ଅଭିଷେକଙ୍କ ସହ ୧୮ ବର୍ଷ ପୂର୍ବେ ନିର୍ବନ୍ଧ କରିଥିଲେ କରିସ୍ମା, କେବଳ ମା’ଙ୍କ ଏଭଳିି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ ବର୍ଷ ପରେ ଅମିତାଭଙ୍କ ୬୦ତମ ଜନ୍ମଦିବସ ଉପଲକ୍ଷେ କରିସ୍ମାଙ୍କ ସହ ନିର୍ବନ୍ଧ କରିଥିବା ସେ ଘୋଷଣା କରିଥିଲେ। ଏହାକୁ ନେଇ ବେଶ୍‌ ଖୁସିଥିବା କରିସ୍ମା ମଧ୍ୟ କହିଥିଲେ। ହେଲେ କିଛି ମାସ ପରେ ଏହା ଭାଙ୍ଗି ଯାଇଥିଲା।

ନିର୍ବନ୍ଧ ଭାଙ୍ଗିବା ପରେ ବିଗ୍‌ବି ଏବଂ କରିସ୍ମାଙ୍କ ପରିବାର ପକ୍ଷରୁ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା।ଏ ବିଷୟରେ କେହି କଥା ହୋଇ ନ ଥିଲେ। ମାତ୍ର ନିର୍ବନ୍ଧ ଭାଙ୍ଗିବା ପଛରେ କରିସ୍ମାଙ୍କ ମା’ ବବିତାଙ୍କ ହାତ ଥିବା କୁହାଯାଇଥିଲା।

ବବିତା ସ୍ବାମୀ ରଣଧୀର କପୁରଙ୍କଠାରୁ ଅଲଗା ହେବା ପରେ ଏକାକି ଦୁଇଝିଅ କରିସ୍ମା ଓ କରିନାଙ୍କ ଲାଳନପାଳନ କରିଥିଲେ। ଏଣୁ ସେ ଟଙ୍କାର ଗୁରୁତ୍ୱ ବୁଝିଥିଲେ। ତାଙ୍କ ସହ ଯାହା ହୋଇ ଥାଉନା କାହିଁକି ତାଙ୍କ ଝିଅମାନେ କଷ୍ଟରେ ନରୁହନ୍ତୁ ବୋଲି ସେ ଚାହୁଁଥିଲେ। ହେଲେ ଅଭିଷେକଙ୍କୁ ଡେଟ୍‌ କରିବା ସମୟରେ କରିସ୍ମା ଲୋକପ୍ରିୟ ଅଭିନେତ୍ରୀ ଥିଲେ। ହେଲେ ଅଭିଷେକ ନିଜର ପରିଚୟ ତିଆରି କରୁଥିଲେ। ଅପରପକ୍ଷେ ବିଗ୍‌ବିଙ୍କ ପ୍ରଯୋଜନା ସଂସ୍ଥା କ୍ଷତିରେ ଚାଲୁଥିଲା। ଆର୍ଥିକ ପରିସ୍ଥିତି ଠିକ୍‌ ନ ଥିବା କାରଣରୁ ଅମିତାଭ ନିଜ ସମ୍ପତ୍ତିର କିଛି ଅଂଶ କରିସ୍ମାଙ୍କ ନାମରେ କରନ୍ତୁ ବୋଲି ବବିତା ଚାହୁଁଥିଲେ। ହେଲେ ଏପରି କରିବାକୁ ବଚ୍ଚନ ପରିବାର ରାଜି ହୋଇ ନ ଥିଲେ। ଶେଷରେ ସେମାନଙ୍କ ସମ୍ପର୍କ ତୁଟି ଯାଇଥିଲା। ଏହାର ଚାରି ବର୍ଷ ପରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କୁ ପ୍ରେମ ବିବାହ କରିଥିଲେ। ଏବେ ଉଭୟଙ୍କ ଏକ ଝିଅ ରହିଛି। ଆଜି ଅଭିଷେକଙ୍କ ଜନ୍ମଦିନ ଥିବାରୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri