ଦିଗପହଣ୍ଡି,୨|୫(ଅଶେଷ ନାଥ ମିଶ୍ର) ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ଼ ବାର୍ଷିକ ପରୀକ୍ଷା ଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଥିବା ବେଳେ ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଭିଷେକ ଗୈାଡ ୬୦୦ ରୁ ୫୬୩ ନମ୍ବର ରଖି ଦିଗପହଣ୍ଡି ବ୍ଳକ ଟପ୍ପର ହୋଇଥିବା ଜଣାପଡିଛି । ଚଳିତବର୍ଷ ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନ ୩୫ ଟି ବିଦ୍ୟାଳୟରେ ୨୩୫୧ ଜଣ ଛାତ୍ରୀ ଛାତ୍ର ମାଟ୍ରିକ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୩୨୫ ଜଣ ଛାତ୍ରୀ ଛାତ୍ର ପାସ୍ ହୋଇଥିବା ବେଳେ ୨୬ ଜଣ ଫେଲ୍ ହୋଇଛନ୍ତି । ଏପରିକି ସମଗ୍ର ବ୍ଳକରେ ୧୪ ଜଣ ଏ – ୧ , ୪୬ ଜଣ ଏ -୨ , ୧୮୩ ଜଣ ବି – ୧ , ୩୩୮ ଜଣ ବି-୨ , ୫୬୯ ଜଣ- ସି , ୭୫୬ ଜଣ – ଡି , ୪୨୧ ଜଣ – ଇ ଗ୍ରେଡ ରେ ପାସ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୯ ଜଣ ଏବଂ ପଦ୍ମନାଭପୁର ସ୍ଥିତ ଶ୍ରୀଧାମ ଶିଶୁ ବିଦ୍ୟାମନ୍ଦିର ର ୨ ଜଣ ଏ -୧ ଗ୍ରେଡ ହାସଲ କରିଛନ୍ତି । ଚଳିତବର୍ଷ ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିର ର ୮୮ ଜଣ ଛାତ୍ର ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ । ପରୀକ୍ଷା ଫଳ ଶତ ପ୍ରତିଶତ ରହିଥିବା ଜଣାପଡିଛି । ଦିଗପହଣ୍ଡି ବ୍ଳକରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୮.୦୫ ପ୍ରତିଶତ ରହିଥିବା ବ୍ଲକ ଗୋଷ୍ଠୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।