କଟକ,୨୫ା୪(ପ୍ରଭୁକଲ୍ୟାଣ ପାଲ୍): କଟକରେ ଆମ ବସ୍ ଦୁର୍ଘଟଣା । କ୍ୟାଣ୍ଟନମେଣ୍ଟ ରୋଡ୍ରେ ବାଇକ୍କୁ ଧକ୍କା ଦେଲା ଆମ ବସ୍ । ବସ୍ ଧକ୍କାରେ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ହୋଇଥିବା ନେଇ ସୂଚନା ରହିଛି ।
ସୂଚନା ଅନୁସାରେ, କ୍ୟାଣ୍ଟନମେଣ୍ଟ ରୋଡରେ ଦମ୍ପତି ବାଇକରେ ଠିଆ ହୋଇଥିବା ବେଳେ ଆମ ବସ୍ ଧକ୍କା ଦେଇଥିଲା । ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ସେଠାରେ ଉପସ୍ଥିତ ଥିବା ଲୋକେ ଆମ ବସ୍ ଡ୍ରାଇଭରକୁ ନିର୍ଧୁମ୍ ଛେଚିଥିବା ଜଣାପଡିଛି । ଦୁର୍ଘଟଣା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ଉକ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।