ନୂଆଦିଲ୍ଲୀ,୨୦।୭: ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚ ଜାରି ରହିଛି। ଏହି ସମୟରେ ସଂସଦ ଭବନର ସୁରକ୍ଷା ବଢ଼ାଇ ଦିଆଯାଇଛି। ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି। କିଛି ପ୍ରଦର୍ଶନକାରୀ ଛାତ୍ରଙ୍କୁ ଅଟକ ରଖାଯାଇଛି। ପୋଲିସ କର୍ତ୍ତବ୍ୟ ପଥରେ ବ୍ୟାରିକେଡିଂ କରିଛି। ପ୍ରଦର୍ଶନକାରୀଙ୍କୁ ଆଗକୁ ବଢ଼ିବାରୁ ପୋଲିସ ଅଟକାଇ ଦେଇଛି। କନଷ୍ଟିଚ୍ୟୁସନ କ୍ଲବ ନିକଟରେ କକରୋଚ ଜନତା ପାର୍ଟିର ପ୍ରଦର୍ଶନରେ ସାମିଲ ଥିବା ଲୋକଙ୍କୁ ଘଉଡ଼ାଇବା ପାଇଁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଲାଠିଚାର୍ଜ କରାଯାଇଛି। ସିଜେପି ସଦସ୍ୟ ସୌରଭ ଦାସ ଦାବି କରିଛନ୍ତି ଯେ ଅଭିଜିତ ଦିପକେଙ୍କୁ ପୋଲିସ ଅଟକ ରଖିଛି, କିନ୍ତୁ ପୋଲିସ ସୂତ୍ରରୁ କୁହାଯାଇଛି ଯେ ସେ ଅଟକରେ ନାହାଁନ୍ତି।
କକରୋଚ ଜନତା ପାର୍ଟି ପ୍ରଦର୍ଶନର ୧୦ଟି ବଡ଼ କଥା:
-ସୌରଭ ଦାସ ଦାବି କରିଛନ୍ତି ଯେ ଜେପି ନଡ୍ଡାଙ୍କ ସହ ତାଙ୍କର ସାକ୍ଷାତ ହୋଇଛି ଏବଂ ଏହା ୧୦ ମିନିଟ ଧରି ଚାଲିଥିଲା।
-ସିଜେପିର ବିରୋଧ ମାର୍ଚ୍ଚ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିନ ସ୍ବରାଷ୍ଟଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି।
-ପ୍ରଦର୍ଶନକାରୀମାନେ ସଂସଦ ଭବନ ନିକଟରେ ପହଞ୍ଚି ଯାଇଛନ୍ତି।
-ସଂସଦ ଭବନର ସୁରକ୍ଷା ବୃଦ୍ଧି କରାଯାଇଛି।
-ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଅଶ୍ରୁଗ୍ୟାସ ପ୍ରୟୋଗ କରିଛି।
-ବହୁ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି।
-ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ ମଧ୍ୟ କରିଛି।
-ପ୍ରଦର୍ଶନକାରୀଙ୍କୁ ପୋଲିସ ଆଗକୁ ବଢ଼ିବାରୁ ଅଟକାଇଛି।
-ପୋଲିସ ଅନେକ ଛାତ୍ରଙ୍କୁ ଅଟକ ରଖିଛି।
-କିଛି ପ୍ରଦର୍ଶନକାରୀ ଦିଲ୍ଲୀ ପୋଲିସର ଗାଡ଼ି ଉପରକୁ ଚଢ଼ି ଯାଇଥିଲେ।
ସୋମବାର ଗୁଜରାଟର ବିଭିନ୍ନ ସହରରେ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅଧିକାରୀମାନେ ଜଣାଇଛନ୍ତି ଯେ ଅହମ୍ମଦାବାଦର ‘ଲ’ ଗାର୍ଡେନ’ରେ ଏକତ୍ରିତ ହୋଇଥିବା କିଛି ଲୋକଙ୍କୁ ପୋଲିସ ଅଟକ ରଖିଛି, କାରଣ ସେମାନଙ୍କ ପାଖରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଅନୁମତି ନଥିଲା। ସୁରଟ, ଜୁନାଗଡ଼ ଏବଂ ଭାବନଗର ସମେତ ଅନ୍ୟ ସହରରେ ମଧ୍ୟ ପ୍ରଦର୍ଶନ ହୋଇଛି। ଏହି ସମୟରେ ବିକ୍ଷୋଭକାରୀମାନେ କେନ୍ଦ୍ର ସରକାର ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜି କରିଥିଲେ। ସେମାନେ CJP ସମର୍ଥିତ ଟି-ସାର୍ଟ ପିନ୍ଧିଥିଲେ ଏବଂ ୱାଙ୍ଗଚୁକ ଓ ତାଙ୍କ ଅନଶନକୁ ସମର୍ଥନ ଜଣାଇ ବ୍ୟାନର ଧରି ପ୍ରଦର୍ଶନ କରୁଥିଲେ।