Posted inଖେଳ

ମନ ଭାଙ୍ଗିଦେଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୧୮।୫ : ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟକୁ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। ଏପରିକି ଚଳିତ ବର୍ଷ ଆଇପିଏଲବେଳେ ଦକ୍ଷିଣ ଆଫ୍ରିକାର ମୁଖ୍ୟ କୋଚ୍‌ ମାର୍କ ବାଉଚରଙ୍କ ସହ ଆଲୋଚନା ମଧ୍ୟ ଚାଲିଥିବା ଡି’ ଭିଲର୍ସ ପ୍ରକାଶ କରିଥିଲେ। ହେଲେ ମଙ୍ଗଳବାର କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ କରାଯାଇଥିବା ଘୋଷଣା ପ୍ରଶଂସକଙ୍କ ମନ ଭାଙ୍ଗିଦେଇଛି।

୩୭ ବର୍ଷୀୟ ଭେଟେରାନ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସିଏସ୍‌ଏ ଡିରେକ୍ଟର ଗ୍ରେମ ସ୍ମିଥ। ଇଏସ୍‌ପିଏନ୍‌କ୍ରିକଇନଫୋ ଅନୁଯାୟୀ, ସିଏସ୍‌ଏ ସହ ଡି’ଭିଲର୍ସଙ୍କ ଆଲୋଚନା ଶେଷ ହୋଇଛି। ପୂର୍ବତନ ଅଧିନାୟକ ସନ୍ନ୍ୟାସ ନିଷ୍ପତ୍ତିରୁ ଫେରିବେ ନାହିଁ। ଏ ନେଇ ବିବୃତି ରଖିବା ସହ ବୋର୍ଡ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଟେଷ୍ଟ ଓ ଟି୨୦ ଦଳ ଘୋଷଣା କରାଯାଇଛି।

୨୦୧୮ ମେ’ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ମଧ୍ୟ ଡି’ଭିଲର୍ସଙ୍କ ପ୍ରଦର୍ଶନରେ କୌଣସି ଫରକ ପଡ଼ି ନ ଥିଲା। ୨୦୧୯ ଆଇସିସି ବିଶ୍ୱକପ୍‌ ପୂର୍ବରୁ ତାଙ୍କୁ ସିଏସ୍‌ଏ ପକ୍ଷରୁ ଫେରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏହାକୁ ଅସ୍ବୀକାର କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’

ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ।...

ଦକ୍ଷିଣ ଆଫ୍ରିକା ମହିଳା ଦଳରେ ୩ ସଦସ୍ୟ କରୋନା ପଜିଟିଭ୍‌

ଜୋହାନ୍ସବର୍ଗ,୨୫।୭(ପି.ଟି.): ଇଂଲଣ୍ଡ ଗସ୍ତ ପାଇଁ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବାକୁ ଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୩ ଜଣ ସଦସ୍ୟ କରୋନା ପଜିଟିଭ୍‌ ବୋଲି...

ଟେଷ୍ଟରେ ଚେତନ ଚୌହାନଙ୍କ ନାମରେ ଥିଲା ଏହି ବିରଳ ରେକର୍ଡ

ନୂଆଦିଲ୍ଲୀ, ୧୬।୮: ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିବା ଚେତନ ଚୌହାନଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୩...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଦମ୍‌ ଦେଖାଇଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଦମ୍‌ ଦେଖାଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ୨ଟି ମ୍ୟାଚରେ ପରାଜୟ...

ଭାଇରାଲ ହେଉଛି ବୀରେନ୍ଦ୍ର ସେହ୍ବାଗଙ୍କ ଭିଡିଓ

ସାଧାରଣତଃ ଜେସିବି ମେଶିନ୍‌ ବହୁତ ଓଜନିଆ ହୋଇଥାଏ। ବଡ ବଡ କୋଠା ଭାଙ୍ଗିବା, ରାସ୍ତା ଖୋଳିବା ଭଳି କାର୍ଯ୍ୟରେ ଏହି ମେଶିନ୍‌ ବ୍ୟବହୃତ ହୋଇଥାଏ। ଭାରତୀୟ...

ହାସନେନ କୀର୍ତ୍ତିମାନ

ଲାହୋର, ୭।୧୦- ଯୁବ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ହାସନେନ କ୍ୟାରିୟରର ୨ୟ ଟି୨୦ ମ୍ୟାଚ୍‌ରେ ନିଜ ନାମକୁ ରେକର୍ଡ ବୁକ୍‌ରେ ସ୍ଥାପନ କରିଛନ୍ତି। କ୍ରିକେଟ୍‌ର...

ଆଜି ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ, ଜାଣନ୍ତୁ କାହିଁକି

ଫେବୃୟାରୀ ୭, ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜିକୁ ଠିକ୍‌ ୨୧ ବର୍ଷ ପୂର୍ବେ ପ୍ରସିଦ୍ଧ ସ୍ପିନ୍‌ ବୋଲର୍‌ ଅନିଲ କୁମ୍ବଲେ ଭାରତ...

ସୁମାରିଓ୍ବାଲା ତୃତୀୟ ଥର ନିର୍ବାଚିତ

ଗୁରୁଗ୍ରାମ: ଆଡିଲ ସୁମାରିଓ୍ବାଲ ଶନିବାର ତୃତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆଥଲେଟିକ୍ସ ଫେଡେରେଶନ ଅଫ୍‌‌ ଇଣ୍ଡିଆ (ଏଏଫ୍‌ଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କିମ୍ବଦନ୍ତୀ ଲଙ୍ଗଜମ୍ପ୍‌ର...

Advertisement
Archives

Model This Week