Posted inଜାତୀୟ

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଏଏପି ମନ୍ତ୍ରୀ

ନୂଆଦିଲ୍ଲୀ,୮।୧୦: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ୍‌ ଏକ ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏଥିପାଇଁ ଭାଜପା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ସମାଲୋଚନା କରିବା ସହ ସମ୍ପୃକ୍ତ ମନ୍ତ୍ରୀଙ୍କୁ କ୍ୟାବିନେଟରୁ ବିଦା କରିବା ଲାଗି ଦାବି କରିଛି। ମନ୍ତ୍ରୀ ଗୌତମଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ଥିବା ଏଏପି ପକ୍ଷରୁ କୁହାଯାଇଛି। ତେବେ ଦିଲ୍ଲୀ ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ।
କେଜ୍‌ରିଓ୍ବାଲ ସରକାରରେ ଗୌତମ ସାମାଜିକ କଲ୍ୟାଣ ମନ୍ତ୍ରୀ ଅଛନ୍ତି। ଏଏପି ହିନ୍ଦୁମାନଙ୍କ ଭାବାବେଗକୁ ଆଘାତ ଦେଇଛି। ଗୌତମଙ୍କ ମନ୍ତବ୍ୟ ଏହି ସମ୍ପ୍ରଦାୟ ପ୍ରତି ଦଳର ଘୃଣା ମାନସିକତାକୁ ପଦାରେ ପକାଇଛି ବୋଲି ଭାଜପା ରାଷ୍ଟ୍ରୀୟ ମୁଖପାତ୍ର ଗୌରବ ଭାଟିଆ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ୧୦ ହଜାର ଲୋକ ଯୋଗଦେଇ ହିନ୍ଦୁ ଦେବଦେବୀ ପୂଜା ତ୍ୟାଗକରି ବୌଦ୍ଧଧର୍ମ ଗ୍ରହଣ କରିବାକୁ ଶପଥ ନେଇଥିଲେ। କେଜ୍‌ରିଓ୍ବାଲଙ୍କ ତରଫରୁ ଗୌତମ ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇଥିବା ଭାଜପା ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

ସମାନ ବୟସ, ସମାନ ହସ୍ପିଟାଲ, ଭାଇରାଲ ହେଉଛି ଲତା ଦିଦିଙ୍କ ସହ ଆଶାଙ୍କ ପିଲା ଦିନର ଫଟୋ, ପ୍ରଶଂସକ ହେଉଛନ୍ତି ଇମୋଶନାଲ

ମୁମ୍ବାଇ,୧୨।୪: ଗାୟିକା ଆଶା ଭୋଁସଲେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ ଶନିବାର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ୯୨…

ପାକିସ୍ତାନର ମଧ୍ୟସ୍ଥତା ଫେଲ ମାରିବା ପରେ ରାଗରେ ଇରାନ ଉପରେ ଖପ୍ପା ହେଲେଣି ଟ୍ରମ୍ପ!

ଓ୍ବାଶିଂଟନ,୧୨।୪: ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ, ପୁଣି ଥରେ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଯାଉଛି। ଏହା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

ମହିଳା ସଂରକ୍ଷଣ ବିଲ୍‌କୁ ନେଇ ପ୍ରଭାତୀ ପରିଡ଼ାଙ୍କ ବଡ଼ ଅପଡେଟ୍‌, କହିଲେ ଦେଶକୁ ଏକ ନୂଆ…

ଭୁବନେଶ୍ୱର,୧୨ା୪: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ ଏକ ପ୍ରେସ୍‌ମିଟ୍‌ରେ କହିଛନ୍ତି, ୩୩% ମହିଳା ସଂରକ୍ଷଣ…

‘ସମସ୍ତ ଏମ୍‌ପି ଏପ୍ରିଲ ୧୬ ରୁ ୧୮ ପର୍ଯ୍ୟନ୍ତ ସଂସଦରେ ରହିବା ଜରୁରୀ’; ହ୍ବିପ ଜାରି କଲା ଭାଜପା

ନୂଆଦିଲ୍ଲୀ,୧୨।୪: ଭାରତୀୟ ଜନତା ପାର୍ଟି (ଭାଜପା) ଆଗାମୀ ସ୍ବତନ୍ତ୍ର ସଂସଦୀୟ ଅଧିବେଶନ ସମ୍ପର୍କରେ ଏହାର ସମସ୍ତ ଏମ୍‌ପିଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛି। ଲୋକ ସଭା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri