Posted inଖେଳ

ମନ ଭାଙ୍ଗିଦେଲେ ଡି’ଭିଲର୍ସ

ଜୋହାନ୍ସବର୍ଗ, ୧୮।୫ : ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଅନ୍ତର୍ଜାତୀୟ କ୍ରିକେଟକୁ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପ୍ରଶଂସକମାନେ ଆଶା ରଖିଥିଲେ। ଏପରିକି ଚଳିତ ବର୍ଷ ଆଇପିଏଲବେଳେ ଦକ୍ଷିଣ ଆଫ୍ରିକାର ମୁଖ୍ୟ କୋଚ୍‌ ମାର୍କ ବାଉଚରଙ୍କ ସହ ଆଲୋଚନା ମଧ୍ୟ ଚାଲିଥିବା ଡି’ ଭିଲର୍ସ ପ୍ରକାଶ କରିଥିଲେ। ହେଲେ ମଙ୍ଗଳବାର କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ପକ୍ଷରୁ କରାଯାଇଥିବା ଘୋଷଣା ପ୍ରଶଂସକଙ୍କ ମନ ଭାଙ୍ଗିଦେଇଛି।

୩୭ ବର୍ଷୀୟ ଭେଟେରାନ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସିଏସ୍‌ଏ ଡିରେକ୍ଟର ଗ୍ରେମ ସ୍ମିଥ। ଇଏସ୍‌ପିଏନ୍‌କ୍ରିକଇନଫୋ ଅନୁଯାୟୀ, ସିଏସ୍‌ଏ ସହ ଡି’ଭିଲର୍ସଙ୍କ ଆଲୋଚନା ଶେଷ ହୋଇଛି। ପୂର୍ବତନ ଅଧିନାୟକ ସନ୍ନ୍ୟାସ ନିଷ୍ପତ୍ତିରୁ ଫେରିବେ ନାହିଁ। ଏ ନେଇ ବିବୃତି ରଖିବା ସହ ବୋର୍ଡ ପକ୍ଷରୁ ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଟେଷ୍ଟ ଓ ଟି୨୦ ଦଳ ଘୋଷଣା କରାଯାଇଛି।

୨୦୧୮ ମେ’ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବା ପରେ ମଧ୍ୟ ଡି’ଭିଲର୍ସଙ୍କ ପ୍ରଦର୍ଶନରେ କୌଣସି ଫରକ ପଡ଼ି ନ ଥିଲା। ୨୦୧୯ ଆଇସିସି ବିଶ୍ୱକପ୍‌ ପୂର୍ବରୁ ତାଙ୍କୁ ସିଏସ୍‌ଏ ପକ୍ଷରୁ ଫେରିବାକୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେ ଏହାକୁ ଅସ୍ବୀକାର କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri