Posted inଜାତୀୟ

ଏଏପିର ୬ ମନ୍ତ୍ରୀ-ଦେଢ଼ ଡର୍ଜନ ବିଧାୟକ ଯାଇଛନ୍ତି ଜେଲ…

ନୂଆଦିଲ୍ଲୀ,୨୮।୨ : ଆମ ଆଦମୀ ପାର୍ଟି ବର୍ତ୍ତମାନ ଏକ ଜାତୀୟ ଦଳର ମାନ୍ୟତା ପାଇଛି। ଦିଲ୍ଲୀ ବ୍ୟତୀତ ଏଏପି ପଞ୍ଜାବରେ ମଧ୍ୟ ସରକାର ଗଠନ କରିଛି। ତେବେ ଏଏପି ସରକାରଙ୍କ ପାଞ୍ଚ ଜଣ ମନ୍ତ୍ରୀ ସମୟ ସମୟରେ ଜେଲ ଯାଇଛନ୍ତି। ମନୀଷ ସିସୋଡିଆ ଷଷ୍ଠ ନମ୍ବର । ଏହା ବ୍ୟତୀତ ପ୍ରାୟ ଦେଢ଼ ଼ ଡର୍ଜନ ବିଧାୟକ ମଧ୍ୟ ଜେଲ ଯାଇଛନ୍ତି। ଅନ୍ୟପକ୍ଷରେ ମନୀଷ ସିସୋଡିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ ଦିଲ୍ଲୀର ରାଜନୀତି ସରଗରମ ହେବାରେ ଲାଗିଛି। ଦଳର ନେତାମାନେ କହିଛନ୍ତି ଯେ ସେମାନଙ୍କ ମନ୍ତ୍ରୀଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅଧିକାଂଶ ମାମଲାରେ, ଏଏପି ବିଧାୟକ କୋର୍ଟ ଦ୍ୱାରା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ଜେଲ ଯାଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ପଞ୍ଜାବର ଜଣେ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିଶ୍ୱସ୍ତ ନେତାଙ୍କ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନା ଅନ୍ତର୍ଭୁକ୍ତ। ଜୈନ ତିହାର ଜେଲରେ ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରୀ ପଦରୁ ହଟାଯାଇ ନଥିଲା।

ଦିଲ୍ଲୀ ସରକାରଙ୍କ ମୋହଲା କ୍ଲିନିକଗୁଡିକର ପରାମର୍ଶଦାତା ଭାବରେ ଜୈନଙ୍କ ଝିଅକୁ ନିଯୁକ୍ତି ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି।

ଏଏପିର ପଞ୍ଜାବ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା ମଧ୍ୟ ଦୁର୍ନୀତି ମାମଲାରେ ଜେଲ ଯାଇଛନ୍ତି। ଅନୁକମ୍ପା ଦେଖାଇ ସ୍ବାସ୍ଥ୍ୟ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ସେ ଏକ ପ୍ରତିଶତ କମିଶନ ମାଗିଥିବା ଅଭିଯୋଗ ହୋଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରିଥିଲେ। ତାଙ୍କୁ ପଞ୍ଜାବର ଦୁର୍ନୀତି ନିବାରଣ ଶାଖା ଗିରଫ କରିଥିଲା।

ଦିଲ୍ଲୀ ସରକାରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଥିବା ଅସୀମ ଅହମ୍ମଦ ଖାନଙ୍କୁ ଏକ ଦୁର୍ନୀତି ମାମଲାରେ ୨୦୧୮ ରେ ଇସ୍ତଫା ଦେବାକୁ ପଡିଥିଲା। ତାଙ୍କ ବିରୋଧରେ ୬ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।

ଏଏପି ସରକାରରେ ମନ୍ତ୍ରୀ ଥିବା ସୋମନାଥ ଭାରତୀଙ୍କୁ ମଧ୍ୟ ଅନେକ ବିବାଦରେ ଛନ୍ଦି ହୋଇ ଇସ୍ତଫା ଦେବାକୁ ପଡିଥିଲା। ଉତ୍ତରପ୍ରଦେଶ ଗସ୍ତ ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ଘରୋଇ ବିବାଦ ମଧ୍ୟ ମିଡିଆ ହେଡଲାଇନରେ ରହିଥିଲା।

ଏଏପି ସରକାରରେ ଆଇନ ମନ୍ତ୍ରୀ ଥିବା ଜିତେନ୍ଦ୍ର ସିଂ ତୋମାରଙ୍କୁ ୨୦୧୫ ରେ ଇସ୍ତଫା ଦେବାକୁ ପଡିଥିଲା। ନକଲି ଡିଗ୍ରୀ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ସିଡି ଦୁର୍ନୀତିରେ ଏଏପି ସରକାରର ଅନ୍ୟ ଜଣେ ମନ୍ତ୍ରୀ ସନ୍ଦୀପ କୁମାର ମଧ୍ୟ ଧରାପଡିଛନ୍ତି। ତାଙ୍କ ପାଖରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଥିଲା। ଏହି ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri