ଆମ ବସକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ, କହିଲେ ଯମ ବସ୍‌…

ଭୁବନେଶ୍ବର,୧୧ା୧:  ବାରମ୍ବାର ଆମ ବସ୍ ଦୁର୍ଘଟଣା ପରେ ମୁହଁ ଖୋଲି ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଆମ ବସ୍‌କୁ ନେଇ ପ୍ରତ୍ୟେକ ଲୋକଙ୍କ ପାଟିରୁ ବର୍ତ୍ତମାନ ଯମ ବସ୍‌ ବାହାରୁଛି । ଏବେ ଯେଉଁଭଳି ଦୁର୍ଘଟଣା ହେଉଛି, ବସ୍‌ରେ ନିଆଁ ଲାଗିଯାଉଛି ସେସବୁ ପାଇଁ ଲୋକେ ଭୟଭୀତ ହେଉଛନ୍ତି । ବସ୍‌ର ଠିକ୍‌ ଭାବରେ ଯାଞ୍ଚ ମଧ୍ୟ ହେଉନି । ପୂର୍ବରୁ କେବେ ବସକୁ ନେଇ ଲୋକଙ୍କ ଭିତରେ ଭୟ ଦେଖିନଥିଲି । ବର୍ତ୍ତମାନ ପ୍ରତ୍ୟେକ ଲୋକ ଏହି ବସକୁ ଭୟ କରୁଛନ୍ତି ।

ବିଜେଡି ବିଧାୟକ କହିଛନ୍ତି ଯେ, ଯେଉଁ ଦିନ ଠାରୁ ଏହି ବସର ଶୁଭାରମ୍ଭ ହେଲା ସେହିଦିନ ଠାରୁ କେବେ ଏଭଳି ଦୁର୍ଘଟଣା କିମ୍ବା ଅଘଟଣ ହୋଇନଥିଲା । ବର୍ତ୍ତମାନ କେଉଁଠି ଆମ ବସ୍ ଦୁର୍ଘଟଣା ହେଉଛି ତ ଆଉ କେଉଁଠି ନିଆଁ ଲାଗିଯାଉଛି । ଏହାକୁ ଦେଖି ଲୋକେ ଭୟଭୀତ ହେବା ସ୍ବାଭାବିକ ।

ସେବା ଦେବା ଉଦ୍ଦେଶ୍ୟରେ କାହା ଜୀବନ ଦେବା ଅଧିକାର ଆମର ନୁହେଁ । ଯଦି ପରିଚାଳକ ଏବଂ ଡ୍ରାଇଭରଙ୍କ ଠିକ୍ ଯୋଗ୍ୟତା ରହିଥାନ୍ତା  ତେବେ ଏଭଳି ଅଗ୍ନିକାଣ୍ଡ ହୋଇନଥାନ୍ତା । ମୋତେ ଲାଗିଲାଣି ଭବିଷ୍ୟତରେ ଏହି ସେବା ବନ୍ଦ ହୋଇଯିବ ବୋଲି ବିଧାୟକ କହିଛନ୍ତି । କେନ୍ଦ୍ର ସରକାର ଓଡିଶାକୁ ସବୁବେଳେ ଅବହେଳା କରିଛନ୍ତି ବୋଲି ସେ ଟାର୍ଗେଟ କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କୁ ଭଲ ଲାଗିଲାନି ଦର୍ଶକଙ୍କ ଏପରି ବ୍ୟବହାର, ଧୋନୀଙ୍କ ସହ ମଧ୍ୟ ହୋଇଥିଲା

ଭଦୋଦରା,୧୧।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ଇନିଂସ ଖେଳି ମଧ୍ୟ ଖୁସି ନାହାନ୍ତି ବିରାଟ କୋହଲି। ପଡ଼ିଆରେ ଦର୍ଶକଙ୍କ ଆଚରଣକୁ ନେଇ...

ଜମ୍ମୁ-କଶ୍ମୀର ସୀମାରେ ମାଡ଼ିଆସିଲା ପାକିସ୍ତାନୀ ଡ୍ରୋନ୍: ହାଇଆଲର୍ଟରେ ଭାରତୀୟ ସେନା

ନୂଆଦିଲ୍ଲୀ,୧୧।୧: ଜମ୍ମୁ-କଶ୍ମୀରର ସୀମାନ୍ତ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏକାଧିକ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଦେଖାଯାଇଛି। ଏହାପରେ ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।...

ବହୁତ ବିଳମ୍ବ ହେବା ପୂର୍ବରୁ ଆମେରିକା ସହିତ ଚୁକ୍ତି କରନ୍ତୁ.. ପୁଣି ଖୋଲା ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବାକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ...

୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା

ଗଜପତି(ଗିରିଧାରୀ ପରିଛା)୧୧।୧: ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ନାମନଗଡ଼ ଗ୍ରାମରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବିବାହର ୯ ମାସ ହୋଇଥିବା...

ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ପ୍ରଥମ ଦିନିକିଆ ଜିତିଲା ଭାରତ

ଭଦୋଦରା,୧୧।୧: ବିରାଟ କୋହଲିଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ଭଦୋଦରାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ...

କଟକରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ,୧୧ା୧(କାର୍ତ୍ତିକ ସାହୁ): ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିବା ଭଳି ସଙ୍ଗୀନ ଅପରାଧିକ ଘଟଣା ବାଦାମବାଡ଼ି ଥାନା ଅଞ୍ଚଳରେ ଘଟିଛି। କାଠଯୋଡ଼ି ରିଂବନ୍ଧ ପାର୍ଶ୍ୱ...

କେସିଙ୍ଗା ପୋଲିସକୁ ବଡ଼ ସଫଳତା, ୧୦ କେଜି ଗଞ୍ଜେଇ ସହ ୫ ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

କେସିଙ୍ଗା,୧୧/୧(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲାର କେସିଙ୍ଗା ପୋଲିସକୁ ବଡ଼ ସଫଳତା ମିଳିଛି । ବିଶେଷ ସୂତ୍ରରୁ ଖବର ପାଇ କେସିଙ୍ଗା ପୋଲିସ ସ୍ଥାନୀୟ ରେଳ ଷ୍ଟେସନରୁ...

ଘର ସମ୍ମୁଖରୁ ପିକ୍‌ଅପ୍‌ ଗାଡ଼ି ଚୋରି

ବଡ଼ଗାଁ,୧୧ା୧(ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁର ଯୁବ ବ୍ୟବସାୟୀ ଅମିତ ଅଗ୍ରୱାଲଙ୍କ ଘର ସମ୍ମୁଖରୁ ତାଙ୍କ ପିକଅପ ଗାଡି ଓଡି ୨୬ ଏ ୧୪୭୫କୁ ୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri