Posted inଜାତୀୟ

କୋଭିଡ୍‌ ଟଙ୍କା ଖର୍ଚ୍ଚ କରି ନ ଥିଲେ ଆପ୍‌ ସରକାର

ନୂଆଦିଲ୍ଲୀ,୧।୩: ଦିଲ୍ଲୀ ସ୍ବାସ୍ଥ୍ୟସେବା ଭିତ୍ତିଭୂମିରେ ବ୍ୟାପକ କର୍ମଚାରୀ ସଙ୍କଟ ସାଙ୍ଗକୁ ଆବଶ୍ୟକ ଔଷଧ ଏବଂ ଉପକରଣର ଅଭାବ ରହିଥିବାବେଳେ ଏବାବଦରେ ମଞ୍ଜୁର ଅର୍ଥ ଖର୍ଚ୍ଚ ହୋଇପାରି ନାହିଁ। ଶୁକ୍ରବାର ଦିଲ୍ଲୀ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ସିଏଜି (ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟ୍‌ ଜେନେରାଲ)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। କୋଭିଡ୍‌ ମହାମାରୀ ବେଳେ କେନ୍ଦ୍ର ସରକାର ଜରୁରୀ ସ୍ବାସ୍ଥ୍ୟସେବା ପାଇଁ ଦେଇଥିବା ପାଖାପାଖି ୭୮୮ କୋଟି ଟଙ୍କାରୁ ଦିଲ୍ଲୀ ସରକାର ୨୪୫ କୋଟି ଖର୍ଚ୍ଚ କରି ନ ଥିବା ରିପୋର୍ଟରେ କୁହାଯାଇଛି। ରିପୋର୍ଟରୁ ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ମୋହଲା କ୍ଲିନିକ୍‌ ପ୍ରକଳ୍ପର ଦୁର୍ବଳ ସ୍ଥିତି ପଦାକୁ ଆସିଛି। ୭୪ଟି ମୋହଲା କ୍ଲିନିକ୍‌ ମଧ୍ୟରୁ କୌଣସି ଗୋଟିଏରେ ସମସ୍ତ ୧୬୫ଟି ଅତ୍ୟାବଶ୍ୟକ ଔଷଧର ପୂରା ଷ୍ଟକ୍‌ ନାହିଁ। ପଲ୍ସ ଅକ୍ସିମିଟର, ଗ୍ଲୁକୋମିଟର, ଏକ୍ସ-ରେ ଭିଉୟର, ଥର୍ମୋମିଟର, ବ୍ଲଡ୍‌ପ୍ରେସର ମନିଟର ଭଳି ଅତ୍ୟାବଶ୍ୟକ ଉପକରଣ ଏହିସବୁ କ୍ଲିନିକ୍‌ରେ ନ ଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି। ୨୦୨୨ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ମୋହଲା କ୍ଲିନିକ୍‌ଗୁଡ଼ିକୁ ଯାଇଥିବା ରୋଗୀଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଡାକ୍ତର ଦେଖିବାରେ ୧ ମିନିଟ୍‌ରୁ କମ୍‌ ସମୟ ଦେଉଥିବା ଜଣାପଡ଼ିଛି। ଡାକ୍ତରଙ୍କ ଇସ୍ତଫା କିମ୍ବା ଛୁଟିରେ ରହିବା କାରଣରୁ ମୋଟ ୨୧୮ ମୋହଲା କ୍ଲିନିକ୍‌ ମଧ୍ୟରୁ ନିର୍ଦ୍ଦିଷ୍ଟ ୪ ଜିଲାରେ ଥିବା କ୍ଲିନିକ୍‌ଗୁଡ଼ିକ ୧୫ ଦିନରୁ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଛି। ଗତ ମଙ୍ଗଳବାର ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହୋଇଥିବାବେଳେ ଏହା ଦ୍ୱିତୀୟ ରିପୋର୍ଟ। ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri