ଆଜ୍‌ ପୁରାନି ରାହୋ ସେ କୋଇ ମୁଝେ ଆଓ୍ବାଜ ନା ଦେ…

ମୁମ୍ବାଇ: ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଭାବେ ପରିଚିତି ହାସଲ କରିଥିବା ପ୍ରଥମ ସୁପରଷ୍ଟାର୍‌ ଦିଲ୍ଲୀପ୍‌ କୁମାରଙ୍କ ପରଲୋକ ଘଟିଛି। ତେବେ ତାଙ୍କର ଦୀର୍ଘ ୬୫ ବର୍ଷର ଅଭିନୟ ସବୁବେଳ ପାଇଁ ସ୍ମୃତି ହୋଇ ରହିଯାଇଛି। ଦିଲ୍ଲୀପ୍‌ଙ୍କ ପ୍ରକୃତ ନାମ ମହମ୍ମଦ୍‌ ୟୁସୁଫ୍‌ ଖାଁ ଥିଲା। ୧୯୪୪ରେ ଜୁଆର ଭଟ୍ଟା ଜୀବନ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାର ନିର୍ମାଣ ବମ୍ବେ ଟକିଜ୍‌ ଦ୍ୱାରା କରାଯାଇଥିଲା। ୧୯୪୯ରେ ଅନ୍ଦାଜ୍‌, ୧୯୫୨ରେ ଆନ୍‌, ୧୯୫୨ରେ ଦାଗ୍‌, ୧୯୫୫ରେ ଦେବଦାସ୍‌, ୧୯୫୫ରେ ଆଜାଦ୍‌ରେ ଅଭିନୟ କରି ବେଶ୍‌ ସଫଳତା ପ୍ରଶଂସା ସାଉଁଟିଥିଲେ।

ତେବେ ୧୯୬୦ରେ ମୋଗଲ-ଇ-ଆଜମ୍‌ରେ ଅଭିନୟ କରି ସେ ରାତାରାତି ଖ୍ୟାତି ହାସଲ କରିଥିଲେ। ଏହି ଐତିହାସିକ ଫିଲ୍ମରେ ପିତା ଆକବରଙ୍କ ଭୂମିକାରେ ଅଭିନୟ କରୁଥିବା ପୃଥିରାଜ କପୁର ବିରୋଧରେ ସଲିମ୍‌ ପାଲଟି ସେ କଡ଼ା ଟକ୍କର ଦେଇଥିଲେ। ଭରା ରାଜ ଦରବାରରେ ଅନାରକଲ୍ଲୀଙ୍କୁ ଭଲ ପାଉଥିବା ସମ୍ପର୍କରେ ଘୋଷଣା କରିଥିଲେ। ଫିଲ୍ମର ଜବ୍‌ ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା…ଗୀତ ସବୁବେଳ ପାଇଁ ସଭିଙ୍କୁ ରୋମାଞ୍ଚିତ କରିଆସୁଛି। ୧୯୬୧ରେ ଗଙ୍ଗା ଯମୁନା, ୧୯୬୭ରେ ରାମ୍‌ ଔର ଶ୍ୟାମ୍‌ରେ ଅଭିନୟ କରିଥିଲେ।

୧୯୬୮ରେ ଆଦ୍‌ମୀ ଫିଲ୍ମରେ ତାଙ୍କର ଅଭିନୟ ବେଶ୍‌ ଉଚ୍ଚକୋଟିର ଥିଲା। ଏହି ଫିଲ୍ମର ଗୀତ ଆଜ୍‌ ପୁରାନି ରାହୋ ସେ କୋଇ ମୁଝେ ଆଓ୍ବାଜ ନା ଦେ… ଦିଲ୍ଲୀପଙ୍କ ପ୍ରଶଂସକଙ୍କୁ ସବୁବେଳେ ଭାବୁକ କରିଆସିଛି। ୧୯୭୬ରେ ଦିଲ୍ଲୀପ କୁମାର ୫ ବର୍ଷ ପାଇଁ ଆଉ କୌଣସି ଫିିଲ୍ମରେ ଅଭିନୟ କରି ନ ଥିଲେ। ପରେ ୧୯୮୧ରେ କ୍ରାନ୍ତି ଫିଲ୍ମରେ ସେ ଅଭିନୟ କରିଥିଲେ। ସେହିପରି ୧୯୮୨ରେ ବିଗ୍‌ ବି ଅମିତାଭ୍‌ ବଚ୍ଚନଙ୍କ ସହିତ ଜଣେ ସଚ୍ଚୋଟ ପୋଲିସ ଅଫିସର ଭୂମିକାରେ ଅଭିନୟ କରି ବଲିଉଡ୍‌ରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ୧୯୮୪ରେ ମଶାଲ୍‌, ୧୯୮୬ରେ କର୍‌ମାରେ ଅଭିନୟ କରିଥିଲେ।

କର୍‌ମା ଫିଲ୍ମର ଦିଲ୍‌ ଦିଆ ହୈ ଜାନ୍‌ ଭି ଦେଙ୍ଗେ ଏ ଓ୍ବତନ୍‌ ତେରେ ଲିଏ… ଗୀତ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଦେଶପ୍ରେମ ଭାବନା ସବୁବେଳ ପାଇଁ ଜାଗ୍ରତ କରିବାକୁ ସକ୍ଷମ ହେଉଥିବ।

୧୯୯୧ରେ ରାଜକୁମାରଙ୍କ ସହିତ ସେ ସୌଦାଗର ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମର ଗୀତ ଇମ୍‌ଲି କା ବୁଟା ବେରି କା ପେର୍‌.. ଗୀତଟି ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ୧୯୯୮ରେ ସେ କିଲା ଫିଲ୍ମରେ ଶେଷ ଅଭିନୟ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri