ବାଉଁଶୁଣୀ ଛକରେ ଜବରଦଖଲ ଉଚ୍ଛେଦ: ବିରୋଧ କରି ବିଷ ପିଇଦେଲେ ମହିଳା

ବାଉଁଶୁଣୀ, ୧୭।୩(ଡି.ଏନ.ଏ): ବୌଦ୍ଧ ଜିଲା ବାଉଁଶୁଣୀରେ ଶୁକ୍ରବାର ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ହେଲେ ଜବରଦଖଲ ଉଚ୍ଛେଦବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜବରଦଖଲରେ ଥିବା ଏକ ଘରକୁ ଭାଙ୍ଗିବାକୁ ଯିବା ସମୟରେ ଜାନକୀ ତ୍ରିପାଠୀ ନାମ୍ନୀ ଜଣେ ମହିଳା ନିଜ ଘର ଛାତ ଉପରକୁ ଯାଇ ହାତରେ ବିଷ ଧରି ଆତ୍ମହତ୍ୟା କରିବାକୁ ଧମକ ଦେଉଥିଲେ। ପୋଲିସ ବାରମ୍ବାର ତଳକୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ମାନି ନ ଥିଲେ। ମହିଳା ପୋଲିସ କର୍ମଚାରୀମାନେ ଯାଇ ମହିଳାଙ୍କୁ ଉଦ୍ଧାର କଲାବେଳକୁ ସେ ବିଷ ଖାଇଦେଇଥିଲେ। ସଙ୍ଗେସଙ୍ଗେ ବାଉଁଶୁଣୀ ଥାନା ଗାଡ଼ିରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ବାଉଁଶୁଣୀର ପ୍ରଶାନ୍ତ ତ୍ରିପାଠୀଙ୍କ ଘର ଭଙ୍ଗା କାର୍ଯ୍ୟକୁ ପୂର୍ବରୁ ପ୍ରତିବାଦ କରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କେଶ କରିଥିଲେ ଓ ପରେ ଜିଲାପାଳ ଏହାକୁ ରଦ୍ଦ କରିଥିଲେ। ସେମାନେ ଆର୍‌ଡିସିରେ ମଧ୍ୟ କେଶ ଫାଇଲ କରିଥିଲେ। ଆସନ୍ତା ୨୨ରେ ସେମାନଙ୍କ ଶୁଣାଣି ଥିଲା। ପ୍ରଶାସନକୁ ସେମାନେ ପରିବାର ତରଫରୁ ଆସି ଗୁହାରି କରିଥିଲେ ଯେ, ଜାଗା ମାପ କରାଯାଇ ଚିହ୍ନଟ କରାଗଲେ ଯଦି ସରକାରୀ ଜାଗା ପ୍ରମାଣ ହେବ ଆମେ ନିଜେ ଭାଙ୍ଗିଦେବୁ। ମାତ୍ର ପ୍ରଶାସନ ବଳପୂର୍ବକ ତାଙ୍କ ଘର ଭାଙ୍ଗିଦେବାବେଳେ ସହ୍ୟ ନ କରିପାରି ପ୍ରଶାନ୍ତଙ୍କ ସ୍ତ୍ରୀ ଜାନକୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ପ୍ରକାଶ ଯେ, ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ଗତ ଅକ୍ଟୋବର ୧୭ରେ ବାଉଁଶୁଣୀରେ ଗୋଟିଏ ସପ୍ତାହ ମଧ୍ୟରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳ ଦେଇଥିବା ସମୟ ମଧ୍ୟରେ ଛୋଟ ଦୋକାନ, ଚା ଆଉ ଫଳ ଦୋକାନ କରି ପରିବାର ଚଳାଉଥିବା ଦୋକାନୀ ଜାଗା ଛାଡିଥିଲେ। କିନ୍ତୁ ବଡ଼ବଡ଼ିଆ ଜାଗା ଛାଡ଼ି ନ ଥିଲେ। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସମୟ ଅବଧିର ୪ ମାସରୁ ଊଦ୍ଧର୍‌ବ ବିତିଯାଇଥିଲେ ମଧ୍ୟ ପ୍ରଶାସନର ନିର୍ଦ୍ଦେଶକୁ ଫୁ କଲା ଭଳି ଜାଗା ଛାଡ଼ୁନାହାନ୍ତି ବଡ଼ବଡ଼ିଆ ଲୋକେ। ଗତ ଅକ୍ଟୋବର ୨୦ରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ସୁନାଙ୍କ ସହ ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହାମିଦ ମଲ୍ଲିକ ବାଉଁଶୁଣୀ ପୋଲିସ ଉପସ୍ଥିତିରେ ମାପ କରି ସରକାରୀ ସ୍ଥାନକୁ ଚିହ୍ନଟ କରିଥିଲେ। ସେତେବେଳେ କାନ୍ଥରେ ଦିଆଯାଇଥିବା ନାଲିଗାରକୁ କିଛି ବଡ଼ବଡ଼ିଆ ଲୋକ ସିମେଣ୍ଟ ଘସି ଲିଭେଇ ଦେଇଥିଲେ। ମାର୍ଚ୍ଚ ୧୨ରେ ଜବରଦଖଲ ଉଚ୍ଛେଦକୁ ନେଇ ଧରିତ୍ରୀ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା। ଏହା ପରେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି। ମାଜିଷ୍ଟ୍ରେଟ ପାୱାରରେ ମନୋରଞ୍ଜନ ସୁନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ତହସିଲଦାର ମହମ୍ମଦରଜା ରସୁଲ ଖାଁ, ବାଉଁଶୁଣୀ ରାଜସ୍ବ ନିରୀକ୍ଷକ ସୁଜିତ ସାହୁ, ଗୁନ୍ଦୁଲିଆ ରାଜସ୍ବ ନିରୀକ୍ଷକ ହମିତ ମଲିକ, ବାଉଁଶୁଣୀ ଥାନା ଅଧିକାରୀ ଅରୁଣ କୁମାର ସିଂହ, ବାଉଁଶୁଣୀ ଓ ମନମୁଣ୍ଡା ପୋଲିସ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ ସମ୍ମୁଖରେ ଥିବା ଜବରଦଖଲ ଘରଗୁଡିକୁ ବୁଲଡୋଜର ସାହାଯ୍ୟରେ ଭଙ୍ଗା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri