Posted inଜାତୀୟ

ଆଧାର ତଥ୍ୟ ୧୦ ବର୍ଷରେ ଥରେ ଅପ୍‌ଡେଟ୍‌ କରିବା ବାଧ୍ୟ

ନୂଆଦିଲ୍ଲୀ,୧୧ା୧୧:କେନ୍ଦ୍ର ସରକାର ଆଧାର ନିୟମାବଳୀରେ ସଂଶୋଧନ କରି ପ୍ରତି ୧୦ ବର୍ଷରେ ଥରେ ନାଗରିକମାନେ ସେମାନଙ୍କ ଆଧାର ତଥ୍ୟ ଅପ୍‌ଡେଟ୍‌ (ସଂଶୋଧନ) କରିବାକୁ ବାଧ୍ୟତାମୂଳକ କରିଛନ୍ତି। ଆଧାର ପଞ୍ଜୀକରଣ ତାରିଖଠାରୁ ୧୦ ବର୍ଷ ସମ୍ପୂର୍ଣ୍ଣ ହେବା ପରେ କାର୍ଡଧାରୀ ଆଧାରର ସମର୍ଥକ ଦସ୍ତାବିଜ୍‌ଗୁଡ଼ିକୁ ଅପ୍‌ଡେଟ୍‌ କରିବେ। ଏଥିପାଇଁ ଚିହ୍ନଟ ପ୍ରମାଣ (ପିଓଆଇ) ଏବଂ ଠିକଣା ପ୍ରମାଣ (ପିଓଏ) ଦସ୍ତାବିଜ୍‌ ଦାଖଲ କରିବାକୁ ହେବ। ଗତମାସରେ ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ନାଗରିକମାନଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ। ତେବେ ସେତେବେଳେ ଆଧାର ଅପ୍‌ଡେଟ୍‌ ବାଧ୍ୟତାମୂଳକ ବୋଲି କୁହାଯାଇ ନ ଥିଲା। ଏବେ ତାହା ବାଧ୍ୟତାମୂଳକ ବୋଲି ସରକାର କହିଛନ୍ତି। ଆଧାର(ପଞ୍ଜୀକରଣ ଓ ଅପ୍‌ଡେଟ୍‌)(୧୦ମ ସଂଶୋଧନ) ନିୟମାବଳୀ, ୨୦୨୨ ନଭେମ୍ବର ୯ରୁ ଲାଗୁ ହୋଇଛି। ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନରେ ଆଧାର ଅପ୍‌ଡେଟ୍‌ କରାଯାଇପାରିବ।
ଅନ୍‌ଲାଇନରେ ଠିକଣା ସଂଶୋଧନ କରିବାକୁ ହେଲେ ଆଧାର ସେଲ୍ଫ-ସର୍ଭିସ ଅପ୍‌ଡେଟ୍‌ ପୋର୍ଟାଲକୁ ଯାଇ ‘ପ୍ରୋସିଡ୍‌ ଟୁ ଅପ୍‌ଡେଟ୍‌ ଆଡ୍ରେସ୍‌’ ଅପ୍‌ଶନରେ କ୍ଲିକ୍‌ କରିବାକୁ ହେବ। ଆଧାର ନମ୍ବର, ପଞ୍ଜୀକୃତ ମୋବାଇଲ ନମ୍ବର ଏବଂ ଓଟିପି ଦେଇ ଲଗ୍‌ ଇନ୍‌ କରିବାକୁ ହେବ। ବୈଧ ଠିକଣା ପ୍ରମାଣ ପାଇଁ ‘ପ୍ରୋସିଡ୍‌ ଟୁ ଅପ୍‌ଡେଟ୍‌ ଆଡ୍ରେସ୍‌’ରେ କ୍ଲିକ୍‌ କରି ୧୨ ଡିଜିଟ୍‌ ଆଧାର ନମ୍ବର ଏଣ୍ଟର କରିବେ ଓ ‘ସେଣ୍ଡ୍‌ ଓଟିପି’ରେ କ୍ଲିକ୍‌ କରିବେ। ଆଧାର ଆକାଉଣ୍ଟରେ ଓଟିିପି ଏଣ୍ଟର କରି ଲଗ୍‌ଇନ୍‌ କରିବେ। ଏହା ପରେ ଅପ୍‌ଡେଟ୍‌ ଆଡ୍ରେସ୍‌ ଭାୟା ଆଡ୍ରେସ୍‌ ପ୍ରୁଫ୍‌ ଅପ୍ସନକୁ ଯାଇ ନୂଆ ଠିକଣା ଏଣ୍ଟର କରିବେ। ଠିକଣା ପ୍ରମାଣ ଭାବେ ଦାଖଲ ହେବାକୁ ଥିବା କାଗଜାତର ପ୍ରକାର ସିଲେକ୍ଟ କରିବେ ଏବଂ ଏହାର ସ୍କାନ୍‌ ହୋଇଥିବା କପି ଅପ୍‌ଲୋଡ୍‌ କରିବେ। ଆଧାର ଅପ୍‌ଡେଟ୍‌ ଅନୁରୋଧ ଗ୍ରହଣ କରାଯିବ ଏବଂ ୧୪ ଡିଜିଟ୍‌ ଅପ୍‌ଡେଟ୍‌ ଅନୁରୋଧ ନମ୍ବର (ୟୁଆର୍‌ଏନ୍‌) ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ସରକାରୀ ବିଦ୍ୟାଳୟରୁ ହେଉଥିଲା ଚାଉଳ ଚୋରି: ମାଡ଼ିବସିଲେ ଗାଁ ଲୋକେ, ଆଉ ତା’ପରେ…

ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି…

ଘରେ କେହି ନ ଥିବାବେଳେ ତିଦ୍ଦଦୀୟ ନାବାଳିକାଙ୍କୁ ବଳାତ୍କାର କଲେ ନାବାଳକ, ଡାକ୍ତରୀ ପରୀକ୍ଷା ପରେ…

ଗଜପତି,୯ା୨(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଜଣେ ୭ ବର୍ଷର ତିବ୍ଦତୀୟ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ…

ବିପଦପୂର୍ଣ୍ଣ ଭାବେ ଓହଳିଛି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି,୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହା ଗ୍ରାମଠାରୁ ତେରବାଡି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆରପାରରେ ବିଦ୍ୟୁତ…

‘World Cupରୁ ପଛଘୁଞ୍ଚା ଦେଉଛ, ହେଲେ କାହିଁକି…,’ ପାକିସ୍ତାନକୁ କାହିଁକି ଏମିତି ପ୍ରଶ୍ନ କଲେ Sourav Ganguly? ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ପୂର୍ବତନ ଭାରତୀୟ ଅଧିନାୟକ ଏବଂ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପାକିସ୍ତାନର T20 ବିଶ୍ୱକପରେ ଭାରତର ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।…

ପରୀକ୍ଷା ପେ ଚର୍ଚ୍ଚାରେ ଛାତ୍ରୀଛାତ୍ରଙ୍କୁ ମୋଦି ଦେଲେ ବଡ଼ ଟିପ୍ସ, ଷ୍ଟାର୍ଟଅପ୍ କିପରି…

ନୂଆଦିଲ୍ଲୀ,୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ୱିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହିତ…

ମୋଦିଙ୍କ ମାଲେସିଆ ଗସ୍ତ ଶେଷ ପରେ ଚିନ୍ତାରେ ପଡିଲାଣି ପାକିସ୍ତାନ!

ନୂଆଦିଲ୍ଲୀ/ଇସଲାମାବାଦ,୯।୨: ପାକିସ୍ତାନ ନୌସେନା ମୁଖ୍ୟ ଆଡମିରାଲ ନାଭିଦ ଆଶ୍ରଫ ମାଲେସିଆ ଗସ୍ତ କରିଥିଲେ। ରୟାଲ ମାଲେସିଆନ ନୌସେନା ମୁଖ୍ୟାଳୟରେ ପହଞ୍ଚିବା ପରେ, ଆଡମିରାଲ ନାଭିଦ ଆଶ୍ରଫଙ୍କୁ ରୟାଲ…

ରାଜଧାନୀର ୯ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ,୯।୨: ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ଆତଙ୍କ ଖେଳିଗଲା ଯେତେବେଳେ ସହରର ବିଭିନ୍ନ ଅଞ୍ଚଳର ନଅଟି ପ୍ରମୁଖ ସ୍କୁଲକୁ ବୋମା ଧମକ ଆସିଲା। ଏହି ଧମକପୂର୍ଣ୍ଣ କଲଗୁଡ଼ିକ…

ଡଙ୍କାରୀରେ ହେବ ତୈଳ ପ୍ରକଳ୍ପ, ବିଧାୟକଙ୍କୁ ଚିଠି

ଧର୍ମଶାଳା,୯ା୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଡଙ୍କାରୀଠାରେ ହେବାକୁ ଥିବା ତୈଳ ପ୍ରକଳ୍ପକାର୍ଯ୍ୟ ତ୍ୱରାନ୍ବିତ ପାଇଁ ଭାରତୀୟ ଷ୍ଟାଟଜୀ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ଼ ଆଇଏସ୍‌ପିଆର୍‌ଏଲ ପକ୍ଷରୁ ଚିଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri