Categories: Home Leftଖେଳ

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରତିପକ୍ଷ ଓ୍ବେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ୨୨୪ ରନର ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍‌ରେ ଅଭିଷେକ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ ୨ ହଜାର ରନ୍‌ ପୁରଣ କରିଛନ୍ତି। ଏଥିସହିତ ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଛକା ମାରିବାରେ ସେ ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସମ୍ମକକ୍ଷ ହୋଇଛନ୍ତି।

ଭାରତ ଆରମ୍ଭରୁ ସଞ୍ଜୁ ସାମସନଙ୍କ ଉଇକେଟ ହରାଇଥିଲା। ଗତ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ସାମସନ ମାତ୍ର ୩ ରନ କରି ଆଉଟ୍‌ ହୋଇଥିଲେ। ଅଭିଷେକ ଓ ଇଶାନ କିଷନ ବିସ୍ଫୋରକ ବ୍ୟାଟିଂ କରି ଦ୍ୱିତୀୟ ଉଇକେଟରେ ୪୦ ବଲରେ ୧୦୮ ରନ ଯୋଡ଼ିଥିଲେ।

ଏହାପରେ ଦଳ ୨୦ ରନ୍‌ ମଧ୍ୟରେ ୪ ଉଇକେଟ ହରାଇଥିଲା। ଏଥିଯୋଗୁ ୮.୧ ଓଭର ସୁଦ୍ଧା ୨ ଉଇକେଟ ହରାଇ ୧୧୫ ରନ କରିଥିବା ଭାରତ ୧୦.୫ ଓଭର ସୁଦ୍ଧା ୫ ଉଇକେଟ ହରାଇ ୧୩୫ ରନ କରିଥିଲା। ଇଶାନ ୧୮ ବଲରେ ୩୭ (୬ ଚୌକା ଓ ୧ ଛକା) ଓ ଅଭିଷେକ ୩୦ ବଲରେ ୬୯ (୬ ଚୌକା ଓ ୫ ଛକା) ରନ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟାର (୧) ଓ ନମନ ଧିର (୧୦) ଫେଲ ମାରିଥିଲେ। ଏହିଠାରୁ ନୀତୀଶ କୁମାର ରେଡ୍ଡୀ (୨୧ ରନ, ୩ ଚୌକା) ଓ ତିଲକ ବର୍ମା (୨୮ ରନ, ୪ ଚୌକା) ଷଷ୍ଠ ଉଇକେଟରେ ୩୪ ରନ ଯୋଡ଼ି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଶେଷ ଆଡ଼କୁ ଅକ୍ଷର ପେଟଲ ୨୦ (୨ ଚୌକା) ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୨୩ ରନରେ ଅଲଆଉଟ୍‌ ହୋଇଯାଇଥିଲା।

Share