Posted inଜାତୀୟ

କ୍ଷମତାର ଅପବ୍ୟବହାର

ନୂଆଦିଲ୍ଲୀ,୧୬ା୨: ସମାଜରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଯୁବ କ୍ଲାଇମେଟ୍‌ ଚେଞ୍ଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ବେଙ୍ଗାଲୁରୁରୁ ରାତିଅଧିଆ ଉଠାଇନେବା ସମସ୍ତଙ୍କୁ ଚକିତ କରିଛି। ପଟିଆଲା ହାଉସ୍‌ କୋର୍ଟରେ ଦିଶାଙ୍କୁ ହାଜର କରିବା ବେଳେ ତାଙ୍କ ପକ୍ଷ ରଖିବା ପାଇଁ ଓକିଲଙ୍କୁ ସୁଯୋଗ ଦିଆ ନ ଯିବା ଆହୁରି ବିସ୍ମିତ କରିଛି। ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଆନ୍ଦୋଳନକୁ ନେଇ ଅଡ଼ୁଆରେ ପଡ଼ିଥିବା ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଅଭିବ୍ୟକ୍ତି ସ୍ବାଧୀନତାକୁ ହତ୍ୟା କରିବା ପାଇଁ ଏପରି କରାଉଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି। ମୋଟାମୋଟି ଭାବେ ଦେଖିଲେ ‘ଟୁଲ୍‌କିଟ୍‌’ ପ୍ରକରଣ ଓ ଏହାକୁ ନେଇ ଚାଲିଥିବା ଧରପଗଡ଼ ଏକ ପ୍ରାୟୋଜିତ ଷଡ଼ଯନ୍ତ୍ର ବୋଲି ଅନେକେ ମତ ଦେଇଛନ୍ତି। ଫଳରେ ଦିଲ୍ଲୀ ପୋଲିସ ପ୍ରଶ୍ନ ଘେରରେ ଛନ୍ଦି ହୋଇଯାଇଥିବାବେଳେ ସନ୍ଦେହର କାଠଗଡ଼ାକୁ ଟାଣିହୋଇଯାଇଛନ୍ତି କେନ୍ଦ୍ର ସରକାର। ଏସବୁ ଭିତରେ ଦିଶା ରବିଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ଚାରିଆଡ଼େ ଦାବି ଜୋର୍‌ ଧରିଛି।
ଫ୍ରାଇଡେଜ୍‌ ଫର୍‌ ଫ୍ୟୁଚର (ଏଫ୍‌ଏଫ୍‌ଏଫ୍‌) ଇଣ୍ଡିଆର ପ୍ରତିଷ୍ଠାତା ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିନେବା ପରେ ତାଙ୍କ ପ୍ରତି ଦେଶବ୍ୟାପୀ ସମର୍ଥନ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଦିଶାଙ୍କ ବିରୋଧରେ ଲଗାଯାଇଥିବା ସଙ୍ଗିନ ମାମଲାର ଦଫା ହଟାଇବା ସହ ଦେଶର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ ବୋଲି ସାମାଜିକ କର୍ମୀ ଓ ପରିବେଶବିତ୍‌ମାନେ କହିଛନ୍ତି।
ଅଲ୍‌ ଇଣ୍ଡିଆ ପ୍ରୋଗ୍ରେସିଭ୍‌ ଆସୋସିଏଶନ୍‌ ସମ୍ପାଦିକା କବିତା କ୍ରିଷ୍ଣନ୍‌ କହିଛନ୍ତି, ଦିଶାଙ୍କୁ ତୁରନ୍ତ ମୁକ୍ତ କରାଯାଉ। ଦିଶାଙ୍କ ଭଳି ବ୍ୟକ୍ତିମାନେ କେବଳ ନିଜ କଥା ନ ଦେଖି ଭବିଷ୍ୟତ ପିଢ଼ି ସମ୍ପର୍କରେ ଚିନ୍ତା କରନ୍ତି। ପୋଲିସ ତାଙ୍କୁ ଗିରଫ କରିବା ପରେ ଆମର ଏକ ଗଣତନ୍ତ୍ର ଅଛି ବୋଲି ବିଶ୍ୱାସ ହେଉନାହିଁ। ପୋଲିସ ଆଇନଜୀବୀ ନିକିତା ଜାକୋବ ଓ ଶାନ୍ତନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରୁ। ଅଧିକାର କର୍ମୀ ଶବନମ୍‌ ହାସ୍‌ମି ମଧ୍ୟ ଦିଶାଙ୍କ ଗିରଫଦାରିକୁ ନେଇ ପ୍ରଶ୍ନ କରିଛନ୍ତି। ସରକାର ପ୍ରାୟୋଜିତ ଏହି ଘଟଣାକ୍ରମ ଭାରତକୁ ବିଦେଶରେ ମଧ୍ୟ ଉପହାସର ପାତ୍ର କରାଇଛି। ସେହିପରି ଦିଲ୍ଲୀର ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭିରନ୍‌ମେଣ୍ଟ ମୁଖ୍ୟ ସୁନୀତା ନାରାୟଣ ଦିଶାଙ୍କୁ ମୁକ୍ତ କରିବା ପାଇଁ ଦାବି କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଥିବାବେଳେ ଏହା ସମ୍ପର୍କରେ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଆକ୍ଟିଭିଷ୍ଟମାନଙ୍କୁ ପୋଲିସ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ୯ ବର୍ଷୀୟା ଲିସିପ୍ରିୟା କଙ୍ଗୁଜାମ୍‌ ଏହାକୁ କୁନି ଝିଅମାନଙ୍କ ସ୍ବର ଚପାଇବା ପାଇଁ ଅପଚେଷ୍ଟା ଭାବେ ଅଭିହିତ କରିଛନ୍ତି। ଏହାସତ୍ତ୍ୱେ ପୃଥିବୀକୁ ବଞ୍ଚାଇବା ଲାଗି ଆମେ ଉଦ୍ୟମ ଜାରି ରଖିବୁ ବୋଲି ସେ କହିଛନ୍ତି।
୫୦ରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍‌, କାଳକାର ଓ ଆକ୍ଟିଭିଷ୍ଟ ଦିଶା ରବିଙ୍କ ସପକ୍ଷରେ ଏକ ମିଳିତ ବିବୃତି ଜାରି କରିଛନ୍ତି। କୋଲିଶନ୍‌ ଫର୍‌ ଏନ୍‌ଭିରନ୍‌ମେଣ୍ଟ ଜଷ୍ଟିସ୍‌ ଅଫ୍‌ ଇଣ୍ଡିଆ ବ୍ୟାନରରେ ଏକତ୍ରିତ ହୋଇଥିବା ବୁଦ୍ଧିଜୀବୀମାନେ ତାଙ୍କ ଗିରଫଦାରିକୁ ବେଆଇନ ଓ ରାଷ୍ଟ୍ରର ଅତ୍ୟଧିକ ପ୍ରତିକ୍ରିୟା ବୋଲି ସେମାନେ ଅଭିହିତ କରିଛନ୍ତି। ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଏହାକୁ ପୋଲିସ କ୍ଷମତାର ଅପବ୍ୟବହାର ଭାବେ ଅଭିହିତ କରି ଦିଶାଙ୍କ ମୁକ୍ତି ଦାବି କରିଛି।

ହାଇକୋର୍ଟ ଗଲେ ନିକିତା, ଶାନ୍ତନୁ

ଟୁଲ୍‌କିଟ୍‌ ମାମଲାରେ ଦିଲ୍ଲୀର ଏକ କୋର୍ଟ ମୁମ୍ବାଇର ଆଇନଜୀବୀ ନିକିତା ଜାକୋବ ଓ ପୁଣେର ଇଞ୍ଜିନିୟର ଶାନ୍ତନୁ ମୁଲୁକ୍‌ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିଛି। ଏହାକୁ ଚ୍ୟାଲେଞ୍ଜ କରି ଗିରଫଦାରି ଏଡ଼ାଇବା ପାଇଁ ଦୁହେଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ୪ ସପ୍ତାହ ପାଇଁ ଅଗ୍ରିମ ଟ୍ରାଞ୍ଜିଟ୍‌ ବେଲ୍‌ ସକାଶେ ଆବେଦନ କରିଥିବା ନିକିତା ତାଙ୍କ ଜାମିନ ପିଟିଶନର ତ୍ୱରିତ ଶୁଣାଣି ପାଇଁ ଅନୁରୋଧ କରିଛନ୍ତି। ଜଷ୍ଟିସ୍‌ ପି.ଡି. ନାଏକଙ୍କ ଜଣିକିଆ ଖଣ୍ଡପୀଠରେ ତାଙ୍କ ଆବେଦନର ଶୁଣାଣି ମଙ୍ଗଳବାର କରାଯିବ। ସେହିପରି ଶାନ୍ତନୁଙ୍କ ଆବେଦନର ଶୁଣାଣି ଔରଙ୍ଗାବାଦ ଖଣ୍ଡପୀଠରେ ହେବ ବୋଲି ତାଙ୍କ ଓକିଲ ସତେଜ ଯାଦବ ସୂଚନା ଦେଇଛନ୍ତି।

‘ଦେଶ ବିରୋଧୀ ମଞ୍ଜି ବୁଣୁଥିବା ବ୍ୟକ୍ତିଙ୍କ ବିନାଶ କର’

ସ୍ବିଡେନ ସାମାଜିକ କର୍ମୀ ଗ୍ରେଟା ଥନବର୍ଗଙ୍କ ‘ଟୁଲ୍‌କିଟ’ ଏଡିଟ୍‌ କରି ଶେୟାର କରିବା ଅଭିଯୋଗରେ ବାଙ୍ଗାଲୁରୁର କ୍ଲାଇମେଟ ଆକ୍ଟିଭିଷ୍ଟ ଦିଶା ରବିଙ୍କ ଗିରଫଦାରିକୁ ସମର୍ଥନ କରିଛନ୍ତି ଭାଜପା ନେତା ତଥା ହରିୟାନା ମନ୍ତ୍ରୀ ଅନିଲ ଭିଜ୍‌। ସେ ଟୁଇଟ କରି କହିଛନ୍ତି, ‘ଦେଶ ବିରୋଧୀ ମଞ୍ଜି ଯେଉଁ ବ୍ୟକ୍ତିଙ୍କ ମୁଣ୍ଡରେ ଅଛି ତାଙ୍କୁ ସମ୍ପୂର୍ଣ୍ଣ ବିନାଶ କରାଯିବା ଉଚିତ୍‌, ସେ ଦିଶା ରବି ହୁଅନ୍ତୁ ବା ଅନ୍ୟ କେହି।’ ଅନିଲଙ୍କ ଏହି ମନ୍ତବ୍ୟ ଉପରେ ଟୁଇଟରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ୟ ଅନେକେ ଦାବି କରିଛନ୍ତି।

ପୋଲିସ କଥାରେ ତାଳମେଳ ନାହିଁ

କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ରାତିଅଧିଆ ଉଠାଇନେଇଥିବା ଦିଲ୍ଲୀ ପୋଲିସ ସୋମବାର ଟୁଲ୍‌କିଟ୍‌ ମାମଲାରେ ଆଉ ଦୁଇଜଣଙ୍କୁ ଛନ୍ଦିଛି। ସେମାନେ ହେଲେ ନିକିତା ଜାକୋବ୍‌ ଓ ଶାନ୍ତନୁ ମୁଲୁକ୍‌। ଏହି ଦୁଇ ଅଭିଯୁକ୍ତ କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍‌କିଟ୍‌ ତିଆରି କରି ସୋସିଆଲ ମିଡିଆରେ ଶେୟାର କରିଥିଲେ ବୋଲି ପୋଲିସ ଦାବି କରିଛି।
ଦିଲ୍ଲୀ ପୋଲିସ ଯୁଗ୍ମ କମିଶନର (ସାଇବର) ପ୍ରେମ ନାଥ ସୋମବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଶନିବାର ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଦିଶା ଉକ୍ତ ଟୁଲ୍‌କିଟ୍‌କୁ ସ୍ବିଡେନ୍‌ର କ୍ଲାଇମେଟ୍‌ ଆକ୍ଟିଭିଷ୍ଟ ଗ୍ରେଟା ଥନ୍‌ବର୍ଗଙ୍କ ନିକଟକୁ ଟେଲିଗ୍ରାମ୍‌ ଆପ୍‌ ଜରିଆରେ ପଠାଇଥିଲେ। ଦିଶା ଟୁଲ୍‌କିଟ୍‌ ପ୍ରସାର ପାଇଁ ତିଆରି କରିଥିବା ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌କୁ ଡିଲିଟ୍‌ କରିଦେଇଛନ୍ତି। ଉକ୍ତ ଟୁଲ୍‌କିଟ୍‌କୁ ଦିଶା, ନିକିତା ଓ ଜାକୋବ୍‌ ତିଆରି କରିଥିଲେ। ନିକିତା ଓ ଶାନ୍ତନୁଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଛି। ଖଲିସ୍ତାନୀ ସପକ୍ଷବାଦୀ ଗୋଷ୍ଠୀ ପୋଏଟିକ୍‌ ଜଷ୍ଟିସ୍‌ ଫାଉଣ୍ଡେଶନ (ପିଜେଏଫ୍‌) ପକ୍ଷରୁ ଆୟୋଜିତ ଏକ ଜୁମ୍‌ ମିଟିଂରେ ଯୋଗଦେଇଥିଲେ। ଦିଶାଙ୍କ ଗିରଫଦାରି ବେଳେ ସମସ୍ତ ନିୟମ ପାଳନ କରାଯାଇଥିବା ପୋଲିସ ସଫେଇ ଦେଇଛି। ପୋଲିସ କେତେବେଳେ କ’ଣ କହୁଛି ଜାଣିପାରୁ ନାହିଁ। କେତେବେଳେ ଦିଶା ଟୁଲ୍‌କିଟ୍‌କୁ ଏଡିଟ୍‌ କରିଥିଲେ ବୋଲି କହୁଥିବାବେଳେ କେତେବେଳେ ତିନିଜଣ ମିଶି ଏହାକୁ ପ୍ରସ୍ତୁତ କରିଥିବା କହୁଛି। ପୋଲିସର ଦାବିରେ ତାଳମେଳ ନ ଥିବାରୁ ସନ୍ଦେହ ଘେରକୁ ଟାଣି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri