ମ୍ୟାଲେରିଆର ଏବିସିଡି

ଶ୍ୱ ମ୍ୟାଲେରିଆ ଦିବସ। ଏପ୍ରିଲ ୨୫ରେ ପାଳିତ ହେଉଥିବା ଏହି ଦିବସ ଲାଗି ଚଳିତ ବର୍ଷର ବାର୍ତ୍ତା ରହିଛି ‘ଶୂନ୍ୟ ମ୍ୟାଲେରିଆ, ମୋଠାରୁ ଆରମ୍ଭ।’ ଅର୍ଥାତ୍‌ ଆସନ୍ତା ୨୦୩୦ ବେଳକୁ ସମଗ୍ର ବିଶ୍ୱରୁ ମ୍ୟାଲେରିଆକୁ ୯୫% ହ୍ରାସ କରିବା ବା ସମ୍ପୂର୍ଣ୍ଣ ନିରାକରଣ କରିବା।

୫ ପ୍ରକାର ମ୍ୟାଲେରିଆ ପରଜୀବୀ ଥିଲେ ମଧ୍ୟ କେବଳ ୨ଟି ପ୍ରମୁଖ ଅର୍ଥାତ୍‌ ପ୍ଲାଜୋମୋଡିଅମ୍‌ ଫଲ୍‌ସି ପାରମ ଓ ପ୍ଲାଜୋମୋଡିଅମ୍‌ ଭିଭାକ୍ସ ହିଁ ମ୍ୟାଲେରିଆ କରିଥାଏ। ଫଲ୍‌ସି ପାରମ୍‌ ମ୍ୟାଲେରିଆ ପ୍ରାଣଘାତକ ଅଟେ। ମ୍ୟାଲେରିଆର ବାହକ ମଶା ଆନୋଫିଲିସ୍‌ର ୪୦୦ ପ୍ରଜାତିରୁ ମାତ୍ର ୩୦ ପ୍ରକାର ପ୍ରଜାତି ମ୍ୟାଲେରିଆର ବାହକ ଅଟନ୍ତି। ମ୍ୟାଲେରିଆ ରୋଗୀଠାରୁ ମଶା ଓ ମଶାଠାରୁ ସୁସ୍ଥ ଲୋକକୁ ବ୍ୟାପିଥାଏ। ତେବେ ମ୍ୟାଲେରିଆରେ ଆକ୍ରାନ୍ତଙ୍କ ମଧ୍ୟରୁ ୬୭% ହେଉଛନ୍ତି ୫ ବର୍ଷରୁ କମ୍‌ ବୟସ୍କ ପିଲା। ଅର୍ଥାତ୍‌ ୨୦୧୯ରେ ପୃଥିବୀରେ ୨ଲକ୍ଷ ୭୪ହଜାର ସଂଖ୍ୟକ ୫ ବର୍ଷରୁ କମ୍‌ ବୟସ୍କ ପିଲା ଏହାଦ୍ୱାରା ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ ଶିଶୁ, ୫ ବର୍ଷରୁ କମ୍‌ ବୟସ୍କ, ଗର୍ଭବତୀ ମା’, ଏଚ୍‌ଆଇଭି/ଏଡ୍‌ସ ବ୍ୟକ୍ତି ଓ ବାହାରୁ ଆସୁଥିବା ରୋଗ ପ୍ରତିରୋଧକ ଶକ୍ତିହୀନ ବ୍ୟକ୍ତିବିଶେଷ।

ଏବିସିଡି-

ଏ: ଆଓ୍ବାରନେସ୍‌: ମ୍ୟାଲେରିଆର ଭୟାବହତା ଓ କିପରି ମ୍ୟାଲେରିଆରୁ ରକ୍ଷା ପାଇବା ତା’ର ସଚେତନତା।

ବି: ବିଟୋ ପ୍ରିଭେନଶନ: ମଶା କାମୁଡ଼ାରୁ ରକ୍ଷା( ମଶା ରିପେଲାଣ୍ଟ, ଗ୍ୟାସ୍‌ବତୀ, କେମିକାଲ। – ଅନ୍ଧାରରେ ଶରୀରକୁ ଆବୃତ କରିରଖିବା- ପୂରାଶାର୍ଟ, ଲମ୍ବା ପ୍ୟାଣ୍ଟ, ସକ୍ସ ଓ ଜୋତା।- ଔଷଧଯୁକ୍ତ ମଶାରି ବ୍ୟବହାର। – ମଶା ମାରିବା ସ୍ପ୍ରେ, ଧୂଅଁା, ଡିଡିଟି ଇତ୍ୟାଦି। – ମଶାନାଶକ କେମିକାଲ୍‌ଯୁକ୍ତ ପୋଷାକ।)

ସି:କେମୋପ୍ରୋଫାଇଲାକ୍ସିସ: ଔଷଧ ଅର୍ଥାତ୍‌ ACT, ଏହା RDK କିମ୍ବା ରକ୍ତ କାଚ ପରୀକ୍ଷା ପରେ ଦେଇହବ।

ଡି: ଡାୟାଗ୍ରସ: ଜଲ୍‌ଦି ନିର୍ଣ୍ଣୟ ଚିକିତ୍ସା। RDK କିମ୍ବା ମାଇକ୍ରୋସ୍କୋପିରେ ନିର୍ଣ୍ଣୟ କରିହୁଏ। ତା’ପରେ ACT ଚିକିତ୍ସା, ଦରକାର ହେଲେ ଡାକ୍ତରଖାନାରେ ରହି ଚିକିତ୍ସା।

ଉଲ୍ଲେଖନୀୟ ଯେ, ମ୍ୟାଲେରିଆ କ୍ରମଶଃ ହ୍ରାସ ପାଉଛି । ଏବେ ୬ଟି ଦେଶରୁ ବୃଦ୍ଧି ପାଇ ୨୦ଟି ଦେଶରେ ମ୍ୟାଲେରିଆ ଆଉ ନାହିଁ। ୨୦୦୦ରୁ ୨୦୧୯ ମଧ୍ୟରେ ମ୍ୟାଲେରିଆ ୭୨% ଓ ମ୍ୟାଲେରିଆଜନିତ ମୃତ୍ୟୁ ୭୪% କମିଛି। ୨୦୨୦ରେ ୧ ଲକ୍ଷ ୫୭ ହଜାର ମ୍ୟାଲେରିଆ ମାମଲା ହୋଇଛି। କେବଳ ୨୦୧୮ରୁ ୨୦୧୯ ମଧ୍ୟରେ ଏହା ୧୮% ହ୍ରାସ ପାଇଛି। ୨୦୧୨ ଠାରୁ ଭାରତର Annual Parasito Index ବାର୍ଷିକ ପରଜୀବୀ ୧ରୁ କମ୍‌ ରହିଛି।

ଆମ ଦେଶରେ ୨୦୦୦ ମସିହାରେ ୨୦ ଲକ୍ଷ ୩୨ ହଜାର ମ୍ୟାଲେରିଆ ରୋଗୀଙ୍କ ମଧ୍ୟରୁ ୯୩୨ ମୃତ୍ୟୁ ହୋଇଥିବାବେଳେ ୨୦୧୯ ବେଳକୁ ଏହା ୩ଲକ୍ଷ ୩୯ ହଜାର ଓ ୭୭ ମୃତ୍ୟୁ ସଂଖ୍ୟାକୁ ଖସିଆସିଥିଲା। ଆମ ଦେଶ MDGର ୬ ନମ୍ବର ଲକ୍ଷ୍ୟକୁ ହାସଲ କରିଛି।

ଆମ ରାଜ୍ୟରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ‘Daman ’ଦ୍ୱାରା ମ୍ୟାଲେରିଆକୁ ନିୟନ୍ତ୍ରଣକୁ ଅଣାଯାଇପାରିଛି। ଏହା ସାରା ବିଶ୍ୱକୁ ବାଟ ଦେଖାଇଛି। ୭୦୦୦ ଦୁର୍ଗମ ଗ୍ରାମରେ ପ୍ରାୟ ୧୦ଲକ୍ଷ ବନବାସୀଙ୍କ ପାଇଁ ଏହା ଜୀବନରକ୍ଷକ ହୋଇପାରିଛି। ତେବେ ଯାହା ଲାଗୁଥିଲା ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରିବ ନାହିଁ, ତାହା ଏବେ ହାସଲ କରାଯାଇପାରିବ। ରୋଗୀ ସଂଖ୍ୟା ଶୂନ ହୋଇଗଲେ, ମ୍ୟାଲେରିଆ ନିର୍ମୂଳ ହେବ। ରୋଗୀସଂଖ୍ୟା ଶୂନ ହେବ ସେତେବେଳେ ଯେତେବେଳେ ସମସ୍ତେ ମଶାରି ବ୍ୟବହାର କରିବେ।
-ଡା. ରାମଚନ୍ଦ୍ର ରାଉତ,
ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri