Posted inଜାତୀୟ

ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ନାହିଁ ସ୍ବଚ୍ଛତା: ପଞ୍ଜାବ ରାଜ୍ୟପାଳ…

ଚଣ୍ଡିଗଡ଼,୬।୮ : ଶାସକ ଆମ ଆଦମୀ ପାର୍ଟି (ଏଏପି) ଏବଂ ରାଜ ଭବନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲ ପୁରୋହିତ ଚଳିତ ମାସରେ ଦୁଇ ବର୍ଷ ପୂରଣ କରି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧୀନ ସରକାରଙ୍କ ସହ ତାଙ୍କର ବିବାଦ ବିଷୟରେ ଆଲୋଚନା କରିଛନ୍ତି। ଏକ ସ୍ବତନ୍ତ ସାକ୍ଷାତକାରରେ ସେ କହିଛନ୍ତି ଚଳିତ ବର୍ଷ ମାର୍ଚ୍ଚରେ ପଞ୍ଜାବ ସରକାର ସୁପ୍ରିମକୋର୍ଟଙ୍କୁ ରାଜ୍ୟପାଳଙ୍କୁ ବଜେଟ ଅଧିବେଶନ ଡକାଇବାକୁ କ୍ୟାବିନେଟର ନିଷ୍ପତ୍ତିରେ ପ୍ରତ୍ୟାବର୍ତ୍ତନ ନ କରିବା ଅଭିଯୋଗ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ସେମାନଙ୍କର ରାଜନୈତିକ ମତଭେଦ ସାମ୍ବିଧାନିକ ଦାୟିତ୍ୱ ତୁଲାଇବାରେ ବାଧା ସୃଷ୍ଟି କରୁଛି। ରାଜ୍ୟରେ ଏଏପି ସରକାର କିଛି ଶୁଣୁ ନାହାନ୍ତି, ପ୍ରଶାସନରେ ସ୍ବଚ୍ଛତା ନାହିଁ ବୋଲି ରାଜ୍ୟପାଳ ଅଭିଯୋଗ କରିଛନ୍ତି।

ଏହା ଏକ ଉଦ୍ବେଗଜନକ ପରିସ୍ଥିତି ପଞ୍ଜାବର ୬୦% ରୁ ୭୦% ଲୋକ (ପ୍ରାୟ ୩ କୋଟି) ନିଶା ସେବନ କରୁଛନ୍ତି। ନିଶା କାରବାରରେ ଗତ ମାସରେ ଲୁଧିଆନାରେ ଥିବା ୫୮ ଟି ମଦ ଦୋକାନ ଉପରେ ଚଢ଼ାଉ କରାଯାଇ ସିଲ କରାଯାଇଥିଲା। ଏହା କେବଳ ଗୋଟିଏ ଜିଲାର କଥା। ରାଜ୍ୟର ସମସ୍ତ ୨୩ ଟି ଜିଲାରେ ପରିସ୍ଥିତି କେତେ ଗମ୍ଭୀର ତାହା କଳ୍ପନା ବାହାରେ।

ରାଜ୍ୟକୁ ସୀମା ପାର୍ଶ୍ୱରୁ ସର୍ବାଧିକ ନିଶାଦ୍ରବ୍ୟ ଆସୁଛି । ତେଣୁ, ପ୍ରତ୍ୟେକ ତ୍ରୟମାସିକରେ ମୁଁ ସେନା ସମେତ ସମସ୍ତ ରାଜ୍ୟ ତଥା କେନ୍ଦ୍ରୀୟ ବିଭାଗର ଅଧିକାରୀଙ୍କ ସହ ପାକିସ୍ତାନ ସହିତ ସୀମା ଥିବା ୬ ଟି ଜିଲା ଭ୍ରମଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

‘ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ କରାଯାଉ’, ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୮(ସୁନିତ୍‌ ମିଶ୍ର): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ୟୁନେସ୍କୋର ‘ଇନ୍‌ଣ୍ଟାନଜିବୁଲ କଲ୍‌ଚର ହେରିଟେଜ ଅଫ୍‌ ହ୍ୟୁମାନିଟି’ ତାଲିକାରେ ସାମିଲ କରିବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଓଡ଼ିଶା ସରକାରଙ୍କ…

‘ଇରାନ ଶାନ୍ତି ବାର୍ତ୍ତା ପାଇଁ ଭିକ ମାଗୁଛି’, ଜାଣନ୍ତୁ କିଏ କହିଲେ ଏମିତି

ତେହରାନ,୪।୮: ସମ୍ଭାବ୍ୟ ଯୁଦ୍ଧ ସମ୍ପର୍କରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତେହରାନ ସହିତ ଆଲୋଚନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି।…

ଭାରତକୁ ଖୁବ୍‌ ପ୍ରଶଂସା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ, ମୋଦିଙ୍କୁ ନେଇ କହିଲେ ବଡ଼ କଥା

ଜେରୁଜେଲମ/ନୂଆଦିଲ୍ଲୀ,୪।୮: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ବିଶ୍ୱ ରାଜନୈତିକ ଗତିଶୀଳତା ପରିବର୍ତ୍ତନ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତ ସହିତ ତାଙ୍କ ଦେଶର ସମ୍ପର୍କ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଓୟୁଏଟି ପିଜି-ପିଏଚ୍‌.ଡି. ଛାତ୍ରୀଛାତ୍ରଙ୍କୁ ମିଳିବ ଷ୍ଟାଇପେଣ୍ଡ୍‌

ଭୁବନେଶ୍ୱର,୪।୮(ସୁଚିସ୍ମିତା ସାହୁ): ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର…

ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri