Categories: ଖେଳ

ଏଏଫ୍‌ସି ଉନ୍ନୟନ କମିଟିରେ ଅଭିଜିତ

ଭୁବନେଶ୍ୱର, ୨୧।୬ (ତପନ ସ୍ବାଇଁ): ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) କାର୍ଯ୍ୟକାରିଣୀ ସଦସ୍ୟ ତଥା ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଯୁଗ୍ମ ସମ୍ପାଦକ ଅଭିଜିତ ପଲ୍‌ ଏଏଫ୍‌ସି (ଏସିଆନ ଫୁଟବଲ କନ୍‌ଫେଡେରେଶନ) ଉନ୍ନୟନ କମିଟିରେ ସ୍ଥାନ ପାଇଛନ୍ତି। ଓଡ଼ିଶାର ପ୍ରଥମ ବ୍ୟକ୍ତି ଭାବେ ସେ ଏହି ଗୌରବଲାଭ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ରହିବ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଅଭିଜିତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share