Posted inଖେଳ

ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ, ୨।୭-ଭାରତୀୟ ବଂଶୋଦ୍ଭବ ଆମେରିକାର ଅଭିମନ୍ୟୁ ମିଶ୍ର ବିଶ୍ୱର ସର୍ବକନିଷ୍ଠ ଚେସ୍‌ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ତୃତୀୟ ଗ୍ରାଣ୍ଡମାଷ୍ଟର ନର୍ମ ପୂରଣ ସହ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ନ୍ୟୁ ଜର୍ସିରେ ରହୁଥିବା ୧୨ ବର୍ଷୀୟ ଅଭିମନ୍ୟୁ ଗ୍ରାଣ୍ଡମାଷ୍ଟର ଟାଇଟଲ ପାଇଁ ଆବଶ୍ୟକ ୨୫୦୦ ୟେଲୋ ରେଟିଂ ମାଇଲଖୁଣ୍ଟ ମଧ୍ୟ ସ୍ପର୍ଶ କରି ସାରିଛନ୍ତି। ଏ କ୍ଷେତ୍ରରେ ଅଭିମନ୍ୟୁ ରୁଷିଆ ଗ୍ରାଣ୍ଡମାଷ୍ଟର ସର୍ଗି କାର୍ଜାକିନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୬ ଓ୍ବାଲର୍‌ଡ ଚାମ୍ପିୟନ ଚ୍ୟାଲେଞ୍ଜର କାର୍ଜାକିନ୍‌ ୨୦୦୨ ଅଗଷ୍ଟ ୧୨ରେ ୧୨ ବର୍ଷ ୭ ମାସର ହୋଇଥିବାବେଳେ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରି ୧୯ ବର୍ଷ ଧରି ରେକର୍ଡର ଅଧିକାରୀ ଥିଲେ। ୨୦୦୯ ଫେବୃୟାରୀ ୫ରେ ଜନ୍ମିତ ଅଭିମନ୍ୟୁ ୧୨ ବର୍ଷ ୪ ମାସ ୨୫ ଦିନର ହୋଇଥିବାବେଳେ ବିଶ୍ୱର ଏହି ସର୍ବୋଚ୍ଚ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ବୁଦାପେଷ୍ଟରେ ଗତ କିଛିମାସ ଧରି ରହିଥିବା ଅଭିମନ୍ୟୁ କ୍ରମାଗତ ଟୁର୍ନାମେଣ୍ଟମାନ ଖେଳି ଗ୍ରାଣ୍ଡମାଷ୍ଟର ହେବାରେ ରେକର୍ଡ କରିଛନ୍ତି।
ପାଖାପାଖି ୨୦ ବର୍ଷର ରେକର୍ଡ ଭାଙ୍ଗିଥିବାରୁ ସାମାନ୍ୟ ଦୁଃଖିତ ହୋଇଥିଲେ ହେଁ ଅଭିମନ୍ୟୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କାର୍ଜାକିନ୍‌। ରେକର୍ଡ ଦିନେ ନା ଦିନେ ଭାଙ୍ଗିବ ବୋଲି ଜାଣିଥିଲି। ତେବେ ଶୀଘ୍ର ହେଉ କି ବିଳମ୍ବରେ କେହି ଜଣେ ଭାରତୀୟ ଏହି ରେକର୍ଡ ଭାଙ୍ଗିବ ବୋଲି ମୋର ଦୃଢ଼ ବିଶ୍ୱାସ ଥିଲା। ହେଲେ ଶୀଘ୍ର ଏହି ରେକର୍ଡ ଭାଙ୍ଗି ନ ଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ଅଭିମନ୍ୟୁଙ୍କ କ୍ୟାରିୟର ଏବେ ଆରମ୍ଭ ମାତ୍ର, ଆଗକୁ ସେ ଜଣେ ଶ୍ରେଷ୍ଠ ଚେସ୍‌ ଖେଳାଳି ହୋଇ ବାହାରିବା ନେଇ ଆଶା କରୁଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କାର୍ଜାକିନ।
ଅଭିମନ୍ୟୁ ୧୩ ଥର ବିଶ୍ୱ ଚେସ୍‌ ଚାମ୍ପିୟନ ଗ୍ରାଣ୍ଡମାଷ୍ଟର ଗ୍ୟାରୀ କାସ୍ପାରୋଭଙ୍କଠାରୁ ଟ୍ରେନିଂ ନେଉଥିଲେ। ଚେସ୍‌ ଡଟ୍‌ କମ୍‌ ରିପୋର୍ଟ ଅନୁସାରେ ୨୦୧୯ ନଭେମ୍ବରରେ ୧୦ ବର୍ଷ ୯ ମାସ ୩ ଦିନର ହୋଇଥିବାବେଳେ ଅଭିମନ୍ୟୁ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଥିଲେ। ଏହା ମଧ୍ୟ ଏକ ରେକର୍ଡ ଥିଲା। ଅଭିମନ୍ୟୁଙ୍କ କୋଚ୍‌ ଗ୍ରାଣ୍ଡମାଷ୍ଟର ଅରୁଣ ପ୍ରସାଦ ମଧ୍ୟ ନିଜ ପ୍ରିୟ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କଠିନ ପରିଶ୍ରମ କରୁଥିବାରୁ ଅଭିମନ୍ୟୁ ଏହି ସଫଳତାର ହକ୍‌ଦାର ଥିଲେ। ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିବା ପଛରେ ତାଙ୍କ ବାପାଙ୍କ ଅବଦାନ କିଛି କମ୍‌ ନୁହେଁ। ସେ ଏଥିପାଇଁ ଅନେକ କିଛି ତ୍ୟାଗ କରିଛନ୍ତି। ବ୍ୟକ୍ତିଗତଭାବେ ଏହା ମୋ ପାଇଁ ସବୁଠାରୁ ବଡ଼ ସଫଳତା ବୋଲି ଅରୁଣ ପ୍ରସାଦ କହିଛନ୍ତି। ଚେସ୍‌ ଇତିହାସ ଦେଖିବାକୁ ଗଲେ କେବଳ ୫ ଜଣ ଖେଳାଳି ନିଜ ୧୩ତମ ଜନ୍ମଦିନ ପାଳିବା ପୂର୍ବରୁ ଗ୍ରାଣ୍ଡମାଷ୍ଟର ଟାଇଟଲ ହାସଲ କରିଛନ୍ତି। ଗ୍ରାଣ୍ଡମାଷ୍ଟର ଗୁକେଶ ଡି. ମଧ୍ୟ କାର୍ଜାକିନ୍‌ଙ୍କ ରେକର୍ଡ ଭାଙ୍ଗିବାର ନିକଟତର ହୋଇଥିଲେ। ସେ ୧୨ ବର୍ଷ ୭ ମାସ ୧୭ ଦିନର ହୋଇଥିବାବେଳେ ଏହି ସଫଳତା ପାଇଥିଲେ। ଯାହାକି କାର୍ଜାକିନଙ୍କ ରେକର୍ଡଠାରୁ ସେ ୧୭ ଦିନ ଅଧିକ ସମୟ ନେଇଥିଲେ।
ଚେସ୍‌ ସବୁ ବୟସ ବର୍ଗର ବ୍ୟକ୍ତିଙ୍କର ଖେଳ ବୋଲି ପ୍ରମାଣିତ ହୋଇଛି। ଚେସ୍‌ ଡଟ୍‌ କମ୍‌ ଅନୁସାରେ ଭେନିଜୁଏଲାର ଜଣେ ୮୮ ବର୍ଷୀୟ ଖେଳାଳି ନିକଟରେ ଫିଡେ ମାଷ୍ଟର ଟାଇଟଲ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା : ଭାରତରୁ ଏକମାତ୍ର ଅନୁପମା

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ...

ଓ୍ବାସିମ ଜାଫରଙ୍କୁ ନୂଆ ଦାୟିତ୍ୱ

କୋଲକାତା/ମୁମ୍ବାଇ, ୧୭|୫ (ପି.ଟି.)- ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବିି) ପୂର୍ବତନ ଭାରତୀୟ ଓପନର ଓ୍ବାସିମ୍‌ ଜାଫରଙ୍କୁ ମୀରପୁରସ୍ଥିତ ଏହାର ଏକାଡେମୀରେ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛି।...

ଫୁଟ୍‌ବଲ ପ୍ରତିଭାର ବିକାଶ ପାଇଁ ଅଭିନବ ଉଦ୍ୟମ

ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)- ରାଜ୍ୟରେ ଫୁଟ୍‌ବଲର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସିଥିବା ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏଶନ ପକ୍ଷରୁ ଏବେ ଆଉ ଏକ...

ସୁଚିନ୍ତିତ ଭାବେ କାଶିଲେ ରେଡ୍‌କାର୍ଡ

ଜୁରିଚ୍‌, ୫।୮(ଏପି)- ଜଣେ ଫୁଟବଲ ଖେଳାଳି ଯଦି ସୁଚିନ୍ତିତଭାବେ ଅନ୍ୟ ଜଣେ ଖେଳାଳିର ନିକଟତର ହେବାପରେ କାଶିବେ ତେବେ ମ୍ୟାଚ ଅଫିସିଆଲ ତାଙ୍କୁ ରେଡ୍‌ କାର୍ଡ...

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ,୬।୯: ବର୍ତ୍ତମାନ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌କୁ ଏକ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ...

ଓଡ଼ିଶା ଦଳ ଘୋଷଣା

ଭୁବନେଶ୍ୱର, ୩।୧ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁଠାରେ ଚଳିତମାସ ୯ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଦୃଷ୍ଟିବାଧିତ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ସୋମବାର ଓଡ଼ିଶା...

ଏହି ପ୍ରଶ୍ନର ଉତ୍ତର ମୋଦିଙ୍କୁ ପଚାରିବାକୁ କହିଲେ ଗାଙ୍ଗୁଲି

କୋଲକାତା,୧୭।୧୦: ଭାରତୀୟ ଦଳର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଯାଇଛି। ଏତେ ବଡ ପଦରେ ବସିବା...

ମଜା ଉଡାଇଲେ ରମିଜ: କହିଲେ‘ ବିଲିୟନ ଡଲାର ରୋଜଗାର କରୁଥିବା ଟିମ୍‌ ପଛରେ ରହିଲେ, ଆମେ ଫାଇନାଲରେ…’

ମେଲବୋର୍ନ,୧୧।୧୧: ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ୧୦ ଉଇକେଟରେ ପରାଜିତ ହୋଇ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି। ଏହି...

Advertisement
Archives

Model This Week