ଆଧାର କାର୍ଡକୁ ନେଇ ଆସିଲା ବଡ଼ ଖବର: ୧୦ ବର୍ଷ ଭିତରେ ଅପ୍‌ଡେଟ୍‌ କରି ନ ଥିଲେ…

ଭୁବନେଶ୍ୱର,୫ା୯: ଆଧାର କାର୍ଡ ସବୁଥିରେ ଆବଶ୍ୟକ ପଡୁଥିବାରୁ ଏହାର ଅପ୍‌ଡେଟ୍‌ ଜରୁରୀ। ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ ଯଦି ଆଧାର ଅପଡେଟ୍‌ କରିନାହାନ୍ତି ତେବେ ଏହାକୁ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ। କାରଣ ଏଥିପାଇଁ ପରଚୟ ପ୍ରମାଣ ଓ ଠିକଣାର ଦସ୍ତାବିଜ ଦାଖଲ କରିବାକୁ ପଡ଼ିବ ।

ମାଗଣାରେ ଆଧାର ଅପଡେଟ୍‌ ପାଇଁ ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇ ପକ୍ଷରୁ ଚଳିତମାସ ୧୪ ତାରିଖ ପର୍ଯ୍ୟନ୍ତ ଅବଧି ରଖାଯାଇଛି। ନିର୍ଦ୍ଧାରିତ ସମୟ ସରିବା ପରେ ୟୁଆଇଡିଏଆଇ ପକ୍ଷରୁ ଆଧାର ଅପଡେଟ୍‌ କରିବା ପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ ବୁଧବାରଠାରୁ ସୁଭଦ୍ରା ଯୋଜନା ପାଇଁ ଅପଲୋଡ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ବହୁ ମହିଳା ସେମାନଙ୍କ ଆଧାର କାର୍ଡ ସହ ବ୍ୟାଙ୍କ ଲିଙ୍କ୍‌ ପାଇଁ ଭିଡ଼ ଜମାଉଛନ୍ତି। କେତେକ ସ୍ଥାନରେ ଏହାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି। କେତେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ରହିଛି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରି ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ। ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏ ଫର୍ମ ଗ୍ରହଣ ହେବ ବୋଲି ଆଜି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ବି ପ୍ରଥମ କିସ୍ତି ମିଳିବ।  ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଟଙ୍କା ମିଳିବ।

 


Enter your email to get our daily news in your inbox.

All Right Reserved By Dharitri.Com

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପୁଣି କଫ ସିରପ କାରବାର ଚାଲିଥିବା  ଧରାପଡ଼ିଛି। ଜିଲାର କଟାପାଲି ରାସ୍ତାରେ ନିର୍ମାଣାଧୀନ ଏକ ଘରୁ ୫ ହଜାରରୁ ଊର୍ଦ୍ଧ୍ୱ କଫ...

BCBକୁ ଆଉ ଗୋଟିଏ ଦିନ ସମୟ ଦେଇଛି ICC, ଯଦି ବାଂଲାଦେଶ ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସେ ତେବେ…

ନୂଆଦିଲ୍ଲୀ,୨୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଭାରତ ଯାତ୍ରା କରିବ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ।...

ଯୁବକଙ୍କୁ ହଜି ଯାଇଥିବା ଫୋନ୍‌ ଫେରାଇଲେ ଏମ୍‌ପିଙ୍କ ପିଏ

ରାୟଗଡ଼ା,୨୧ା୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଏମ୍‌ପିଙ୍କ ପିଏ ବାପି ପଟ୍ଟନାୟକ ଜଣେ ଯୁବକଙ୍କ ହଜି ଯାଇଥିବା ମୋବାଇଲ ଫେରାଇ ମାନବିକତାର ପରିଚୟ ଦେଖାଇଛନ୍ତି। ସୂଚନା ମୁତାବକ...

ଝିଅର ଜୀବନ ବଞ୍ଚାଇବାକୁ ଏମିତି ଅପିଲ କଲେ ମହିଳା ପ୍ରଶଂସକ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ସୁରକ୍ଷା ଭାଙ୍ଗୁଥିବା ଏବଂ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପାଖକୁ...

ଆପଣଙ୍କ ଏଭଳି ଅବହେଳା ପାଇଁ ଚୋରି ହୋଇଯାଇପାରେ ବାଇକ୍‌, ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ନୂଆଦିଲ୍ଲୀ,୨୧।୧: ଆଜିକାଲି ସମୟରେ ବାଇକ ପ୍ରାୟ ପ୍ରତ୍ୟେକ ଘରର ଦୈନନ୍ଦିନ ଜୀବନର ଅଂଶ ହୋଇଯାଇଛି। ବାଇକ ଦ୍ୱାରା ଘରୁ ବାହାରକୁ ଯିବାଠାରୁ ଆରମ୍ଭ କରି ଅନେକ...

ଘରକୁ ଫେରୁଥିବା ବେଳେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ପାଲଲହଡ଼ା,୨୧ା୧(ଦିବ୍ୟଜ୍ୟୋତି ଦାଶ): ଆଜି ଅପରାହ୍ନରେ ଜାତୀୟ ରାଜପଥ ୪୯ କଲେଜ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ବାପା ଏବଂ ପୁଅ ଏକ ସ୍କୁଟିରେ...

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଏବେ ମାଗଣାରେ ହେବ ନାମଲେଖା, ପରୀକ୍ଷା

ଭୁବନେଶ୍ୱର,୨୧।୧: ରାଜ୍ୟରେ ଶିକ୍ଷା ହାର ବଢ଼ାଇବା ଏବଂ ସମସ୍ତଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri