍ବର ଦେଖିବା ବେଳକୁ ତାହା ପ୍ରକୃତ ଦୋକାନ ମାଲିକଙ୍କ ନାହିଁ ବୋଲି ଜଣାପଡୁଛି । ଏହାପରେ ସତ ସାମ୍ନାକୁ ଆସୁଛି । ଦୁର୍ବୃତ୍ତ ଜଣକ ପ୍ରତି ଫୋନ୍ ସମୟରେ ନମ୍ୱର୍ ଅଲଗା ବ୍ୟବହାର କରୁଛି। ଆଜି ସୁଧା ୩ ଜଣକ ଠାରୁ ୪୭ ହଜାର ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ଏନେଇ ଦୋକାନ ମାଲିକ ଭଞ୍ଜନଗର ଥାନାରେ ତାଙ୍କ ଫଟୋ, ଦୋକାନ ନାମ ବ୍ୟବହାର କରି କୌଣସି ଦୁର୍ବୃତ୍ତ ଠକେଇ କରୁଥିବା ଅଭିଯୋଗ କରିଛନ୍ତି। ପୋଲିସ ଏତଲା ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି ।