ଅବହେଳିତ ପୁରାତନ ମଠ, ମନ୍ଦିର

ବୈଶିଙ୍ଗା,୨୧ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ତହସିଲ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ଆଗ୍ରିଆ ପଞ୍ଚାୟତର ଛୁରୁଣୀ ଗ୍ରାମରେ ଥିବା ପୁରାତନ ଅମରା ମଠ ଏବଂ ଶ୍ରୀନୃସିଂହନାଥ ଜୀଉଙ୍କ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଦେବୋତ୍ତର ବିଭାଗର ଅବହେଳାରୁ ଏହି ମଠ ଓ ମନ୍ଦିର ମାଟିରେ ମିଶିବାକୁ ବସିଛି।
ଗଡ଼ଜାତ ରାଜ୍ୟର ଭଞ୍ଜବଂଶୀୟ ରାଜାମାନଙ୍କ ଶାସନ କାଳରେ ପ୍ରାୟ ୩୦୦ ବର୍ଷ ତଳେ ସ୍ଥାପିତ ଏହି ମନ୍ଦିର ସହିତ ଅଞ୍ଚଳବାସୀଙ୍କ ପ୍ରଗାଢ଼ ଭକ୍ତି , ବିଶ୍ୱାସ ଓ ଆସ୍ଥା ଜଡ଼ିତ ଥିଲା। ୧୯୪୯ରେ ଗଡ଼ଜାତ ରାଜ୍ୟର ଓଡ଼ିଶା ସହିତ ମିଶ୍ରଣ ପରେ ମନ୍ଦିର ଓ ମଠର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ଅଧୀନକୁ ଆସିଲା। ୪୫ ଏକରରୁ ଊଦ୍ଧର୍‌ବ ଜମି ଚିହ୍ନଟ କରାଯାଇ ବିଭିନ୍ନ ଚାଷୀମାନଙ୍କୁ ଭାଗ ସୂତ୍ରରେ ଆବଣ୍ଟନ କରାଗଲା। ଚୁକ୍ତି ଅନୁସାରେ ଚାଷୀମାନେ ସେମାନଙ୍କ ଜମିର ରାଜସ୍ବ ବର୍ଷର ପ୍ରାରମ୍ଭରେ ନିଯୁକ୍ତ ଟ୍ରଷ୍ଟ ନିକଟରେ ପଇଠ କରୁଥିଲେ। ତେବେ ୧୯୯୯ରେ ଶେଷ ମୁଖ୍ୟ ଟ୍ରଷ୍ଟି ଶ୍ୟାମସୁନ୍ଦର ଖଟୁଆଙ୍କ ମୃତ୍ୟୁର କିଛି ବର୍ଷ ମଧ୍ୟରେ ଅନ୍ୟ ୪ଜଣ ଟ୍ରଷ୍ଟିଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହା ପରଠାରୁ ଦେବୋତ୍ତର ବିଭାଗର ଅବହେଳା ଯୋଗୁ ଅଦ୍ୟାବଧି ନୂତନ ଟ୍ରଷ୍ଟି ମୁତୟନ ହୋଇ ପାରିନାହାନ୍ତି। ତେବେ ଶେଷ ଟ୍ରଷ୍ଟିଙ୍କ ମୃତ୍ୟୁର କିଛି ବର୍ଷ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ରମାକାନ୍ତ ଗୋଚ୍ଛାୟତ ବେସରକାରୀ ଭାବେ ଅଞ୍ଚଳବାସୀଙ୍କ ଅନୁରୋଧ କ୍ରମେ ମଠ ଓ ମନ୍ଦିର ପରିଚାଳନା ଭାର ଗ୍ରହଣ କରିଥିଲେ। ଅନ୍ୟ ପକ୍ଷରେ ଟ୍ରଷ୍ଟ ବୋର୍ଡ ଗଠନ ହୋଇ ପାରି ନ ଥିବା ଦୁର୍ବଳତାର ସୁଯୋଗ ପାଇ ଭାଗଚାଷୀମାନେ ୧୯୯୯ ପରଠାରୁ ମନ୍ଦିର ଜମି ଜବରଦଖଲରେ ରଖିଥିଲେ ହେଁ ସେ ବାବଦରେ କୌଣସି ରାଜସ୍ବ ଅର୍ଥ ପଇଠ କରୁନାହାନ୍ତି। ଫଳରେ ନୃସିଂହନାଥ ଜୀଉଙ୍କ ଦୈନନ୍ଦିନ ନିତିକାନ୍ତି, ପୂଜା, ଅନ୍ନପ୍ରସାଦ ଲାଗି, ମନ୍ଦିରର ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ମରାମତି ଅଭାବରୁ ନାଟମନ୍ଦିର ଉପରୁ ପାଣି ଗଳୁଛି। କାନ୍ଥ ଫାଟି ଅଁା କଲାଣି।
ଦେବୋତ୍ତର ବିଭାଗର ଦାୟିତ୍ୱହୀନତା ଓ ନିଷ୍କ୍ରିୟତା ଯୋଗୁ ଏଭଳି ଏକ ପୁରାତନ କୀର୍ତ୍ତିରାଜି ଧ୍ବଂସାଭିମୁଖୀ ଅବସ୍ଥାରେ ପହଞ୍ଚତ୍ ଯାଇଛି। ଗ୍ରାମବାସୀଙ୍କ ପକ୍ଷରୁ ସମସ୍ୟା ସମ୍ପର୍କରେ ଆର୍‌ଡିିସି କଟକ ଓ ଦେବୋତ୍ତର ବିଭାଗର ସହକାରୀ କମିଶନରଙ୍କ ନିକଟକୁ ବାରମ୍ବାର ରେଜିଷ୍ଟ୍ରି ଡାକ ଯୋଗେ ଦରଖାସ୍ତ ପଠା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏଣୁ ଜିଲାପାଳ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri