Categories: ଖେଳ

୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି ଏହି ଅଷ୍ଟ୍ରେଲୀୟ ଖେଳାଳି

ମେଲବୋର୍ନ, ୧୯।୮(ପି.ଟି.)- କୋରୋନ ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ଯୋଗୁ ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ ଅଧିନାୟକ ଆରୋନ ଫିଞ୍ଚ୍‌ ୨୦୨୩ ଆଇସିସି ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଭାରତରେ ହେବାକୁଥିବା ଏହି ବିଶ୍ୱକପରେ ଭଲ ପ୍ରଦର୍ଶନ ସହିତ ସେ ଅବସର ନେବାକୁ ଚାହାନ୍ତି ବୋଲି କହିଛନ୍ତି। କରୋନା ଜନିତ ୫ ମାସର ବ୍ରେକ୍‌ ତାଙ୍କୁ ସତେଜ କରି ଦେଇଛି। ଆଗାମୀ ୩ଟି ବଡ଼ ଆଇସିସି ଟୁର୍ନାମେଣ୍ଟ ୨୦୨୧ ଓ ୨୦୨୨ ଟି୨୦ ବିଶ୍ୱକପ ଏବଂ ୨୦୨୩ ଏକଦିବସୀୟ ବିଶ୍ୱକପରେ ସେ ଅଷ୍ଟ୍ରେଲିଆର ନେତୃତ୍ୱ ନେବାକୁ ଚାହାନ୍ତି ବୋଲି ଏହି ୩୩ ବର୍ଷୀୟ ବ୍ୟାଟ୍ସମ୍ୟାନ କହିଛନ୍ତି। ଦୀର୍ଘ ୬ ମାସ ବ୍ୟବଧାନରେ ପରେ ଅଷ୍ଟ୍ରେଲିଆ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୪ରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍‌ରେ ୩ଟି ଲେଖାଏ ଟି୨୦ ଓ ଦିନିକିଆ ମ୍ୟାଚ ଖେଳାଯିବ।

Share