ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ: ପୂଜକ ଗିରଫ

ପୁରୀ ଅଫିସ,୯।୧୦: ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ପୂଜକଙ୍କୁ ଗିରଫ କରାଯାଇଛି। ସେ ହେଲେ ସଂଗ୍ରାମ ଦାସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଶୁକ୍ରବାର ଅପରାହ୍ନରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଶ୍ରୀମନ୍ଦିର ପରିସର ବାମନ ମନ୍ଦିରରେ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ପୂଜକ ସଂଗ୍ରାମ ଦାସ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତ ପୂଜକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ନାବାଳିକା ଜଣଙ୍କ ତାଙ୍କ ପରିବାର ଲୋକଙ୍କ ସହ ଚାଲି ଯାଇଥିବା ବେଳେ ଅଭିଯୁକ୍ତ ପୂଜକ ଗିରଫ ହୋଇଛନ୍ତି।