ସଚେତନ ମନ

ଆରତି ମହାନ୍ତି

କେବେ ବୁଝିପାରିଛ କି ତମ ବାହାରେ ତମେ ଯେମିତି କଥା କୁହ ମନ ଭିତରେ ବି ସେମିତି କଥା ହେଉଥାଅ ?
କେବଳ ଏଣୁତେଣୁ କଥାହୁଅ ତା’ ନୁହେଁ ବରଂ ନାନା ରକମର ଛୋଟ ବଡ଼ ସମସ୍ୟା ବିଷୟରେ ନାନା ପ୍ରକାର ବିଶ୍ଳେଷଣ କରୁଥାଅ। ସେ କଥା ଶୁଣି କାବା ଲାଗିବଣି- କାରଣ ବାହାରେ ଯେମିତି ଆଖି, କାନ ଇତ୍ୟାଦି ଇନ୍ଦ୍ରିୟମଗୁଡ଼ିକ ଦ୍ୱାରା ଆମେ ଶୁଣିପାରୁ, ଦେଖିପାରୁ ପୁଣି ବୁଝିପାରୁ , ମନ ଭିତରେ ସେମିତି କୌଣସି ଇନ୍ଦ୍ରିୟ ନ ଥାଇ ଆମେ ଶୁଣୁ , ବୁଝୁ ଆଉ ଜବାବସୁଆଲ କରିଥାଉ। ସେଥିପାଇଁ ଆମର ପ୍ରୟୋଜନ ହୁଏ ମନ ବା ମନ ଭିତରେ ଥିବା ସ୍ମୃତି। ଏଠି ସେ ମନକୁ ଆମେ ଷଷ୍ଠ ଇନ୍ଦ୍ରିୟ ବୋଲି କହିଥାଉ, ଅବଶ୍ୟ ସ୍ମୃତି ଭାବନା ନୁହେଁ। କିନ୍ତୁ ସେହି ଭାବନା ଯେତେବେଳେ ଆମ ମସ୍ତିଷ୍କର ତନ୍ତୁଗୁଡ଼ିକରେ ଜମିଯାଏ ତାକୁ ସ୍ମୃତି କୁହାଯାଏ। ପୁଣି ବାହାରେ ଯେମିତି ଗୋଟିଏ କଳାପଟାରେ ଲେଖି ପୁଣି ଇଚ୍ଛାକଲେ ତାକୁ ଲିଭାଇ ଦେଇପାରୁ ସେମିତି ସେଇ ଭାବନାଗୁଡ଼ିକ ଯଦି ଅଦରକାରୀ ମନେହୁଏ ସେଗୁଡ଼ିକୁ ମଧ୍ୟ ଲିଭାଇ ଦେଇହୁଏ। ସେଇ ଭାବନାଗୁଡ଼ିକ ଇତିହାସ ଭାବରେ ଲେଖାହୋଇ ଆମ ନିକଟକୁ ପୁଣି ଆସେ।
ଆମେ ଅଧିକାଂଶ ସମୟରେ ସେଇ ଭାବନାଗୁଡ଼ିକ ଭିତରେ ଏମିତି ମଗ୍ନ ହୋଇଯାଉ ଯେ ବାହାରେ କ’ଣ ଘଟୁଛି କିମ୍ବା କିଏ କ’ଣ କରୁ କତେ ବଡ଼ ଅପରାଧ ଘଟି ପାରୁଛି। ତା’ ହେଲେ ଆମେ କ’ଣ କରିବୁ ବୋଲି ମନରେ ପ୍ରଶ୍ନ ମନରେ ଦେଖାଦେବଣି। ଏଠି ଆଉ ଗୋଟିଏ ଘଟଣା- ଆମେ କେମିତି ନିଜ ଭାବନା ଭିତରେ ନିଜର ଅସ୍ତିତ୍ୱ ହରାଇଥାଉ। ଧର ପ୍ରାତଃ ଭ୍ରମଣ ସମୟରେ ଦେଖିଲ ଗୋଟିଏ ଶବ ପୋଡ଼ା ହବାକୁ ଯାଉଛି। ତା’ ପଛରେ ତା’ର ପୁଅ ଓ ଆତ୍ମୀୟ ସ୍ବଜନମାନେ ଯାଉଛନ୍ତି। ହଠାତ୍‌ ଏ ଦୃଶ୍ୟ ଦେଖି ତମ ମନକୁ ଏପରି ଆସିଲା ” ଇଏ କେତେ ଭୟଙ୍କର କଥା। ମରିଗଲେ କ’ଣ ଏମିତି ସବୁ ହୁଏ? ଏ ସବୁ କାହିଁକି ମତେ ଭାଗବାନ ଦେଖେଇଲେ? ମୋର ଆଜି କିଛି ଆଉ ଅଶୁଭ ହବ ନାଇଁ ତ? ଏମିତି କ’ଣ ଦିନେ ମୋ ବାପା ମା’ ଆଦି ସମସ୍ତେ ଚାଲିଯିବେ। ତା’ପରେ ଭୟ ଆଉ ଉତ୍ତେଜନା ଭିତରେ ତମେ ଅନ୍ୟମନସ୍କ ହୋଇ ବାଟ ଚାଲିବାରେ ଲାଗିଲ। ଠିକ୍‌ ଏଇ ସମୟରେ ହଠାତ୍‌ ଗୋଟିଏ ଗାଡ଼ି ଆସି ସାମ୍‌ନାରେ ହର୍ନ ଦବାରୁ ତମର ସଂବିତ୍‌ ଫେରିଆସିଲା ଓ ବୁଝିପାରିଲ ଯେ ରାସ୍ତା ମଝିରେ ଚାଲୁଛ। ଏପରି ଘଟଣାମାନ ପ୍ରାୟ ବିଭିନ୍ନ ସ୍ଥାନରେ ଚେତନାଶୂନ୍ୟ କରିଦିଏ। ତେବେ ସେଥିପାଇଁ କ’ଣ କରିହେବ ବୋଲି ଏଠି ତମେ ଭାବିପାର? ତା’ମାନେ ଆମେ ସବୁବେଳେ ସଚେତନ ନ ଥାଇ ବିପଦକୁ ଡାକି ଆଣୁ। ତେଣୁ ସଚେତନ ରହିବା ଦରକାର। କିନ୍ତୁ ପ୍ରଶ୍ନ ହେଉଛି ସଚେତନତାକୁ କ’ଣ ଅଭ୍ୟାସରେ ପକେଇହେବ? ଆଜିଯାକେ ବିଭିନ୍ନ ସ୍କୁଲ କଲେଜ କିମ୍ବା କୌଣସି ଶିକ୍ଷା ପ୍ରଣାଳୀରେ ଏଇ ଅଭ୍ୟାସକୁ ହିଁ ପ୍ରାଧାନ୍ୟ ଦିଆଯାଇଥାଏ। କିନ୍ତୁ କିଛି ଶିଖିବାକୁ ହେଲେ କୌଣସି ଜିନିଷକୁ ଅଭ୍ୟାସ କରିବା ଅପେକ୍ଷା ତାକୁ ଭଲ କରି ବୁଝିବା ଦରକାର। ଅଭ୍ୟାସ ଅର୍ଥ ବିନା ଚିନ୍ତା ଭାବନାରେ ସେଇ କଥାଟିକୁ କେବଳ ଘୋଷିବା। ସେହିପର ସଚେତନତାକୁ ଅଭ୍ୟାସରେ ପକେଇହେବ ନାହିଁ। କେବଳ ତାକୁ ବୁଝି ଜୀବନରେ ଚାଲିଲେ ତାହା ଅପଣାଛାଏଁ ମନେ ରହିଯିବ। ଯଦିଓ ଆମର ଯେତେ ଧର୍ମଗ୍ରନ୍ଥ ରହିଛି ସବୁଠି ଖାଲି ପଢ଼ିବାକୁ ଓ ମୁଖସ୍ଥ କରିବାକୁ କୁହାଯାଏ; ତା’ ଦ୍ୱାରା ବୁଦ୍ଧିର ବିକାଶ ହେବା ପରିବର୍ତ୍ତେ ତାହା ଆହୁରି ବେଶି ଜଡ଼ ହୋଇଯାଏ। ଆଗକୁ ଆଉ ବୁଦ୍ଧି ଖୋଲେ ନାହିଁ। ତା’ ଠାରୁ ବରଂ ଆମେ ଯଦି ସଚେତନ ରହି ସମସ୍ୟାଗୁଡ଼ିକୁ ଠିକ୍‌ ଭାବରେ ଦେଖିପାରୁ ତେବେ ଆମ ଜୀବନ ସ୍ବଚ୍ଛ, ପବିତ୍ର ଓ ଅନାସକ୍ତ ରହିବ।
ଏଠି ବିଶିଷ୍ଟ ଦାର୍ଶନିକ ଜିଡ୍ଡୁ କ୍ରିଷ୍ଣମୂର୍ତ୍ତିଙ୍କର ପରିଚୟ ଦେବାକୁ ଯାଉଛି। ସେ ଯଦିଓ ଭାରତବର୍ଷରେ ଜନ୍ମ ହୋଇଥିଲେ କିନ୍ତୁ ସେ ସାରା ପୃଥିବୀର ଜନସାଧାରଣଙ୍କୁ ଏହି ସଚେତନତା ବିଷୟରେ ପରିଚିତ କରାଇଛନ୍ତି। ସେଥିପାଇଁ ତାଙ୍କୁ ‘ଜଗତ ଗୁରୁ’ ଅଥବା ‘World Teacher’ ନାମରେ ନାମିତ କରାଯାଇଥିଲା। ସେ ଏପରି ନମ୍ର ସ୍ବଭାବର ଥିଲେ ଯେ ବଡ଼ ବଡ଼ ସଭାରେ କେବେହେଲେ ନିଜକୁ ‘ମୁଁ କହୁଛି ’ବୋଲି ସମ୍ବୋଧନ କରନ୍ତି ନାହିଁ। ବରଂ ସେ ନିଜକୁ ଖାଲି ‘ବକ୍ତା’ ବା ‘ବନ୍ଧୁ’ କିମ୍ବା ‘ଶୁଭାକାଂକ୍ଷୀ’ ଭାବରେ ପରିଚିତ କରାଇଥାନ୍ତି। ସେ ସାରା ଜଗତକୁ ଶାନ୍ତିର ମାର୍ଗ ଦେଖାଇଛନ୍ତି। ସେ କହିଛନ୍ତି, କେବଳ ସଚେତନ ରହି ଜୀବନ ବିତାଇଲେ ଜଣେ ପ୍ରକୃତରେ ଧାର୍ମିକ ଜୀବନ କଟାଇ ପାରିବ। ତାଙ୍କର ବହିଗୁଡ଼ିକ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱ ଅଧ୍ୟୟନ କରିବା ପରେ ମୋର ମନେହେଲା ସେ ବିଶେଷ କୌଣସି ଧର୍ମ କି ପୂଜାପଦ୍ଧତିରେ ବିଶ୍ୱାସ କରନ୍ତି ନାହିଁ। ଅର୍ଥାତ୍‌ ଯାହା କରୁଛ କି ଯାହା ଭାବୁଛ ତା’ ପ୍ରତି ସଚେତନ ରହିବା ଦ୍ୱାରା ହିଁ କେବଳ ଜଣଙ୍କର ବୁଦ୍ଧିର ବିକାଶ ଘଟିପାରିବ ଏବଂ ଜଣେ ପ୍ରକୃତରେ ପବିତ୍ର, ସ୍ବଚ୍ଛ, ଧାର୍ମିକ ଜୀବନ କଟାଇପାରିବ। ତେବେ ତାଙ୍କର ଗୋଟିଏ କଥା ସେ ବାରମ୍ବାର କହି ଆସୁଛନ୍ତି, ”ସତ୍ୟ ଏକ ପଥହୀନ ସାମ୍ରାଜ୍ୟ ଏବଂ ଯେ କୌଣସି ବ୍ୟକ୍ତି ଯେ କୌଣସି ବାଟରେ ଗଲେ ସୁଦ୍ଧା ସେଠାରେ ଯାଇ ପହଞ୍ଚିପାରିବ।“ ସେଥିପାଇଁ କୌଣସି ଗୁରୁ କି ଧର୍ମ ପୁସ୍ତକର କୌଣସି ଆବଶ୍ୟକତା ନାହିଁ। ଅନ୍ତର ଶୁଦ୍ଧପୂତ ପବିତ୍ର ନ ହେବା ପର୍ଯ୍ୟନ୍ତ ଜଣେ କଦାପି ଈଶ୍ୱରଙ୍କୁ ଉପଲବ୍ଧି କରିପାରିବ ନାହିଁ। ‘ଈଶ୍ୱର’ ଏକ ଉପଲବ୍ଧି ମାତ୍ର । ସେ କୌଣସି ମଠ କି ଆଶ୍ରମ, ଗୀର୍ଜା କି ମସ୍‌ଜିଦ୍‌ରେ ନ ଥାନ୍ତି। ସେ ହେଉଛନ୍ତି ସର୍ବବର୍ତ୍ତମାନ, ତାଙ୍କୁ ଉପଲବ୍ଧି କରିବାକୁ ହେଲେ ଅତି ନିର୍ମଳ, ପବିତ୍ର ମନଟିଏ ଦରକାର। ସେଥିପାଇଁ ଆମର ଆବଶ୍ୟକ ହେଉଛି କେବଳ ସଚେତନ ମନଟିଏ ଯିଏ କି ଆପଣା ଆଲୁଅରେ ନିଜକୁ ନିଜେ ବାଟ ଚାଲିପାରିବ।
ଶ୍ରୀରାମନଗର, ପୁରୁଣା ଭୁବନେଶ୍ୱର
ମୋ- ୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri