କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟଙ୍କ ଝିଅ

ମୁମ୍ବାଇ,୨୦ା୪: ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ୧୧ ବର୍ଷୀୟା ଆରାଧ୍ୟାଙ୍କ ପକ୍ଷରୁ କୋର୍ଟରେ ଏପରି ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ଏକ ମିଥ୍ୟା ଖବର ମାମଲାରେ ବଚ୍ଚନ ପରିବାର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଏଥିରେ ଆରାଧ୍ୟାଙ୍କ ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ବିଷୟରେ ଭୁଲ୍‌ ତଥ୍ୟ ଦିଆଯାଇଥିଲା, ଯାହା ପରେ ବଚ୍ଚନ ପରିବାର ଏହା ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିଲେ। ଏନେଇ ଦୁଇଟି ୟୁଟ୍ୟୁବ୍‌ ଚାନେଲ ଏବଂ ଗୋଟିଏ ଓ୍ବେବ୍‌ସାଇଟ୍‌ ନାଁରେ ସେ ମାମଲା ଦାୟର କରିଛନ୍ତି।

ବଚ୍ଚନ ପରିବାର ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗପତ୍ରରେ କୁହାଯାଇଛି, ଆରାଧ୍ୟା ଏପର୍ଯ୍ୟନ୍ତ ପିଲା ଏବଂ ଏଭଳି ମିଥ୍ୟା ଖବର ତାଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛି।

ସୂଚନା ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ସି ହରିଶଙ୍କରଙ୍କ ଏକକ ଜଜ୍‌ ବେଞ୍ଚ ଆଜି ଅର୍ଥାତ୍‌ ଏପ୍ରିଲ ୨୦ରେ ଏହି ଆବେଦନ କରିବେ। ବର୍ତ୍ତମାନ ସୁଦ୍ଧା ବଚ୍ଚନ ପରିବାର ପକ୍ଷରୁ ଏ ବାବଦରେ କୌଣସି ବିବୃତ୍ତି ଦିଆଯାଇ ନାହିଁ।

Share