Posted inଜାତୀୟ

ସିଂଘଓ୍ବି ରାମଦେବ ମୁହାଁମୁହିଁ

ନୂଆଦିଲ୍ଲୀ,୨୧।୬: ସାରା ବିଶ୍ୱରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଭାରତର ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍‌ ନିୟମକୁ ନଜରରେ ରଖାଯାଇ ଯୋଗ ଦିବସ ଆୟୋଜିତ କରାଯାଇଛି। ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଓ୍ବିଙ୍କ ଏକ ଟୁଇଟକୁ ନେଇ ଏବେ ବିବାଦ ଦେଖାଦେଇଛି। ଅଭିଷେକ ଯୋଗରେ ଓଁ ଏବଂ ଅଲ୍ଲା ଉଚ୍ଚାରଣକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଯୋଗଗୁରୁ ରାମଦେବ ବାବା ମଧ୍ୟ ତାଙ୍କୁ ପାଲଟା ଜବାବ ଦେଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଅଭିଷେକ ଟୁଇଟ କରି କହିଛନ୍ତି, ଓଁ ଉଚ୍ଚାରଣ ଦ୍ୱାରା ଯୋଗ ଅଧିକ ଶକ୍ତିଶାଳୀ ହେବ ନାହିଁ କି ଅଲ୍ଲା କହିବା ଦ୍ୱାରା ଶକ୍ତି କମ୍‌ ହୋଇଯିବ ନାହିଁ। ତାଙ୍କର ଏଭଳି ଟୁଇଟକୁ ନେଇ ବାବା ରାମଦେବ ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି, ‘ଇଶ୍ୱର-ଅଲ୍ଲା ତେରେ ନାମ, ସବକୋ ସନ୍‌ମ୍ମତି ଦେ ଭଗବାନ’। ଅଲ୍ଲା, ଭଗବାନ, ଓ ଖୁଦା ସବୁ ଏକ। ତେଣୁ ଓଁ ଉଚ୍ଚାରଣ କରିବାରେ ସମସ୍ୟା କ’ଣ ବୋଲି ରାମଦେବ କହିଛନ୍ତି। ଏଥିସହ ସେ କହିଛନ୍ତି, କାହାକୁ ଖୁଦା କହିବାକୁ ମନା କରିଯାଇନାହିଁ। ହେଲେ ସମସ୍ତଙ୍କୁ ଯୋଗ କରିବା ଉଚିତ୍‌, ଏହାପରେ ସମସ୍ତଙ୍କୁ ସମାନ ଭଗବାନ ଦେଖାଯିବ ବୋଲି ବାବା ରାମଦେବ କହିଛନ୍ତି। ଅନ୍ୟପଟେ ସିଂଘଓ୍ବିଙ୍କ ଏହି ଟୁଇଟ ଉପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଏଭଳି ଅବସରରେ କାହିଁକି କଂଗ୍ର୍ରେସ ନେତାମାନେ ରାଜନୀତି କରନ୍ତି ଏବଂ ଏଭଳି ବୟାନ ଦିଅନ୍ତି ଜଣାନାହିଁ। କରୋନା ବିରୋଧରେ ଲଢ଼େଇରେ ଯୋଗ ଓ ଟିକା ଏକପ୍ରକାର ସଞ୍ଜୀବନି କୁହାଯାଉଥିବା ବେଳେ ସାରା ବିଶ୍ୱରେ ଯୋଗ ପାଇଁ ଆମ ଦେଶ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri