ପରିତ୍ୟକ୍ତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମର ସ୍ମାରକୀ

ଡେରାବିଶ,୧୫ା୮(ବେବର୍ତ୍ତା ଅଜୟ ଦାସ): ସ୍ବାଧୀନତା ଆନ୍ଦୋଳନରେ କେନ୍ଦ୍ରାପଡ଼ା ଜିଲାର ଭୂମିକା ଅବିସ୍ମରଣୀୟ। ସ୍ବାଧୀନତା ସଂଗ୍ରାମରେ ଜିଲାର କୋଣ ଅନୁକୋଣରୁ ସେ ସମୟରେ ବହୁ ଛାତ୍ର ଓ ଯୁବକ ନିଜକୁ ଉତ୍ସର୍ଗକରି ଆନ୍ଦୋଳନର ବାର୍ତ୍ତା ପ୍ରତ୍ୟେକ ପରିବାରରେ ପହଞ୍ଚାଇଥିଲେ। ଜାତିର ପିତା ଗାନ୍ଧିଜୀଙ୍କ ଐତିହାସିକ ପଦଯାତ୍ରା କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କାକତିଆଠାରେ ୧୯୩୪ ମେ ୨୬ରେ ପହଞ୍ଚତ୍ବା ପରେ ଗାନ୍ଧିଜୀଙ୍କୁ ଉଚ୍ଛ୍ବ୍ବସିତ ସମ୍ବର୍ଦ୍ଧନା ଦେବା ସହ ପଦଯାତ୍ରାରେ ବହୁ ସଂଖ୍ୟାରେ ଯୁବକ ସାମିଲ ହୋଇଥିଲେ। ପରେ ବ୍ଲକ ଅଧୀନ ଖମୋଳ ପଞ୍ଚାୟତ ସଲାରୋ ମଠରେ ଗାନ୍ଧିଜୀ ରାତ୍ରିଯାପନ କରିବା ସହ ୨୭ ତାରିଖରେ ସଲାରଠାରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ପରେ ଗାନ୍ଧିଜୀଙ୍କ ପଦଯାତ୍ରା କେନ୍ଦ୍ରାପଡ଼ା ଅଭିମୁଖେ ଯିବା ସହ ଗରାପୁର ଡାକବଙ୍ଗଳାରେ ରାତ୍ରିଯାପନ ପରେ ମେ ୩୦ରେ ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଡ଼ିଆରେ ବିଶାଳ ଜନସମାବେଶକୁ ଗାନ୍ଧିଜୀ ଉଦ୍‌ବୋଧନ ଦେଇଥିଲେ। ଏହି ସ୍ମରଣୀୟ ଦିନ ଭାରତ ସ୍ବାଧୀନତା ଆନ୍ଦୋଳନ ଇତିହାସରେ ଏକ ଫର୍ଦ୍ଦ ହୋଇ ରହିଛି। କାରଣ ଜନସମାବେଶରେ ଉପସ୍ଥିତ ଶତାଧିକ ଯୁବକ ଓ ଛାତ୍ର ନିଜକୁ ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ଇତିମଧ୍ୟରେ ଏହି ଘଟଣାକୁ ୮୯ବର୍ଷ ବିତିଯାଇଥିବା ବେଳେ ସମଗ୍ର ଦେଶରେ ୭୬ତମ ସ୍ବାଧୀନତା ଦିବସ ପାଳନ ହେବାକୁ ଯାଉଛି। ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଓ ଜିଲା ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଥିବା ସ୍ବାଧୀନତା ସଂଗ୍ରାମର ସ୍ମାରକୀ ବାରିମୂଳର ଗାନ୍ଧୀ ସ୍ମୃତିପୀଠଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ସ୍ଥାନୀୟ ଅଞ୍ଚଳବାସୀ, ବୁଦ୍ଧିଜୀବୀ ମହଲରୁ ଜିଲା ପ୍ରଶାସନଠାରୁ ଆରମ୍ଭକରି ମୁଖ୍ୟମନ୍ତ୍ରୀଙ୍କ ଯାଏ ଏହି ପୀଠର ଉନ୍ନତୀକରଣ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ହେଲେ ପୀଠର ଉନ୍ନତୀକରଣ ପାଇଁ ଏଯାଏ କୌଣସି ପ୍ରଶାସନିକ ପଦକ୍ଷେପ ନିଆଯାଇନାହିଁ ବୋଲି ବାରିମୂଳର ପୂର୍ବତନ ସରପଞ୍ଚ ସୁଦ୍ଧଦେବ ବେହେରା କହିଛନ୍ତି। ପ୍ରତ୍ୟେକ ବର୍ଷ ଗାନ୍ଧିଜୀଙ୍କ ସ୍ବନକ୍ଷତ୍ର ଦିବସ ଅକ୍ଟୋବର ୨ ଓ ମହାପ୍ରୟାଣ ଦିବସ ଜାନୁୟାରୀ ୩୦ରେ ଗାନ୍ଧୀ ଫାଉଣ୍ଡେଶନ ଟ୍ରଷ୍ଟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍ସବ ପାଳନ କରାଯାଉଛି। ମାତ୍ର ସରକାରୀ ଯୋଜନା ଏଠାରେ ଅପହଞ୍ଚ ହୋଇଥିବାରୁ ପୀଠର ଉନ୍ନତି ସମ୍ଭବ ହୋଇପାରୁନାହିଁ ବୋଲି ସୁଦ୍ଧଦେବ କହିଛନ୍ତି। ଏଠାରେ ଏକ ଶିଶୁ ଉଦ୍ୟାନ କରାଯିବା ସହ ଗାନ୍ଧୀଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଓ ପୀଠର ବିକାଶ ପାଇଁ ଯୁବନେତା ଦିଲୀପ ଦାସ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଯେଉଁ ବରଗଛ ମୂଳରେ ଗାନ୍ଧିଜୀ ତାଙ୍କର ଓଜସ୍ବିନୀ ଭାଷଣ ଦେଇଥିଲେ ରକ୍ଷଣାବେକ୍ଷଣ ଅଭାବରୁ ଗୋବରୀ ନଦୀର ବନ୍ୟାରେ ତାହା ଉପୁଡ଼ି ଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାପନ କରାଯାଇଥିବା ଏକ ଆବକ୍ଷ ପ୍ରତିମୂର୍ତ୍ତି ଅତୀତର ସେହିଦିନକୁ କେବଳ ଗୁମୁରୁଛନ୍ତି। ଏ ସମ୍ପର୍କରେ ବିଡିଓ ଦାଶରଥି ଜେନାଙ୍କୁ ପଚାରିବାରୁ ଏହି ପୀଠର ଉନ୍ନତୀକରଣ ପାଇଁ ବାରିମୂଳ ସରପଞ୍ଚଙ୍କ ସହ ଆଲୋଚନା କରାଯାଇଛି। ଖୁବ୍‌ଶୀଘ୍ର ସ୍ମୃତିପୀଠର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri