ମହିଳା ଆଇନଜୀବୀଙ୍କୁ ଜେଲରଙ୍କ ଦୁର୍ବ୍ୟବହାର, ଥାନାରେ ପହଞ୍ଚିଲା ମାମଲା

କେନ୍ଦୁଝର,୪ା୧(ସ୍ବ.ପ୍ର.): ବୁଧବାର ଆଇନଜୀବୀ ଜଗଜିତା ଦାଶ ଓ ଅନ୍ୟ ଜଣେ ଜେଲକୁ ତାଙ୍କର ଜଣେ ମହକିଲଙ୍କୁ ଦେଖା କରିବା ପାଇଁ ଯାଇଥିବାବେଳେ ଜେଲର ମନସ୍ବିନୀ ନାୟକ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଦୁର୍ବ୍ୟବହାର କରିବା ସହ ଭେଟିବାକୁ ଦେଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଏହାକୁ ନେଇ ଓକିଲମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ, ବୁଧବାର ପୂର୍ବାହ୍ନରେ ଆଇନଜୀବୀ ଜଗଜିତା ଦାଶ ଓ ପ୍ରତୀକ ମିଶ୍ର  ଜେଲରେ ଥିବା ଜଣେ ବିଚାରାଧୀନ ମହକିଲଙ୍କୁ କେସ୍‌ ମାମଲାରେ ଭେଟିବାକୁ ଯାଇଥିଲେ। ତେବେ ଆଜି ଜେଲ୍‌ ଅଧୀକ୍ଷକ ନ ଥିବାରୁ ଦାୟିତ୍ୱରେ ଥିବା ଜେଲର ସେମାନଙ୍କୁ ଭେଟିବାକୁ ଦେଇ ନ ଥିଲେ ଏବଂ ଏନେଇ ପଚାରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି।
ଏହାକୁ ନେଇ ଜଗଜିତା ଜିଲା ଓକିଲ ସଂଘ ନିକଟରେ ଅଭିଯୋଗ କରିବା ପରେ ଅଭିଯୋଗ କପି ଟାଉନ ଥାନାରେ ପ୍ରଦାନ କରାଯାଇଛି। ଏନେଇ ଜଗଜିତା କହିଛନ୍ତି, ସରକାରଙ୍କ ରୁଲ୍‌ ଅନୁଯାୟୀ ଜଣେ ଆଇନଜୀବୀ ଜେଲରେ ଥିବା ତାଙ୍କ ମହକିଲଙ୍କୁ ଭେଟି ପାରିବ। ତେବେ ତାଙ୍କୁ ଭିତରକୁ ନ ଛାଡ଼ି ଜାଲି ବାହାରୁ ଦେଖା କରିବାକୁ ଜେଲର କହିଥିଲେ। ବାହାର ଓକିଲମାନଙ୍କୁ କେଉଁ ସ୍ବାର୍ଥରେ ଛାଡୁଛନ୍ତି କିନ୍ତୁ ଆମକୁ ଛାଡୁନାହାନ୍ତି ବୋଲି ପଚାରିବାରୁ ସେ ଗାଳିଗୁଲଜ କରିବା ସହ ଅସଦାଚରଣ କରିଥିଲେ। ଏଣୁ ଏନେଇ ଜିଲା ଓକିଲ ସଂଘକୁ ଜଣାଇବା ପରେ ଥାନାରେ ଲିଖିତ ଅଭିଯୋଗ ଦେଇଛୁ। ଅନ୍ୟପକ୍ଷରେ ଜେଲର ମନସ୍ବିନୀ ନାୟକ କହିଛନ୍ତି, ଜେଲରେ ବହୁ ସଂଖ୍ୟାରେ କଏଦୀ ରହିଥିବାରୁ ଜାଲି ବାହାରୁ କଥାବାର୍ତ୍ତା ହେବାକୁ ଅନୁରୋଧ କରିଥିଲେ। ସେମାନେ ସହଯୋଗ କରିବା ପରିବର୍ତ୍ତେ ତାଙ୍କୁ ଓଲଟା ଗାଳିଗୁଲଜ କରିଛନ୍ତି। କେସ୍‌ ପାଇଁ ଟଙ୍କା ନେବାକୁ ଆସିଥିବାରୁ ଜଣେ ଓକିଲଙ୍କୁ ଭିତରକୁ ଛଡ଼ାଯାଇଥିଲା। ଅନ୍ୟପକ୍ଷରେ ଏନେଇ ଟାଉନ ଥାନା ଅଧିକାରିଣୀ ପ୍ରମୋଦିନୀ ସାହୁ କହିଛନ୍ତି,ଅଭିଯୋଗ ମିଳିଛି। ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜେଲରଙ୍କ ଏଭଳି ଅଧିବକ୍ତାଙ୍କ ପ୍ରତି ଆଚରଣ ନିନ୍ଦନୀୟ। ଏନେଇ ଜେଲ ଓ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri