Posted inଖେଳ

ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ, ୨।୭-ଭାରତୀୟ ବଂଶୋଦ୍ଭବ ଆମେରିକାର ଅଭିମନ୍ୟୁ ମିଶ୍ର ବିଶ୍ୱର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ତୃତୀୟ ଗ୍ରାଣ୍ଡମାଷ୍ଟର ନର୍ମ ପୂରଣ ସହ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ନ୍ୟୁ ଜର୍ସିରେ ରହୁଥିବା ୧୨ ବର୍ଷୀୟ ଅଭିମନ୍ୟୁ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ଆବଶ୍ୟକ ୨୫୦୦ ୟେଲୋ ରେଟିଂ ମାଇଲଖୁଣ୍ଟ ମଧ୍ୟ ସ୍ପର୍ଶ କରି ସାରିଛନ୍ତି। ଏ କ୍ଷେତ୍ରରେ ଅଭିମନ୍ୟୁ ରୁଷିଆ ଗ୍ରାଣ୍ଡମାଷ୍ଟର ସର୍ଗି କାର୍ଜାକିନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୬ ଓ୍ବାଲର୍‌ଡ ଚାମ୍ପିୟନ ଚ୍ୟାଲେଞ୍ଜର କାର୍ଜାକିନ୍‌ ୨୦୦୨ ଅଗଷ୍ଟ ୧୨ରେ ୧୨ ବର୍ଷ ୭ ମାସର ହୋଇଥିବାବେଳେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରି ୧୯ ବର୍ଷ ଧରି ରେକର୍ଡର ଅଧିକାରୀ ଥିଲେ। ୨୦୦୯ ଫେବୃୟାରୀ ୫ରେ ଜନ୍ମିତ ଅଭିମନ୍ୟୁ ୧୨ ବର୍ଷ ୪ ମାସ ୨୫ ଦିନର ହୋଇଥିବାବେଳେ ବିଶ୍ୱର ଏହି ସର୍ବୋଚ୍ଚ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ବୁଦାପେଷ୍ଟରେ ଗତ କିଛିମାସ ଧରି ରହିଥିବା ଅଭିମନ୍ୟୁ କ୍ରମାଗତ ଟୁର୍ନାମେଣ୍ଟମାନ ଖେଳି ଗ୍ରାଣ୍ଡମାଷ୍ଟର ହେବାରେ ରେକର୍ଡ କରିଛନ୍ତି।
ପାଖାପାଖି ୨୦ ବର୍ଷର ରେକର୍ଡ ଭାଙ୍ଗିଥିବାରୁ ସାମାନ୍ୟ ଦୁଃଖିତ ହୋଇଥିଲେ ହେଁ ଅଭିମନ୍ୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କାର୍ଜାକିନ୍‌। ରେକର୍ଡ ଦିନେ ନା ଦିନେ ଭାଙ୍ଗିବ ବୋଲି ଜାଣିଥିଲି। ତେବେ ଶୀଘ୍ର ହେଉ କି ବିଳମ୍ବରେ କେହି ଜଣେ ଭାରତୀୟ ଏହି ରେକର୍ଡ ଭାଙ୍ଗିବ ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା। ହେଲେ ଶୀଘ୍ର ଏହି ରେକର୍ଡ ଭାଙ୍ଗି ନ ଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଅଭିମନ୍ୟୁଙ୍କ କ୍ୟାରିୟର ଏବେ ଆରମ୍ଭ ମାତ୍ର, ଆଗକୁ ସେ ଜଣେ ଶ୍ରେଷ୍ଠ ଚେସ୍‌ ଖେଳାଳି ହୋଇ ବାହାରିବା ନେଇ ଆଶା କରୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କାର୍ଜାକିନ।
ଅଭିମନ୍ୟୁ ୧୩ ଥର ବିଶ୍ୱ ଚେସ୍‌ ଚାମ୍ପିୟନ ଗ୍ରାଣ୍ଡମାଷ୍ଟର ଗ୍ୟାରୀ କାସ୍ପାରୋଭଙ୍କଠାରୁ ଟ୍ରେନିଂ ନେଉଥିଲେ। ଚେସ୍‌ ଡଟ୍‌ କମ୍‌ ରିପୋର୍ଟ ଅନୁସାରେ ୨୦୧୯ ନଭେମ୍ବରରେ ୧୦ ବର୍ଷ ୯ ମାସ ୩ ଦିନର ହୋଇଥିବାବେଳେ ଅଭିମନ୍ୟୁ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଥିଲେ। ଏହା ମଧ୍ୟ ଏକ ରେକର୍ଡ ଥିଲା। ଅଭିମନ୍ୟୁଙ୍କ କୋଚ୍‌ ଗ୍ରାଣ୍ଡମାଷ୍ଟର ଅରୁଣ ପ୍ରସାଦ ମଧ୍ୟ ନିଜ ପ୍ରିୟ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଠିନ ପରିଶ୍ରମ କରୁଥିବାରୁ ଅଭିମନ୍ୟୁ ଏହି ସଫଳତାର ହକ୍‌ଦାର ଥିଲେ। ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିବା ପଛରେ ତାଙ୍କ ବାପାଙ୍କ ଅବଦାନ କିଛି କମ୍‌ ନୁହେଁ। ସେ ଏଥିପାଇଁ ଅନେକ କିଛି ତ୍ୟାଗ କରିଛନ୍ତି। ବ୍ୟକ୍ତିଗତଭାବେ ଏହା ମୋ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି ଅରୁଣ ପ୍ରସାଦ କହିଛନ୍ତି। ଚେସ୍‌ ଇତିହାସ ଦେଖିବାକୁ ଗଲେ କେବଳ ୫ ଜଣ ଖେଳାଳି ନିଜ ୧୩ତମ ଜନ୍ମଦିନ ପାଳିବା ପୂର୍ବରୁ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଛନ୍ତି। ଗ୍ରାଣ୍ଡମାଷ୍ଟର ଗୁକେଶ ଡି. ମଧ୍ୟ କାର୍ଜାକିନ୍‌ଙ୍କ ରେକର୍ଡ ଭାଙ୍ଗିବାର ନିକଟତର ହୋଇଥିଲେ। ସେ ୧୨ ବର୍ଷ ୭ ମାସ ୧୭ ଦିନର ହୋଇଥିବାବେଳେ ଏହି ସଫଳତା ପାଇଥିଲେ। ଯାହାକି କାର୍ଜାକିନଙ୍କ ରେକର୍ଡଠାରୁ ସେ ୧୭ ଦିନ ଅଧିକ ସମୟ ନେଇଥିଲେ।
ଚେସ୍‌ ସବୁ ବୟସ ବର୍ଗର ବ୍ୟକ୍ତିଙ୍କର ଖେଳ ବୋଲି ପ୍ରମାଣିତ ହୋଇଛି। ଚେସ୍‌ ଡଟ୍‌ କମ୍‌ ଅନୁସାରେ ଭେନିଜୁଏଲାର ଜଣେ ୮୮ ବର୍ଷୀୟ ଖେଳାଳି ନିକଟରେ ଫିଡେ ମାଷ୍ଟର ଟାଇଟଲ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?